ETV Bharat / entertainment

ତେଲୁଗୁ ସିନେମା 'ଗେମ୍ ଚେଞ୍ଜର'ରେ ଓଡ଼ିଆଙ୍କ ଯାଦୁ, ରଣପା ନାଚିଲେ ରାମଚରଣ - telugu film GAME CHANGER

author img

By ETV Bharat Odisha Team

Published : 2 hours ago

ODIA DANCER IN GAME CHANGER FILM: ପରଦାକୁ ଆସିବ ରାମଚରଣଙ୍କ ବହୁ ପ୍ରତୀକ୍ଷିତ ତେଲୁଗୁ ସିନେମା 'ଗେମ୍ ଚେଞ୍ଜର' । ଏହା ପୂର୍ବରୁ ରିଲିଜ୍ ହୋଇଛି ଗୀତ 'ରା ମଚା ମଚା' । ଯେଉଁଥିରେ ଓଡ଼ିଆ କଳାକାରଙ୍କ ରହିଛି ଜବରଦସ୍ତ ନାଚ । ଅଧିକ ପଢନ୍ତୁ

ODIA DANCER IN GAME CHANGER FILM
ODIA DANCER IN GAME CHANGER FILM (ETV Bharat Odisha)

ପୁରୀ: ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାମଚରଣଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର'। ତେବେ ଏହି ଫିଲ୍ମର ଗୀତ 'ରା ମଚା ମଚା' ୟୁଟ୍ୟୁବରେ ରିଲିଜ ହୋଇଛି । ଏହି ଗୀତ ରିଲିଜ୍ ହେବା ପରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ସବୁଠାରୁ ବଡ଼ କଥା ହେଉଛି 'ରା ମଚା ମଚା'ଗୀତରେ ରାମଚରଣ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଂଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି । ଓଡ଼ିଶାର ପାରମ୍ପରିକ ରଣପା ନୃତ୍ୟରେ ରାମଚରଣ ନାଚୁଥିବା ବେଳେ ସମ୍ବଲପୁରୀ ବାଜା ବଜଉଥିବାର ଦୃଶ୍ୟ ରହିଛି । ସେହିପରି ଘୁମୁରା ନୃତ୍ୟରେ ମଧ୍ୟ ରାମଚରଣ ନାଚୁଥିବା ଦୃଶ୍ୟ ରହିଛି।‌

'ଗେମ୍ ଚେଞ୍ଜର'ରେ ଓଡ଼ିଆ ଛୁଙ୍କ :

ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର'ରେ ଓଡ଼ିଶାର ଏକାଧିକ ଲୋକ କଳା ସ୍ଥାନ ପାଇଛି । ରଣପା ନୃତ୍ୟଠାରୁ ଆରମ୍ଭ କରି ଘୁମୁରା ଯାଏ ସୁବୁ କିଛି ଦେଖିବାକୁ ମିଳିବ । ସବୁଠାରୁ ବଡ଼ ଗର୍ବର ବିଷୟ ଏହି 'ରା ମଚା ମଚା' ଗୀତରେ ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପର ୨୫୦ କଳାକାର ରାମଚରଣଙ୍କ ସହ ନୃତ୍ୟ କରିଛନ୍ତି । ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ ଥିବା ନାୟକ ରାମଚରଣଙ୍କ ସହ ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପ ନୃତ୍ୟ କରିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ଫେଟ୍ ଫାଇଟର୍ସର ପ୍ରତିଷ୍ଠାତା ତଥା ପୁରୀର ଯୁବ କୋରିଓ ଗ୍ରାଫର ଜ୍ଞାନରଞ୍ଜନ ମହାନ୍ତି ।

ଆସୁଛି ରାମଚରଣଙ୍କ 'ଗେମ୍ ଚେଞ୍ଜର':

ଆସନ୍ତା ଡ଼ିସେମ୍ବରରେ ରାମଚରଣଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ଗେମ୍ ଚେଞ୍ଜର' ରିଲିଜ୍ ହେବାକୁ ଥିବାବେଳେ ଏହା ତେଲୁଗୁ ଭାଷା ସହ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ରିଲିଜ୍ ହେବ । ୨୦୨୧ ମସିହାରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା । ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶଙ୍କର ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବାବେଳେ ବଲିଉଡ଼ର ପ୍ରସିଦ୍ଧ କୋରିଓ ଗ୍ରାଫର ଗଣେଶ ଆଚାର୍ଯ୍ୟ ଗୀତ ଗୁଡ଼ିକର କୋରିଓଗ୍ରାଫି କରିଛନ୍ତି । ଏହି ଫିଲ୍ମର ଗୋଟିଏ ଗୀତ 'ରା ମାଚା ମାଚା'ରେ ପୁରୀର ଫେଟ ଫାଇଟର୍ସ ଡାନ୍ସ ଗ୍ରୁପକୁ ଗତ ୨୦୨୧ ମସିହାରେ ସୁଯୋଗ ମିଳିଥିଲା ।

ODIA DANCER IN GAME CHANGER FILM
ODIA DANCER IN GAME CHANGER FILMR (TELUGU FILM GAME CHANGER)

'ରଣପା' ନାଚିଲେ ତେଲୁଗୁ ଷ୍ଟାର ରାମଚରଣ:

ଫେଟ ଫାଇଟର୍ସ ଡାନ୍ସ ଗ୍ରୁପର ପ୍ରତିଷ୍ଠାତା ତଥା ପୁରୀ ବାସିନ୍ଦା ଜ୍ଞାନରଞ୍ଜନ ମହାନ୍ତି କହିଛନ୍ତି," ଭାରତରେ ଅନେକ ବଡ଼ ଡାନ୍ସ ଗ୍ରୁପ ଥିବାବେଳେ ପୁରୀର ଏକ ଛୋଟିଆ ଡାନ୍ସ ଗ୍ରୁପ ଫେଟ ଫାଇଟର୍ସକୁ ରାମଚରଣଙ୍କ ଅଭିନୀତ ଫିଲ୍ମ ଗୀତରେ ନାଚିବାର ସୁଯୋଗ ମିଳିବା ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ । ଓଡ଼ିଶାର ପାରମ୍ପରିକ ନୃତ୍ୟ କଳା ରଣପା ,ଘୁମୁରା ଓ ସମ୍ବଲପୁରୀ ବାଦ୍ୟକୁ 'ରା ମାଚା ମାଚା' ଗୀତରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରୁ ପ୍ରମାଣିତ ହୋଇଛି ଓଡ଼ିଶାର ନୃତ୍ୟକଳା ବେଶ୍ ପ୍ରସିଦ୍ଧ । ଓଡ଼ିଶାର କଳାକାର ମାନଙ୍କ କ୍ଷେତ୍ରରେ ଅନେକ ପ୍ରତିଭା ରହିଥିବାବେଳେ ଉପଯୁକ୍ତ ପ୍ଲାଟଫର୍ମ ମିଳିଲେ ବଡ ବଡ ଫିଲ୍ମରେ କଳାକାରମାନେ ଅଭିନୟ କରିପାରିବେ । "

ଏହା ମଧ୍ୟ ପଢନ୍ତୁ ....ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ମଧ୍ୟ ପଢନ୍ତୁ ....ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ଜଣାଇଲେ ଶୁଭେଚ୍ଛା - Mithun Chakraborty

ଏହା ମଧ୍ୟ ପଢନ୍ତୁ ....ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର - Rajinikanth hospitalised

ଯୁବ କୋରିଓ ଗ୍ରାଫର ଜ୍ଞାନରଞ୍ଜନଙ୍କୁ ଶୁଭେଚ୍ଛାର ସୁଅ:

ପୁରୀର ଯୁବ କୋରିଓ ଗ୍ରାଫର ଜ୍ଞାନରଞ୍ଜନ ମହାନ୍ତି ପିଲାଟି ଦିନରୁ ଡ୍ରାମା ଏବଂ ବିଭିନ୍ନ ନୃତ୍ୟ ପ୍ରତି ତାଙ୍କର ବେଶ୍ ଦୁର୍ବଳତା ରହିଥିଲା । ସେ ଫେଟ୍ ଫାଇଟର୍ସ ନାମକ ଏକ ଗ୍ରୁପ କରି ବଡ ବଡ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ୍ ଓ ରିଅଲିଟି ସୋ'ରେ ସାମିଲ୍ ହୋଇ ଅନେକ ପ୍ରଶଂସା ପାଇଛନ୍ତି । ଜ୍ଞାନରଞ୍ଜନଙ୍କ ଏହି ସଫଳତା ପାଇଁ ତାଙ୍କର ସହଯୋଗୀ କଳାକାର ତାଙ୍କୁ ଅଭିନନ୍ଦନ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଆଗାମୀ ଦିନରେ ଓଡ଼ିଶାର କଳା,ସଂସ୍କୃତିକୁ ସାରା ବିଶ୍ବରେ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କର ମୂଳ ଲକ୍ଷ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.