ETV Bharat / entertainment

I Love You 2 ରିଲିଜ ବିବାଦ; ମିଳିଲା ଲିଗାଲ୍ ନୋଟିସ୍, କୌଣସି ଚକ୍ରାନ୍ତ ଫିଲ୍ମ ରିଲିଜ ଅଟକାଇ ପାରିବନି କହିଲେ ଟୁଟୁ - Tutu Nayak Gets Legal Notice

author img

By ETV Bharat Odisha Team

Published : Sep 6, 2024, 3:18 PM IST

Updated : Sep 6, 2024, 5:36 PM IST

Tutu Nayak Gets Legal Notice: 'ଆଇ ଲଭ ୟୁ ୨' ରିଲିଜ ପୂର୍ବରୁ ଟୁଟୁ ନାୟକଙ୍କୁ ଝଟକା । ଫିଲ୍ମ ରିଲିଜ ନ କରିବାକୁ ମିଳିଲା ଲିଗାଲ୍ ନୋଟିସ୍ । ପାରିବାରିକ ସମ୍ପତ୍ତିର ଭାଗିଦାରିତାକୁ ନେଇ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ବାପାଙ୍କ ଲିଗାସିକୁ ନେଇ କୌଣସି ଫିଲ୍ମ ରିଲିଜ କରିପାରିବେ ନାହିଁ ବୋଲି ନୋଟିସ୍ ଜାରି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟୁଟୁ ନାୟକ ଏବଂ ଅନୁଭବ ମହାନ୍ତିଙ୍କୁ ବି ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ,

I Love You 2 ରିଲିଜ ବିବାଦ; ମିଳିଲା ଲିଗାଲ୍ ନୋଟିସ୍, କୌଣସି ଚକ୍ରାନ୍ତ ଫିଲ୍ମ ରିଲିଜ ଅଟକାଇପାରିବନି କହିଲେ ଟୁଟୁ
I Love You 2 ରିଲିଜ ବିବାଦ; ମିଳିଲା ଲିଗାଲ୍ ନୋଟିସ୍, କୌଣସି ଚକ୍ରାନ୍ତ ଫିଲ୍ମ ରିଲିଜ ଅଟକାଇପାରିବନି କହିଲେ ଟୁଟୁ (ETV Bharat Odisha)

ଭୁବନେଶ୍ୱର: ଆଜି, ସେପ୍ଟେମ୍ୱର 6ରେ ରିଲିଜ ହେଉଛି 'ଆଇ ଲଭ ୟୁ ୨' । ହେଲେ ରିଲିଜ ପୂର୍ବରୁ ଓଡ଼ିଆ ଫିଲ୍ମ 'ଆଇ ଲଭ ୟୁ ୨' ପାଇଁ ବଢୁଛି ବିବାଦ । ଫିଲ୍ମ ନିର୍ମାତା ଟୁଟୁ ନାୟକଙ୍କୁ ମିଳିଲା ଲିଗାଲ୍ ନୋଟିସ୍ । ଫିଲ୍ମ ରିଲିଜ ନ କରିବାକୁ ମିଳିଛି ଲିଗାଲ୍ ନୋଟିସ୍ । କଟକ କମର୍ସିୟାଲ କୋର୍ଟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । କାରଣ କୋର୍ଟର ନିର୍ଦ୍ଦେଶ ଅନୁସାରେ ବ୍ରଜରାଜ ଫିଲ୍ମ ବ୍ୟାନର ଓ 'ଆଇ ଲଭ ୟୁ୨' ଫିଲ୍ମ ର ନାଁ ବ୍ୟବହାର କରି ପ୍ରଯୋଜକ ଟୁଟୁ ନାୟକ କରିପାରିବେ ନାହିଁ ସିନେମାର ରିଲିଜ । ଜାରି କରାଯାଇଥିବା ଏହି ନୋଟିସରେ ପାରିବାରିକ ସମ୍ପତ୍ତିର ଭାଗିଦାରୀତାକୁ ନେଇ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ବାପାଙ୍କ ଲିଗାସିକୁ ନେଇ ସେ କୌଣସି ରିଲିଜ ବା କାର୍ଯ୍ୟ କରିପାରିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ ଲେଖାଯାଇଛି । କୋର୍ଟର ପରବର୍ତ୍ତୀ ଶୁଣାଣି ନ ଆସିବା ଯାଏଁ ଟୁଟୁ ନାୟକ ଏଭଳି କରିପାରିବେ ନାହିଁ । ଏପରି ସମୟରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଟୁଟୁ ନାୟକ ।

କୌଣସି ଚକ୍ରାନ୍ତ ଫିଲ୍ମ ରିଲିଜକୁ ଅଟକାଇପାରିବ ନାହିଁ କହିଲେ ଟୁଟୁ

କଟକରେ ଫିଲ୍ମ ରିଲିଜ ସମୟରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ଆଜି କିଛି ହଲ ରେ ଭୁଲ୍ ବୁଝାମଣା ଯୋଗୁଁ ଫିଲ୍ମ ପ୍ଲେ କରିନାହାଁନ୍ତି । ସେମାନଙ୍କ ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି ଟୁଟୁ । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୋ ନିଜ ଘର ଲୋକ ଅନ୍ୟ ଅନ୍ୟ କିଛି ଲୋକଙ୍କ ସହ ମିଶି ଏଭଳି ଚକ୍ରାନ୍ତ କରିଛନ୍ତି । ହେଲେ ଏହି ଚକ୍ରାନ୍ତ ମୋତେ ଫିଲ୍ମ ନିର୍ମାଣରୁ ଅଟକାଇ ପାରିବ ନାହିଁ ବୋଲି କହିଛନ୍ତି ଟୁଟୁ ନାୟକ ।

କଟକ କମର୍ସିୟାଲ କୋର୍ଟରେ ମାମଲା

ସୂଚନା ଅନୁସାରେ, ବରିଷ୍ଠ ଫିଲ୍ମ ପ୍ରଯୋଜକ ବସନ୍ତ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ତିନି ପୁଅ ମିଶି ବ୍ରଜରାଜ ମୁଭିଜ୍ ଫାର୍ମ ପଞ୍ଜିକରଣ କଲେ ନିୟମ ରହିଲା > ତିନି ଜଣଙ୍କ ମିଳିତ ସହମତି ବିନା ବ୍ରଜରାଜ ମୁଭିଜ ନାଁ କୁ କେହି ବ୍ୟବହାର କରିପାରିବେ ନାହିଁ ହେଲେ ଯେତେବେଳେ ସଞ୍ଜୟ ନାୟକ ଆଇ ଲଭ୍ ୟୁ ଟୁ ନିର୍ମାଣ କରିଥିଲେ । ସେତେବେଳେ ଏହାକୁ ସେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ରେ ନିର୍ମାଣ କଲେ ହେଲେ ତାଙ୍କର ଅନ୍ୟ ଦୁଇ ଭାଇ ଏହାକୁ ବ୍ରଜରାଜ ମୁଭିଜ୍ ଫାର୍ମ ଚୁକ୍ତି ଉଲଂଘନ ହେଉଥିବା ଦର୍ଶାଇ ଏହା ରିଲିଜ ଉପରେ କଟକଣା ଲାଗୁ ଦର୍ଶାଇ କଟକ କର୍ମସିଆଲ କୋର୍ଟରେ ମାମଲା କରିଥିଲେ ।

ଟୁଟୁଙ୍କ ଓକିଲଙ୍କ ପ୍ରତିକ୍ରିୟା

ଏହାର ଜବାବରେ ଆଇ ଲଭ୍ ୟୁ ଟୁ ୨ ନିର୍ମାତା ସଞ୍ଜୟ ନାୟକଙ୍କ ପକ୍ଷ ରୁ ଜୟଦିପ ପାଲ୍ କୋର୍ଟରେ ପକ୍ଷ ରଖି ଦର୍ଶାଇଲେ କି ନବ ନିର୍ମିତ ଆଇ ଲଭ୍ ୟୁ ଟୁ ରେ ବ୍ରଜରାଜ ମୁଭିର ଫଟୋ କି ଲୋଗ ବ୍ୟବହାର ହୋଇନାହିଁ ଏବଂ ସଞ୍ଜୟ ନାୟକ ଏହାକୁ ନିଜ ଖର୍ଚ୍ଚରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ବନାଇଛନ୍ତି ପରେ କୋର୍ଟ ମଧ୍ୟ ଏହି ଫିଲ୍ମରେ ବ୍ରଜରାଜ ମୁଭି ର ଫଟୋ କିମ୍ବା ଲୋଗା ବିନା ରିଲିଜ୍ ହୋଇପାରିବ ବୋଲି ଦର୍ଶାଇଥିଲେ ବୋଲି କହିଛନ୍ତି ସଞ୍ଜୟ ନାୟକଙ୍କ ଓକିଲ ଜୟଦିପ ପାଲ୍ ।

ଅନୁଭବଙ୍କୁ ଜବାବ ଦେଲେ ଟୁଟୁ

ଏହାସହ ଅନୁଭବ ଯେଉଁ କଥା ସୋସିଆଲ ମିଡିଆରେ କହିଛନ୍ତି । ତାହାର ବଦଳରେ ଅନୁଭବଙ୍କୁ କଡ଼ା ଜବାବ ଦେଇଛନ୍ତି ଟୁଟୁ ନାୟକ । ଟୁଟୁ କହିଛନ୍ତି ଯେ, ସେ ଚାହୁନାହାଁନ୍ତି ଓଡିଆ ଇଣ୍ଡଷ୍ଟ୍ରିକୁ ନୂଆ ହିରୋ ଆସନ୍ତୁ । ସେ ଏବେ କିଛି ଲୋକଙ୍କ ଚାମଚା ଗିରି କରୁଛନ୍ତି । ଅନୁଭବ ରଂଗ ଟ୍ରାକରେ ଅଛନ୍ତି କିଛି ଲୋକଙ୍କ ଚାମଚା ଗିରି କରୁଛନ୍ତି । ଅନୁଭବ ରାତିରେ ଶୋଉ ଦିନରେ କାମ କରୁ ବୋଲି କହିଛନ୍ତି ଟୁଟୁ ନାୟକ ।

ଏହା ମଧ୍ୟ ପଢନ୍ତୁ: Anubhav Reacts: 'ଆଇ ଲଭ ୟୁ 2'ରେ କାହିଁକି ମିଳିଲାନି ରୋଲ୍ ? ଟୁଟୁଙ୍କ ପୋଲ୍ ଖୋଲିଲେ ଅନୁଭବ

'ଆଇ ଲଭ ୟୁ-2' ଷ୍ଟାରକାଷ୍ଟ

ଟୁଟୁ ନାୟକଙ୍କ ନିବେଦିତ ତଥା ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଦ୍ଵାରା ଓଡ଼ିଆ ସିନେମାରେ ପାଦ ଥାପିଛନ୍ତି ନୂଆଁ ଓଡିଆ ଅଭିନେତା ଆଦିତ୍ୟ ମହାପାତ୍ର ଓ ନବାଗତା ଅଭିନେତ୍ରୀ ଅପ୍ସରା ରାଣୀ । 2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ ହେଉଛି 'ଆଇ ଲଭ ୟୁ-ଟୁ' । 'ଆଇ ଲଭ ୟୁ' ଫିଲ୍ମରୁ ଅଭିନେତା ଅନୁଭବ ମହାନ୍ତି ଓଲିଉଡରେ ପାଦ ଦେଇଥିଲେ । ତେବେ ଦୀର୍ଘ 20 ବର୍ଷ ପରେ ଫିଲ୍ମର ପାର୍ଟ 2 ଆସୁଛି । ଯାହାକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । 'ଆଇ ଲଭ ୟୁ-ଟୁ'ରେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ପ୍ରେମ ଆନନ୍ଦ । ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର ଓ ସତ୍ୟଜିତ ପ୍ରଧାନ । ଗୀତ ଲେଖିଛନ୍ତି ସ୍ବର୍ଗତ ସ୍ୱରୂପ ନାୟକ ଓ ଅରୁଣ ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 6, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.