ETV Bharat / entertainment

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'କେମିତି ଏ ସମ୍ପର୍କ' - କେମିତି ଏ ସମ୍ପର୍କ

Film Kemiti E Sampark Released: ପାରିବାରିକ କାହାଣୀକୁ ନେଇ ଆଧାରିତ ଚଳଚିତ୍ର 'କେମିତି ଏ ସମ୍ପର୍କ' ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

odia movie kemiti a sampark
ମୁକ୍ତିଲାଭ କଲା "କେମିତି ଏ ସମ୍ପର୍କ"
author img

By ETV Bharat Odisha Team

Published : Feb 10, 2024, 10:06 AM IST

movie kemiti a sampark released

ଭୁବନେଶ୍ୱର: ଓଡ଼ିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'କେମିତି ଏ ସମ୍ପର୍କ' । ଏକ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ର । ଏଥିରେ ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଜେଜେଏନଜେ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ପ୍ରିମିୟର ଶୋ' ଭୁବନେଶ୍ୱର ସ୍ଥିତ ସ୍ଵାତୀ ସିନେପ୍ଲେକ୍ସରେ ହୋଇଥିଲା ।

ଅଭିନେତା ଆକାଶ, ଏଲିନା ଏବଂ ଲିପ୍ସାଙ୍କ ସମେତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଉଷସୀ ମିଶ୍ର, ହାସ୍ୟ କଳାକାର ଜ୍ଞାନ ବାରିକ, ଶିଶୁ କଳାକାର ଲତାଶା ଖୁରାନା, ନିର୍ଦ୍ଦେଶକ ହିମାଂଶୁ ପରିଜା ଏବଂ ଅନ୍ୟାନ୍ୟ କଳାକାରମାନେ ସିନେ ପ୍ରେମୀ ଦର୍ଶକଙ୍କ ସହିତ ଏକାଠି ବସି ପୁରା ସିନେମାଟିକୁ ଦେଖିଥିଲେ । ତେବେ ଏହି ଓଡ଼ିଆ ଚଳଚ୍ଚିତ୍ରର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।

କାହାଣୀରେ ଯେମିତି ରହସ୍ୟ ରୋମାଞ୍ଚ ଭରି ରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର । ଯେଉଁଥିରେ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) । ଚଳଚ୍ଚିତ୍ରଟି ଏକ ମୌଳିକ ପାରିବାରିକ କାହାଣୀ ହୋଇଥିବାରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ l ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ । ସମ୍ପାଦନା କରିଛନ୍ତି ରାଜେଶ ଦାସ ।

ଏହା ମଧ୍ୟ ପଢନ୍ତୁ - ଫେବୃଆରୀ ୯ରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର 'କେମିତି ଏ ସମ୍ପର୍କ'

ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ୍ ପତି, ଜୀବନ ପଣ୍ଡା, ଉଷାସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଲନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି l ତେବେ ହିମାଂଶୁ ପରିଜାଙ୍କର (ଚଣ୍ଡୀ) ସମସ୍ତ ଫିଲ୍ମକୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି "କେମିତି ଏ ସମ୍ପର୍କ"କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ଆଜି ପ୍ରଥମ ଶୋ'ରୁ ଜଣାପଡିଛି ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.