ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦ । ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ 'ଆଓ ନେକ୍ସଟ୍' ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ର । ଏନେଇ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ 'ଆଓ ନେକ୍ସଟ୍'ର ପ୍ରତିଷ୍ଠାତା କୌଶିକ ଦାସ ଚଳଚ୍ଚିତ୍ରର ଶୁଭମୁକ୍ତି ତାରିଖ ଘୋଷଣା କରିଥିଲେ । ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ 'ଆଓ ନେକ୍ସଟ୍'ର ପ୍ରତିଷ୍ଠାତା କୌଶିକ ଦାସ ସୂଚନା ଦେଇଛନ୍ତି ।
କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ ରେ ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବିଏମ୍ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି ପ୍ରମୁଖ ଅଭିନୟ କରିଛନ୍ତି । ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ସ୍ୱାଇଁ । ପୁରୁଣା ଚଳଚ୍ଚିତ୍ରର ସଂଗୀତ ଯାଯାବରର କେତୋଟି ଦୃଶ୍ୟ ଏହି ସିନେମାରେ ଦେଖିବାକୁ ମିଳିଥିବାବେଳେ ୯୦ ଦଶକର ଅନେକ ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଶ୍ରୀରାମ ପଣ୍ଡାଙ୍କ ଏକ ବଡ ପ୍ରଶଂସକଙ୍କ ଉପରେ କାହାଣୀଟି ଗତିଶୀଳ । ଏହି ସିନେମାଟି ହଲରେ ମୁକ୍ତିଲାଭ କରିବା ପରେ ସମସ୍ତେ ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇବେ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଯାଯାବର ୨.୦ ର ପ୍ରଚାର ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଜାନୁୟାରୀ ୪ରେ ଆସୁଛି ଓଡିଆ ଚଳଚ୍ଚିତ୍ର 'ଦଶମ', ମହାପ୍ରଭୁଙ୍କ ଶରଣରେ ପୁରା ଟିମ
ତେବେ ଏହି ସିନେମାଟି ଥ୍ରିଲର ଜୋନ ବା ରହସ୍ୟମୟ କାହାଣୀ ଅଟେ । ଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ । ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର, ଯାହାର ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଏକ ଅଦ୍ଭୁତ ସଂଯୋଗ ଅଛି । ଏହି ସଂଯୋଗ କେମିତି ହୋଇଛି କଣ ରହିଛି ସେହି ଓଡ଼ିଆ ଦିଗଜ କଳାକାରଙ୍କ ପ୍ରତି ଦୁଇଜଣଙ୍କର ସଂଯୋଗ ତାକୁ ନେଇ ହିଁ କାହାଣୀ ପ୍ରସ୍ତୁତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର