ETV Bharat / entertainment

ଚାଷୀଙ୍କ କାହାଣୀ କହିବ ଓଡ଼ିଆ ଚଳଚିତ୍ର 'ସୀତା', ଏହି ଦିନ ପରଦାକୁ ଆସିବ ଫିଲ୍ମ - Odia Film Sita

author img

By ETV Bharat Odisha Team

Published : Jun 19, 2024, 9:20 PM IST

Odia Film 'Sita' Release: ଖୁବଶୀଘ୍ର ପରଦାକୁ ଆସୁଛି ମୌଳିକ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ 'ସୀତା' । ଫିଲ୍ମଟି ଚାଷୀଙ୍କ କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଫିଲ୍ମଟି ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି । ତେବେ କେବେ ଫିଲ୍ମଟି ରିଲିଜ ହେବ ଏବଂ କେଉଁ ତାରକା ନଜର ଆସିବେ ? ଜାଣନ୍ତୁ,

ଚାଷୀଙ୍କ କାହାଣୀ କହିବ ଓଡ଼ିଆ ଚଳଚିତ୍ର 'ସୀତା', ଏହି ଦିନ ପରଦାକୁ ଆସିବ ଫିଲ୍ମ
ଚାଷୀଙ୍କ କାହାଣୀ କହିବ ଓଡ଼ିଆ ଚଳଚିତ୍ର 'ସୀତା', ଏହି ଦିନ ପରଦାକୁ ଆସିବ ଫିଲ୍ମ (@DebjaniDeghuria, instagram)

ଭୁବନେଶ୍ୱର: ମୌଳିକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ସୀତା' । ରାଜନୈତିକ ମାହୋଲକୁ ନେଇ ଫିଲ୍ମଟି ପର୍ଯ୍ୟବେଶିତ ହୋଇଥିବା ବେଳେ ପିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ବର୍ତ୍ତମାନ ଫିଲ୍ମ ଉପରୁ ରୋକ ହଟାଯାଇଥିବା ବେଳେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମ ଆସନ୍ତା ମାସ ଅର୍ଥାତ୍ ଜୁଲାଇ ୫ ରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପଥରଗଡ଼ିଆର ହିଲ ଭିଓ କାଫେରେ ଏହି ରିଲିଜ ହୋଇଛି ।

ଚାଷୀଙ୍କ କାହାଣୀ କହିବ ଓଡ଼ିଆ ଚଳଚିତ୍ର 'ସୀତା', ଏହି ଦିନ ପରଦାକୁ ଆସିବ ଫିଲ୍ମ (ETV Bharat Odisha)

'ସୀତା' ଫିଲ୍ମର ଷ୍ଟାରକାଷ୍ଟ

ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଅଶ୍ୱିନ ତ୍ରିପାଠୀ । ସଂଳାପ ଡାକ୍ତର ରାଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ ଏବଂ କାହାଣୀ ଲେଖିଛନ୍ତି ଅଭିନେତା ସମରେଶ ରାଉତରାୟ । ମୁଖ୍ୟ ଚରିତ୍ରଭାବେ ଦେବଯାନୀ ସୀତା ଚରିତ୍ରରେ ଜଣେ ଉଚ୍ଚ ଶିକ୍ଷିତ ଗାଁ ଝିଅ ଭାବେ ଅଭିନୟ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ସମରେଶ ରାଉତରାୟ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ଭିତରେ ଜଣାଶୁଣା ଅଭିନେତା ଚୌଧୁରୀ ବିକାଶ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

'ସୀତା' ଫିଲ୍ମର କାହାଣୀ

ଓଡ଼ିଶା ହେଉ ଅବା ଭାରତ ବର୍ଷରେ ହେଉଥିବା ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି । ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା ଓ ଚାଷୀ ଦୁଃଖ, ଆନ୍ଦୋଳନ ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା । ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ କାହାଣୀ ଦେଖିବ ପୁରା ଓଡ଼ିଶା । ଏଥିରେ ଗାଁ, ତାର ପରିବେଶ ସହ ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଏଥିରେ ଅନେକ ସଚେତନତାର ବାର୍ତ୍ତା ରହିଥିବା ବେଳେ ସବୁ ବର୍ଗର ଲୋକଙ୍କୁ ଏହି ନିଛକ ଚଳଚ୍ଚିତ୍ରଟି ଭଲ ଲାଗିବ ଆଉ ସମାଜରେ ଘଟୁଥିବା ଅନେକ ସତ୍ୟର ଉନ୍ମୋଚନ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଫିଲ୍ମ ଉପରେ ଲାଗିଥିଲା ପ୍ରତିବନ୍ଧକ

ତେବେ ସିନେମାଟି କୃଷି ଉପରେ ଆଧାରିତ ଖାଣ୍ଟି ଓଡ଼ିଆ ମୌଳିକ କାହାଣୀ । ଯାହା ରାଜନୈତିକ ପାଣିପାଗର ନିଚ୍ଛକ କଥା ଉପରେ ପର୍ଯ୍ୟବେସିତ । ଯେଉଁଥିପାଇଁ ସିନେମାଟି ମୁକ୍ତିଲାଭ ପାଇଁ ଅନେକ ପ୍ରତିବନ୍ଧକ ଲାଗିଥିଲା । ଯାହା ବର୍ତ୍ତମାନ ହଟିଥିବା ବେଳେ ସିନେମା ରିଲିଜ ହେବାକୁ ଯାଉଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଯୋଜକ ଅଶ୍ୱିନ ତ୍ରିପାଠୀ । ସୀତା ସିନେମାଟିକୁ ଅନେକ ଦର୍ଶକ ଓ ରାଜନୈତିକ ନେତା ମାନେ ଦେଖିବାକୁ ଅପେକ୍ଷା କରିଥିବା ବେଳେ ଏହାର ଟ୍ରେଲରକୁ ୟୁଟ୍ୟୁବ ଏହା ଦର୍ଶକ ଭଲପାଇବା ସାଉଁଟି ସାରିଲାଣି ।

ଏହା ମଧ୍ୟ ପଢନ୍ତୁ: କାଲି ତୃତୀୟ ଓଡ଼ିଆ ସିନେ ଆୱାର୍ଡ; ସ୍ୱର୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.