ETV Bharat / entertainment

ଓଡ଼ିଆ ଫିଲ୍ମ 'ପରବ' ପ୍ରି-ରିଲିଜ ଇଭେଣ୍ଟ; ଏହି ଦିନ ଭୁବନେଶ୍ୱର-ବେଙ୍ଗାଲୁରୁ-ଚେନ୍ନାଇରେ ହେବ ଧମାକା - PARAB PRE RELEASE EVENT

ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । 6ଟି ସ୍ଥାନରେ ହେବ ଫିଲ୍ମ 'ପରବ' ପ୍ରି-ରିଲିଜ ଇଭେଣ୍ଟ । କେଉଁଠି ଏବଂ କେବେ ? ଜାଣନ୍ତୁ,

Odia Film Parab Pre Release Event
Odia Film Parab Pre Release Event (film poster)
author img

By ETV Bharat Entertainment Team

Published : Dec 10, 2024, 3:26 PM IST

ହାଇଦ୍ରାବାଦ: ଚଳିତ ମାସରେ ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପରବ' । ଡିସେମ୍ୱର 20ରେ ରିଲିଜ ହେବ 'ପରବ' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ନିର୍ମାତା । ରିଲିଜ ପୂର୍ବରୁ 'ପରବ' ମେଗା ପ୍ରି-ରିଲିଜ ଇଭେଣ୍ଟ ହେବାକୁ ଯାଉଛି । ଓଡ଼ିଶା ସମେତ 6 ଟି ସ୍ଥାନରେ 'ପରବ' ପ୍ରି-ରିଲିଜ ଇଭେଣ୍ଟ ଆୟୋଜନ କରିବ । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ନିର୍ମାତା । ତେବେ କେଉଁ ସହରରେ ଏବଂ କେବେ ପ୍ରି-ରିଲିଜ ଇଭେଣ୍ଟ ହେବ ? ଜାଣନ୍ତୁ,

'ପରବ' ପ୍ରି-ରିଲିଜ ଇଭେଣ୍ଟ

ନିର୍ମାତା ଜେପି ମୋଶନ ପିକ୍ଚର ଇନଷ୍ଟାଗ୍ରାମରେ 'ପରବ' ପ୍ରି-ରିଲିଜ ଇଭେଣ୍ଟ ନେଇ ସୂଚନା ଦେଇଛନ୍ତି । ସେୟାର ହୋଇଥିବା ଏହି ପୋଷ୍ଟରେ କେବେ ଏବଂ କେଉଁ ସହରରେ ପ୍ରି-ରିଲିଜ ଇଭେଣ୍ଟ ହେବ? ତାହା ଦର୍ଶାଯାଇଛି । ଭୁବନେଶ୍ୱର, ବେଙ୍ଗାଲୁରୁ ଏବଂ ଚେନ୍ନାଇ ସମେତ ଏହି ସ୍ଥାନରେ ହେବ ଇଭେଣ୍ଟ । ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ''ତାରିଖ ନୋଟ୍ କରିନିଅନ୍ତୁ । "ପରବ" ଟିମ ଆସୁଛି ଏବଂ ଆମେ ଆପଣଙ୍କୁ ଭେଟିବାକୁ ଅପେକ୍ଷା କରିପାରିବୁ ନାହିଁ । କିଛି ଅବିସ୍ମରଣୀୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଏବଂ PARAB ର ଯାଦୁରେ ଝୁମିବା ପାଇଁ ପ୍ରସ୍ତୁତ ହୁଅ ।''

କେଉଁ ସହରରେ ଏବଂ କେବେ ପ୍ରି-ରିଲିଜ ଇଭେଣ୍ଟ ହେବ?

  • ବାରିପଦା- ଡିସେମ୍ୱର 11
  • TCS, ଭୁବନେଶ୍ୱର- ଡିସେମ୍ୱର 13
  • ବେଙ୍ଗାଲୁରୁ- ଡିସେମ୍ୱର 14
  • ଚେନ୍ନାଇ- ଡିସେମ୍ୱର 15
  • ବ୍ରହ୍ମପୁର- ଡିସେମ୍ୱର 17
  • ଅନୁଗୋଳ- ଡିସେମ୍ୱର 19

'ପରବ' ସିନେମା ହଲରେ ଡିସେମ୍ୱର 20 ରିଲିଜ ହେବ । ଆପଣଙ୍କ ଅପେକ୍ଷାରେ ଆମେ ।

୩ଟି ଭାଷାରେ ରିଲିଜ ହେବ 'ପରବ'

'ପରବ' 3ଟି ଭାଷାରେ ରିଲିଜ କରିବ । ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ । ଡିସେମ୍ୱର 20ରେ 200 ସ୍କ୍ରିନରେ ରିଲିଜ ହେବ ଫିଲ୍ମ । ନିକଟରେ ଫିଲ୍ମ ରିଲିଜ ନେଇ ନିର୍ମାତା ଦୀପେନ୍ଦ୍ର ସାମଲ କହିଥିଲେ ଯେ, ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଫିଲ୍ମକୁ ଆମେ ଏକାଠି ରିଲିଜ କରିବାକୁ ଚେଷ୍ଟା କରୁଛୁ । ଏହାର 10 ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ ।

'ପରବ'ର ଷ୍ଟାରକାଷ୍ଟ

ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ ଦମନ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ଏଥିସହ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ଓଲିଉଡ଼ ପାଇଁ ଖୋଲିଲା ପାନ ଇଣ୍ଡିଆ ଡୋର୍', ୩ ଭାଷାରେ ଆସୁଛି ପରବ

'ପରବ' କାହାଣୀ

'ପରବ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମ ମଧ୍ୟ ଦମନ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.