ETV Bharat / entertainment

ନିର୍ବାଚନ ପୂର୍ବରୁ ‘ଭୋଟ’ର ଟ୍ରେଲର ରିଲିଜ, ୨୩ରେ ପରଦାକୁ ଆସିବ ଫିଲ୍ମ - ଓଡ଼ିଆ ଚଳଚ୍ଚିତ୍ର ଭୋଟ

'Vote' Trailer: ଓଡ଼ିଆ ଚଳଚ୍ଚିତ୍ର 'ଭୋଟ'ର ଟ୍ରେଲର ରିଲିଜ ହୋଇଛି । ଫେବୃଆରୀ ୨୩ ତାରିଖରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଅଧିକ ପଢନ୍ତୁ

ଓଡ଼ିଆ ଚଳଚ୍ଚିତ୍ର 'ଭୋଟ'ର ଟ୍ରେଲର ରିଲିଜ
ଓଡ଼ିଆ ଚଳଚ୍ଚିତ୍ର 'ଭୋଟ'ର ଟ୍ରେଲର ରିଲିଜ
author img

By ETV Bharat Odisha Team

Published : Feb 18, 2024, 2:29 PM IST

ଓଡ଼ିଆ ଚଳଚ୍ଚିତ୍ର 'ଭୋଟ'ର ଟ୍ରେଲର ରିଲିଜ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଆସୁଥିବାବେଳେ ଏଥିରେ ନାଗରିକଙ୍କ ସହଭାଗିତା ଜରୁରୀ । ଯାହାକୁ ନେଇ ସଚେତନତାର ବାର୍ତ୍ତା ଦେଇଛି ଏକ ଫିଲ୍ମ । ଓଡ଼ିଆ ଚଳଚ୍ଚିତ୍ର 'ଭୋଟ'ର ଟ୍ରେଲର ରିଲିଜ ହୋଇଛି । ଫେବୃଆରୀ ୨୩ ତାରିଖରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହାର ଟ୍ରେଲର ରିଲିଜ୍ ହୋଇଛି ।ତେବେ 'ଭୋଟ' ପଡିବା ସମୟ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି । ଏନେଇ ଭୋଟରଙ୍କୁ ସଚେତନ ସହ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଋତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଭୋଟ' । ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହୋଇଥିବାବେଳେ ମଞ୍ଚ ଦୁନିଆର ବହୁ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ।

ମଞ୍ଚ କଳାକାରମାନେ ସିନେମାର ପ୍ରତିଟି ଚରିତ୍ରକୁ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି । ଗାଁର ଭୋଟ ଓ ଭୋଟରଙ୍କ ମିଜାଜକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବାବେଳେ ଭୋଟ ସମୟରେ କିଭଳି ଅନେକ ସମ୍ପର୍କ ଭାଙ୍ଗିଯାଏ ଓ ଅନେକ ପରିବାରରେ ତିକ୍ତତା ଆସିଯାଏ ତାହା ମଧ୍ୟ ଦର୍ଶାଯାଇଛି । ଏସବୁ ଦୃଷ୍ଟିଭଙ୍ଗୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ କାହାଣୀ । ମୌଳିକ କାହାଣୀ ସହ ଗଣତନ୍ତ୍ରର ନିଛକ ସତ ଉପରେ ଚଳଚିତ୍ର ପରିବେଷିତ ହୋଇଥିବା ବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ...'ଦଙ୍ଗେ' ଟ୍ରେଲର ରିଲିଜ; ଏହି ଦିନ ପରଦାକୁ ଆସିବ ଫିଲ୍ମ

ଅଜୟ ମହାପାତ୍ରଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର । ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଳ ଷ୍ଟୋରୀର କ୍ୟାମେରାମାନ ପ୍ରଶାନ୍ତ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ। ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀରୁ ଶିକ୍ଷାଗ୍ରହଣ କରିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଏଥିରେ ଅଭିନୟ କରିଛନ୍ତି।

ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି। ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି । ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.