ମୁମ୍ବାଇ: ନିଜ ଜୋତା କଲେକ୍ସନର ଝଲକ ଦେଖାଇଲେ ଅଭିନେତ୍ରୀ ନୁସରତ ଭରୁଚା । ନିକଟରେ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଜୋତା ସଫା କରିବା ପାଇଁ ବାହାରକୁ ବାହାର କରିଥିଲେ । ଏନେଇ ସେ ଫଟୋ ଉଠାଇ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀ ମଝିରେ ବସିଛନ୍ତି ଓ ତାଙ୍କ ଚାରିପଟେ ଅନେକ ଜୋତା ରହିଥିବା ଦେଖିବାକୁ ମିଳିଥିଲା ।
ଅଭିନେତ୍ରୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସଫେଇ ଦିନର କିଛି ଫଟୋ ସହିତ ଏକ ଭିଡିଓ ପୋଷ୍ଟ କରିଥିଲେ । ଫଟୋ ଏବଂ ଭିଡିଓରେ ସ୍ୟାଣ୍ଡେଲ, ଫ୍ଲିପ୍ ଫ୍ଲପ୍, ହିଲ୍, ସ୍ନିକର୍ ଠାରୁ ଆରମ୍ଭ କରି ଜୋତାର ଅନେକ କଲେକ୍ସନ ରଖିଥିଲେ । ନୁସରତ ଜୋତା ସହିତ ପୋଜ୍ ଦେଇଥିବା ଫଟୋରେ ଦେଖିବାକୁ ମିଳିଛି । ତେବେ ଫଟୋ ସେୟାର କରି ସେ ଲେଖିଥିଲେ ଯେ, 'ନୁସ ଆଉ ତାର ଜୋତା ଫ୍ୟାକ୍ଟ୍ରି' । ତାଙ୍କର ଏହି ଜୋତା କଲେକ୍ସନ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏନେଇ ଜଣେ ଫ୍ୟାନ୍ସ ଇନଷ୍ଟାଗ୍ରାମରେ କମେଣ୍ଟ କରିଥିଲେ ' ଓ୍ବା ଏତେସାରା ଜୋତା ।'
ଗତବର୍ଷ ନୁସରତ ଭରୁଚା ସେତେବେଳେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ହମାସ ଇସ୍ରାଏଲକୁ ଆକ୍ରମଣ କରିଥିଲା । ଆଉ ସେହି ସମୟରେ ଅଭିନେତ୍ରୀ ଇସ୍ରାଏଲରେ ଫସିଥିଲେ । ଅଭିନେତ୍ରୀ ହାଇଫା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ଇସ୍ରାଏଲରେ ଥିଲେ । ଏହା ପରେ ଅକ୍ଟୋବର ୮ ତାରିଖରେ ସେ ମୁମ୍ବାଇ ଫେରି ଆସିଥିଲେ । ଏନେଇ ସେ ସୁରକ୍ଷିତ ଥିବା ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ । ଏଥିସହ ତାଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବା ପାଇଁ ଭାରତ ସରକାର ଓ ଇସ୍ରାଏଲ ବିଦେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ନୁସରତ କହିଥିଲେ ଯେ, 'ମୁଁ ଯୁଦ୍ଧରେ ଫସିଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି ।'
ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବଖାଣିଲେ ନୁସରତ, ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ
ନୁସରତ 'ଜୟ ସନ୍ତୋଷୀ ମା' (2006) ସହିତ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ଲଭ୍ ରଞ୍ଜନଙ୍କ 'ପ୍ୟାର୍ କା ପଞ୍ଚନାମା' (2011)ର ସଫଳତା ସହିତ ସେ ପରିଚିତ ହେଲେ । ଏହା ପରେ ସେ ସୋନୁ କେ ଟିଟୁ କି ସ୍ବିଟି, ଛୋରି, ଡ୍ରିମ୍ ଗାର୍ଲ, ଛଲାଙ୍ଗ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ 2023ରେ ମୁକ୍ତିଲାଭ କରିଥିବା ଥ୍ରୀଲର 'ଅକେଲି'ରେ ଦେଖିବାକୁ ମିଳିଥିଲା ।