ETV Bharat / entertainment

ସାପ ବିଷ ଚାଲାଣ ମାମଲା; ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ - Two Arrested In Snake Venom Case

Two Arrested In Snake Venom Case: ସାପ ବିଷ ଚାଲାଣ ମାମଲାରେ ଏଲଭିସ ଯାଦବଙ୍କୁ ପଚରାଉଚରା ପରେ ନୋଏଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବିନୟ ଏବଂ ଈଶ୍ୱର ।

ସାପ ବିଷ ଚାଲାଣ ମାମଲା; ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Mar 20, 2024, 5:20 PM IST

ନୂଆଦିଲ୍ଲୀ: ୟୁଟ୍ୟୁବର ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ସହ ଜଡିତ ସାପ ବିଷ ଚାଲାଣ ମାମଲାରେ ନୋଏଡା ପୋଲିସ ଆଜି ଅର୍ଥାତ ବୁଧବାର ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବିନୟ ଏବଂ ଇଶ୍ୱର । ଉଭୟ ଈଶ୍ୱର ଏବଂ ବିନୟ ହରିୟାଣାର ବାସିନ୍ଦା । ଏଲଭିସ ଯାଦବଙ୍କୁ ଗିରଫ କରିବା ପରେ ପୋଲିସର ତଦନ୍ତ ଜୋରଦାର କରିଛି । ନୋଏଡା ପୋଲିସ 2 ଦିନ ପୂର୍ବରୁ ଏଲଭିସଙ୍କୁ ଗିରଫ କରିଥିଲା । ସାପ ଚୋରା ଚାଲାଣ ଏବଂ ଏହାର ବିଷ ମାମଲାରେ ପୋଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ନୋଏଡା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏଲଭିସ ଯାଦବଙ୍କ ସହ ପଚରାଉଚରା ପାଇଁ ଦୁଇ ଜଣ ବିନୟ ଏବଂ ଈଶ୍ୱରଙ୍କୁ ଡାକିଥିଲା । ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ସେକ୍ଟର -20 ପୋଲିସ ଷ୍ଟେସନ ପରିସର ଏବଂ ଅନ୍ୟାନ୍ୟ ସ୍ଥାନରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା । ଏହି ଦୁଇଜଣଙ୍କୁ ଗିରଫ କରାଯିବା ସହିତ ସାପ ବିଷାକ୍ତ ମାମଲାରେ ବଡ଼ ଖୁଲାସା କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି। ନୋଏଡା ପୋଲିସ ପଚରାଉଚରା ପାଇଁ ଅନେକ ବଡବଡିଆଁଙ୍କୁ ନୋଟିସ ପଠାଇପାରେ ବୋଲି ଜଣାପଡିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ବନ୍ଧା ହେଲେ ବିଗ ବସ୍‌ ବିଜେତା ଏଲଭିସ ଯାଦବ

ମାମଲା କ'ଣ?

ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଏଥିରେ ଏଲଭିସ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ । ଯାହା ପରେ ଏଲଭିସଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଦୋଷ ମାନିଲା ଏଲଭିସ, ଜେଲରେ ଏମିତି କଟିଲା ପ୍ରଥମ ଦିନ

୧୪ ଦିନିଆ ନ୍ୟାୟିକ ହେପାଜତରେ ଏଲଭିସ

ନୋଏଡା ପୋଲିସ ଟିମ ତାଙ୍କୁ ଗିରଫ ପରେ ସୁରଜପୁର କୋର୍ଟରେ ହାଜର କରିଥିଲେ । ଯେଉଁଠାରେ ଶୁଣାଣି ପରେ ଏଲଭିସଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ସେଲିବ୍ରିଟି ହେବା ସତ୍ତ୍ୱେ ଏଲଭିସଙ୍କୁ ଦିଆଯାଉନି ସ୍ପେଶିଆଲ ଟ୍ରିଟମେଣ୍ଟ । ଅନ୍ୟ କଏଦୀଙ୍କ ପରି ଏଲଭିସଙ୍କ ସହ ମଧ୍ୟ ସମାନ ବ୍ୟବହାର କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.