ETV Bharat / entertainment

ଖୁବଶୀଘ୍ର ଆସୁଛି ଓଡ଼ିଶା ମାଟିର କଥା ନେଇ ପ୍ରସ୍ତୁତ 'ଜଙ୍ଗଲ ଜଳୁଛେ', ପୋଷ୍ଟର ଆଉଟ୍ - NEW ODIA MOVIE JUNGLE JALUCHE

ଖୁବଶୀଘ୍ର ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଜଙ୍ଗଲ ଜଳୁଛେ' । ବର୍ତ୍ତମାନ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର କାହାଣୀ କ'ଣ ଏବଂ କେଉଁ କଳାକାର ନଜର ଆସିବେ?ଜାଣନ୍ତୁ,

new odia film jungle jaluche
new odia film jungle jaluche (ETV Bharat Odisha)
author img

By ETV Bharat Entertainment Team

Published : Nov 9, 2024, 1:15 PM IST

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶା ମାଟିର କଥା ନେଇ ପରଦାକୁ ଆସୁଛି ଓଡ଼ିଆ ଚଳଚିତ୍ର 'ଜଙ୍ଗଲ ଜଳୁଛେ' । ବର୍ତ୍ତମାନ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଭୁବନେଶ୍ୱରରେ ଏକ ପ୍ରେସ ମିଟ କରି ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ତେବେ ଫିଲ୍ମର ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଫିଲ୍ମଟି ଖୁବଶୀଘ୍ର ରିଲିଜ କରାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏସ୍ସିଟି.ଏସ ପ୍ରଡକ୍ସନର ଏହି କାହାଣ ଟି ସତ ଘଟଣା ଉପରେ ଆଧାରିତ । ଜଙ୍ଗଲ ପୋଡିବା ବା ଜଙ୍ଗଲ ଜାଳିବା ଘଟଣା ଏଥିରେ ଦର୍ଶାଯାଇଛି । ଯେଭଳି ଛୋଟିଆ ନିଆଁରୁ ପୁରା ଜଙ୍ଗଲ ଜଳିଯାଇଥାଏ । ଫଳରେ ଜଙ୍ଗଲ ଜାଳିବା ଦ୍ୱାରା ଜଙ୍ଗଲ ସହ ଜଡିତ ଜୀବଜନ୍ତୁ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ଧୀରେ ଧୀରେ ଏହି ନିଆଁ ପୁରା ସମାଜକୁ ଜାଳିଦେଇଥାଏ । ସେହିପରି ଜଣକର ଅସାମାଜିକ କାର୍ଯ୍ୟକଳାପକୁ ନେଇ ପୁରା ପରିବାର ଛାରଖାର ହୋଇଯାଇଯାଏ ବା ଜଳିଯାଏ । ତେବେ ଏପରି କିଛି ମୌଳିକ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଏକ ଗାଁ କାହାଣୀ ଏଥିରେ ଚିତ୍ରିତ କରାଯାଇଛି ।

new odia film jungle jaluche (ETV Bharat Odisha)

'ଜଙ୍ଗଲ ଜଳୁଛେ' ଫିଲ୍ମର କାହାଣୀ

ସୁବର୍ଣ୍ଣପୁର ଜିଲ୍ଲାର ଏକ ଗାଁର ଇଷ୍ଟଦେବୀଙ୍କର ପରମ୍ପରାକୁ କିଭଳି ଭାଙ୍ଗି କିଛି ଆଜିର ଅମାନୁଷିକ ପଥଭ୍ରଷ୍ଟ ମଣିଷ ମଦ ମାଂସ ଖାଇ ପ୍ରଥମେ ପରିବାର ଓ ପରେ ପୁରା ଗାଁରେ ମାହୋଲ ଖରାପ କରୁଛନ୍ତି । ଆଉ ଏମାନଙ୍କୁ ଖରାପ ରାସ୍ତାରୁ ନିବୃତ କରି ପଣ୍ଡିତ ବା ମୁନିଋଷି ମାନେ ଯେତେବେଳେ ଭଲ ବାଟକୁ ଆଣିବାକୁ ଚେଷ୍ଟା କରନ୍ତି ସେତେବେଳେ ଏହି ଦୃଷ୍ଟ ମଣିଷ ସୁଧୁରିବା ବଦଳରେ ପୁରା ସମାଜ ଉପରେ ଅକଥନୀୟ ଅତ୍ୟାଚାର କରେ । ଆଉ ଏହି ଅତ୍ୟାଚାରର ନିଆଁ ମଣିଷ ମନକୁ ଜାଳିଦିଏ ଆଉ ସେହି ମାନସିକ ଅଶାନ୍ତି ବା ବହ୍ନି ମନରୂପୀ ପୁରା ଜଙ୍ଗଲକୁ ଜାଳିଦେଉଛି । ମଣିଷର ମନରେ ଜଙ୍ଗଲ ପରି ଲାଗିଥିବା ଏହି ନିଆଁକୁ କିଏ ଲିଭାଇବା ତାକୁ ନେଇ ଗତିଶୀଳ ହୋଇଛି ଚଳଚିତ୍ର 'ଜଙ୍ଗଲ ଜଳୁଛେ'।

ଏହା ମଧ୍ୟ ପଢନ୍ତୁ: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଅକ୍ସିଜେନ'

'ଜଙ୍ଗଲ ଜଳୁଛେ' ଫିଲ୍ମର ଷ୍ଟାରକାଷ୍ଟ

ତେବେ ଫିଲ୍ମଟିକୁ ଲେଖିଛନ୍ତି ଗୋରଖ ନାଥ ସାହୁ ଓ ନିବେଦିତା ବଳିୟାର ସିଂ ନାୟକ । ପ୍ରଯୋଜକ ନିବେଦିତା ବଳିୟାର ସିଂ ଓ ମୁନା ମହାରଣା ରହିଥିବା ବେଳେ ସଂଗୀତ କୁମାର ଲବ କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ସରୋଜ ଭୂଆଁ । ଏହି ଫିଲ୍ମରେ ସରୋଜ ଭୂଆଁ, ଜଣାଶୁଣା ଅଭିଜ୍ଞ ଅଭିନେତା ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବୀରେନ ମିଶ୍ର, ଗୋରେଖନାଥ ସାହୁ, ରୋଶନ, ମିଥୁନ ସାହୁ, ବିନ୍ଦୁ ମଲିକ ଓ ମୁନା ମୋଦି, ଅଭିନେତ୍ରୀ ଭାବେ ମଧୁସ୍ମିତା ବାରିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁବ୍ରତା ନାୟକ ଓ ଶ୍ରଦ୍ଧା ମହାରଣା ଭଳି ତାରକା ନଜର ଆସିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.