ଭୁବନେଶ୍ବର: ଚଳଚ୍ଚିତ୍ରରେ ନିଶା ନିବାରଣର ବାର୍ତ୍ତା । ଏଭଳି ନିଆରା ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଆସକ୍ତ' । ଯାହା ଭୁବନେଶ୍ୱର ଜୟଦେବ ଭବନରେ ସ୍କ୍ରିନିଂ ହୋଇଛି । ନିଶା ସେବନ କରି ସୁନ୍ଦର ଜୀବନଟି କିଭଳି ନଷ୍ଟ ହୋଇଯାଉଛି ଆଉ ଏହି ନିଶା ଦ୍ୱାରା ଯୁବପିଢ଼ି କିଭଳି ପଥଭ୍ରଷ୍ଟ ହେଉଛନ୍ତି ଏହାକୁ ବୁଝାଇବା ପାଇଁ ଏହି ଭିନ୍ନ ପ୍ରୟାସ କରିଛି କର ଫାଉଣ୍ଡେସନ । ଏଫଏମଡି ଫିଲ୍ମସ ଏବଂ କର ଫାଉଣ୍ଡେସନର ମିଳିତ ସହଯୋଗାରେ ଏହି ଫିଲ୍ମଟି ନିର୍ମାଣ ହୋଇଛି । ଏହି ସିନେମାରେ ସଚେତନତା ହିଁ ଏକମାତ୍ର ଲକ୍ଷ୍ୟ ବୋଲି ନିର୍ମାତା କହିଛନ୍ତି ।
ଆସକ୍ତ ଫିଲ୍ମଟିକୁ ରାକେଶ ସାମଲ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ୍ ହେଡ ଅଛନ୍ତି ସାଇପ୍ରସାଦ ପଣ୍ଡା । ଏଥିରେ ଚନ୍ଦନ କର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ସୁରଭି । ସମୟ ଚକ୍ରରେ ଖରାପ ସାଙ୍ଗଙ୍କ ସହ ମିଶି କିଭଳି ନିଜ ଜୀବନକୁ ନଷ୍ଟ କରିଛନ୍ତି ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଆଉ ଏହି ସଚେତନାତାଧର୍ମୀ ଓ ସାମାଜିକ ଫିଲ୍ମ ବିଭିନ୍ନ ବର୍ଗର ଦର୍ଶକଙ୍କ ଦେଖିଥିବା ବେଳେ ବହୁ ଛାତ୍ରଛାତ୍ରୀ ଚଳଚ୍ଚିତ୍ରଟିକୁ ଦେଖିଥିଲେ । ନିଶା କବଳରେ ଅଧିକରୁ ଅଧିକ ସ୍କୁଲ ଓ କଲେଜରେ ପଢ଼ୁଥିବା ପିଲାମାନେ ପଡ଼ିଥାନ୍ତି, ତେଣୁ ସେମାନଙ୍କୁ ସଚେତନତା କରିବା ପାଇଁ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ସିନେମାର ସହଭାଗୀତାକୁ ପ୍ରତିପାଦିତ କରିବାକୁ ଯାଇ ଏଭଳି ସ୍ୱତନ୍ତ୍ର ସ୍କ୍ରୀନଂ କରିଛି କର ଫାଉଣ୍ଡେସନ। ଏହି ଚଳଚ୍ଚିତ୍ର ନିଶ୍ଚୟ ଯୁବପିଢ଼ିଙ୍କୁ ଏକ ନୂତନ ଦିଗ ଦେଖାଇବା ସହ ନିଜ ନିଜନର ମୂଲ୍ୟ ବୁଝାଇବ ବୋଲି କହିଛନ୍ତି ଅଭିନେତା ଚନ୍ଦନ କର ।
ଅନ୍ୟପଟେ ବଡ ପରଦାରେ ମୁକ୍ତିଲାଭ କରିଛି ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱନୀ । ଆଜି ଭୁବନେଶ୍ୱରର ସ୍ତୁତି ହଲରେ ଏହାର ପ୍ରିମିଅର ହୋଇଥିବା ବେଳେ ହାଉସଫୁଲ ରହିଥିଲା। ସିନେମାଟି ସେବା ପାଇଁ ରାଷ୍ଟପତି ପୁରସ୍କାର ପାଇଛି ଫିଲ୍ମ । ଏହି ଫିଲ୍ମ ଗଞ୍ଜାମ ଜିଲ୍ଲାର ସେବିକା କେ କ୍ରୀଷ୍ଣା କୁମାରୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ସମାଜ ପାଇଁ ୧୬ଟି ସଚେତନତା ବାର୍ତ୍ତା ରହିଛି । ଏହି ସିନେମାଟି ୪୨ଟି ଦେଶର ବିଭିନ୍ନ ଭାଗରେ ପଦର୍ଶିତ ହୋଇସାରିଥିବା ବେଳେ ୫ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାତେଇ ସାରିଛି ।
ଇଟିଭି ଭାରତ, ଭୁବନେଶ୍ବର