ETV Bharat / entertainment

ଓଡ଼ିଶା କୁଇନ-୨୦୨୪; ଟାଇଟଲ ହାତେଇଲେ ବାଲେଶ୍ୱରର ରାମିୟା ହୁଇ, ବଲିଉଡ ସୁନ୍ଦରୀ ମଲାଇକା ଆରୋରା ପିନ୍ଧାଇଲେ ବିଜୟ ମୁକୁଟ - Odisha Queen 2024 Winner

author img

By ETV Bharat Odisha Team

Published : Jul 26, 2024, 11:31 AM IST

Odisha Queen 2024: ଓଡ଼ିଶା କୁଇନ-୨୦୨୪ ଟାଇଟଲ ଜିତିଲେ ବାଲେଶ୍ୱରର ରାମିୟା ହୁଇ । ମୁଖ୍ୟ ଅତିଥି ଭାବେ ବଲିଉଡ ସୁନ୍ଦରୀ ମଲାଇକା ଆରୋରା ଯୋଗ ଦେଇ ବିଜେତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବା ବେଳେ ଏନେଇ ମଲାଇକା ଖୁସିବ୍ୟକ୍ତ କରିଥିଲେ । ଅଧିକ ପଢନ୍ତୁ,

ଓଡ଼ିଶା କୁଇନ-୨୦୨୪; ଟାଇଟଲ ହାତେଇଲେ ବାଲେଶ୍ୱରର ରାମିୟା ହୁଇ, ବଲିଉଡ ସୁନ୍ଦରୀ ମଲାଇକା ଆରୋରା ପିନ୍ଧାଇଲେ ବିଜୟ ମୁକୁଟ
ଓଡ଼ିଶା କୁଇନ-୨୦୨୪; ଟାଇଟଲ ହାତେଇଲେ ବାଲେଶ୍ୱରର ରାମିୟା ହୁଇ, ବଲିଉଡ ସୁନ୍ଦରୀ ମଲାଇକା ଆରୋରା ପିନ୍ଧାଇଲେ ବିଜୟ ମୁକୁଟ (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶା କୁଇନ-୨୦୨୪ର ମୁକୁଟ ପିନ୍ଧିଲେ ବାଲେଶ୍ୱରର ରାମିୟା ହୁଇ । ଆର.ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ଆୟୋଜିତ ଓଡ଼ିଶା କୁଇନ-୨୦୨୪ର ଗ୍ରାଣ୍ଡ ଫାଇନାଲରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାମିୟା ବିଜୟୀ ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାମିୟାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ ।

ଓଡ଼ିଶା କୁଇନ-୨୦୨୪ (ETV Bharat Odisha)

ମୁଖ୍ୟ ଆକର୍ଷଣ ମଲାଇକା ଆରୋରା

ଭୁବନେଶ୍ୱରରେ ଓଡ଼ିଶା କୁଇନ-୨୦୨୪ ଗ୍ରାଣ୍ଡ ପାଇନାଲ ଇଭେଣ୍ଟ ଆୟୋଜିତ ହୋଇଥିବା ବେଳେ ମଲାଇକା ଆରୋରା ଏଥିରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଲୋକପ୍ରିୟ ଗୀତ 'ମୁନି ବଦନାମ ହୁଇ'ରେ ଏଣ୍ଟ୍ରି କରିଥିଲେ ମଲାଇକା । ମଲାଇକା ପ୍ରଥମ ଥର ଓଡ଼ିଶା ଆସିଥିବା ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଓଡ଼ିଶା ଓ ଓଡ଼ିଶାର ଆତିଥ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

'ଓଡ଼ିଶା ଆତିଥ୍ୟକୁ କଲେ ପ୍ରଶଂସା'

ସେ କହିଥିଲେ, ''ଓଡ଼ିଶା ଏକ ସୁନ୍ଦର ରାଜ୍ୟ, ଏଠାକୁ ଆସି ମୋତେ ବହୁତ ବଢିଆ ଲାଗୁଛି । ଓଡ଼ିଶା ମନ୍ଦିର ମାଳିନୀ ସହର ଯାହା ମୋତେ ବେଶ ଆକର୍ଷିତ କରେ ମୁଁ ପୁଣି ନିଶ୍ଚୟ ଆସିବି ଓ ବୁଲିବି ବୋଲି ସେ କହିଛନ୍ତି । ଏହାସହ ଓଡ଼ିଶାର ଝିଅମାନେ ବହୁତ ପ୍ରତିଭାବାନ। ପ୍ରତିଭା ବଳରେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ନିଜ ପ୍ରତିଭାର ଜଲୱା ଦେଖାଉଛନ୍ତି ଓ ଦେଖାଇବେ । ତେଣୁ ସମସ୍ତଙ୍କୁ ମୋର ଶୁଭେଛା ।''

ବିଜୟ ମୁକୁଟ ପିନ୍ଧିଲେ ବାଲେଶ୍ୱରର ରାମିୟା ହୁଇ

ସୂଚନା ଅନୁସାରେ, ଏହି ପ୍ରତିଯୋଗୀତାରେ ୫ ହଜାରରୁ ଉର୍ଦ୍ଧ୍ଵ ପ୍ରତିଯୋଗିନୀ ଭାଗ ନେଇଥିଲେ । ସେଥିମଧ୍ୟରୁ ଓଡ଼ିଶାର ଖ୍ୟାତନାମା ବିଚାରକ ମାନଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ୨୧ ଜଣ ପ୍ରତିଯୋଗିନୀ ଗ୍ରାଣ୍ଡ ଫିନାଲେ ଉତ୍ସବରେ ଭାଗ ନେଇଥିଲେ । ମୁମ୍ବାଇର ପ୍ରସିଦ୍ଧ ଫେସନ କୋରିଓଗ୍ରାଫର କେୟୁର ଦେଶାଇ ଏହି ୨୧ ଜଣ ପ୍ରତିଯୋଗିନୀଙ୍କୁ ଗ୍ରାଣ୍ଡ ଫିନାଲେ ପାଇଁ ପ୍ରସ୍ତୁତ କରାଇଥିଲେ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ଓଡ଼ିଶା କୁଇନ-୨୦୨୪ ମୁକୁଟ ପିନ୍ଧିଥିଲେ ବାଲେଶ୍ୱରର ରାମିୟା ହୁଇ । ସେହିପରି ପ୍ରଥମ ରନର୍ସଅପ ସୁନ୍ଦରଗଡ଼ର ମିନୁ ଭୋଇ ଓ ଦ୍ଵିତୀୟ ରନର୍ସଅପ ହୋଇଥିଲେ ବ୍ରହ୍ମପୁରର ରୁପାଲୀ ମିଶ୍ର । ଯେଉଁ ଶ୍ରେଷ୍ଠ ପାଞ୍ଚଜଣ ପ୍ରତିଯୋଗିନୀ ବିଭିନ୍ନ ବର୍ଗରେ ସବ-ଟାଇଟଲ ଜିତିଥିଲେ, ସେମାନେ ହେଲେ ଏସ. ବି ଯଶ୍ମିନ, ଭାସ୍ବତୀ ପତି, ସସ୍ମିତା ସାହୁ, ଅର୍ପିତା ଦାସ ଓ ଅଙ୍କିତା ।

ସେପଟେ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଓ ଜୁରୀ ଭାବେ ଓଲିଉଡ଼ର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଅର୍ଚ୍ଚିତା, ସବ୍ୟସାଚୀ ମିଶ୍ର , ଶୀତଲ ପାତ୍ର, ସୁଭାଶିଷ ଶର୍ମା, ଭୂମିକା, ଶିବାନୀ ସଂଗୀତା, ଦିବ୍ୟା, ଦେବାଶିଷ ଓ ରାଗିଣୀ ଉପସ୍ଥିତ ରହି ନିଜର ନୃତ୍ୟର ଜଲୱା ଦେଖାଇଥିଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଓଡିଶା କୁଇନ କାର୍ଯ୍ୟକ୍ରମ ମାଧ୍ୟମରେ ଓଲିଉଡ଼ ପାଇଁ ନୂତନ ଅଭିନେତ୍ରୀ ସୃଷ୍ଟି କରିବା ଲକ୍ଷ ରଖି ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ପ୍ରଯୋଜକ ରମେଶ ବାରିକ । ଏଥିସହ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ତଥା ଚଳଚିତ୍ର ଅଭିନେତା ଆକାଶ ଦାସ ନାୟକ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପାର୍ଥ ସାରଥୀ ମିଶ୍ରଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସେଲିବ୍ରିଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.