ETV Bharat / entertainment

ଓଡ଼ିଆ ଚଳଚ୍ଚିତ୍ର 'ନିର୍ଣ୍ଣୟ'ର ଅଡିଓ ରିଲିଜ, ୨୬ ଏପ୍ରିଲରେ ଶୁଭମୁକ୍ତି - Nirnaya Music Released

author img

By ETV Bharat Odisha Team

Published : Apr 15, 2024, 11:08 PM IST

Nirnaya Music Released: ୨୬ ଏପ୍ରିଲରେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ 'ନିର୍ଣ୍ଣୟ'। ଆଜି ଏହାର ଅଡିଓ ଲୋକାର୍ପଣ ହୋଇଛି । ଅଧିକ ପଢନ୍ତୁ

Nirnaya Music Released
Nirnaya Music Released
Nirnaya Music Released

ଭୁବନେଶ୍ବର: ଲୋକାର୍ପିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ନିର୍ଣ୍ଣୟ'ର ଅଡିଓ । ୨୬ ଏପ୍ରିଲରେ ହେବ ଏହି ଚଳଚ୍ଚିତ୍ରର ଶୁଭମୁକ୍ତି। ଶ୍ରଦ୍ଧା ସବୁରୀ ପ୍ରଡକ୍ସନର ପ୍ରଥମ ଅବଦାନ ଚଳଚ୍ଚିତ୍ର 'ନିର୍ଣ୍ଣୟ'ର ଅଡିଓ ଲୋକାର୍ପଣ ହୋଇଛି । ଓଡ଼ିଶାର ମୌଳିକ କାହାଣୀକୁ ନେଇ 'ନିର୍ଣ୍ଣୟ' ନିର୍ମାଣ ହୋଇଛି। 4ଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । କାହାଣୀ ଅନୁସାରେ, ୪ଟି ମୁଖ୍ୟ ଚରିତ୍ର ଜୀବନ ବାଟରେ ଚାଲିଲାବେଳେ, ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ଯେ, ସମାଜ ଆଖିରେ ସେମାନେ କେଉଁଠି ନା କେଉଁଠି ଦୋଷୀ ହେଇଯାଆନ୍ତି । ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇ ଜଣ ଅନବରତ ଚେଷ୍ଟାରେ ଥାଆନ୍ତି। ଏଇ ଚେଷ୍ଟାର ନାଁ ସମାଜ 'ଦୋଷ' ଦେଇଦିଏ। କେଉଁ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହୋଇଛନ୍ତି ? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେହି ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ? ଭଳି ପ୍ରଶ୍ନକୁ ଆଧାର କରାଯାଇଛି ।

ପ୍ରଯୋଜକ ଟିକି ପଟ୍ଟନାୟକ 'ନିର୍ଣ୍ଣୟ'ର ପ୍ରଯୋଜନା ଦେଇଥିବାବେଳେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଅଭିଜ୍ଞ ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ 'ନିର୍ଣ୍ଣୟ' ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ ପଣ୍ଡା । ଚିତ୍ରତ୍ତୋଳନ ଦାୟିତ୍ୱରେ ଅଛନ୍ତି ଦୀପକ କୁମାର। ସେହିପରି ଗୀତ ରଚନା ସ୍ଥିତ ପଟ୍ଟନାୟକ, ସୁମିତ ପଣ୍ଡା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ଯୁବ ନିର୍ଦ୍ଦେଶକ ସୋମେଶ ଶତପଥି ଏବଂ ଗୌରବ ଆନନ୍ଦ । କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶିଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ ।

ଏହା ବି ପଢନ୍ତୁ...ମିଷ୍ଟର ଆଣ୍ଡ ମିସେସ ମାହି ପ୍ରଥମ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ - Mr And Mrs Mahi First Poster

ଏହି ସିନେମାରେ ଅଭିନୟରେ ଅଛନ୍ତି ଓଲିଉଡର ନାମୀ କଳାକାରମାନଙ୍କ ମଧ୍ୟରୁ ସୂର୍ଯ୍ୟମୟୀ ମହାପାତ୍ର, ନୈନା ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ, ସୁକାନ୍ତ ରଥ, ପ୍ରୀତିରାଜ ଶତପଥି ଚୌଧୁରୀ ଜୟପ୍ରକାଶ ଦାସ, ସ୍ୱସ୍ତିକ ଚୌଧୁରୀ, ଅଭିଜିତ ଦାସ । ସେହିପରି ଭାସ୍ବତୀ ବସୁ, ବିଜୟିନୀ ମିଶ୍ର, ପୂର୍ଣ୍ଣିମା ବରାଳ, ପ୍ରିୟା ବିଷୋୟୀ, ପୂର୍ଣ୍ଣିମା ଦାସଗୁପ୍ତା (ମୁସ୍କାନ), ଟିକି ପଟ୍ଟନାୟକ, ଜଗବନ୍ଧୁ ପଣ୍ଡା ଏବଂ ସାଇଭୀର ପଣ୍ଡାଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ତେବେ ରାଜେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ଚକ୍ଷୁ ବନ୍ଧନ, କୋଉ ଆକାଶର ଜହ୍ନ ତୁ ଓ ଅଦୃଶ୍ୟମ ଆଦିକୁ ଦର୍ଶକ ଯେମିତି ଢେର ଭଲ ପାଇବା ଦେଇଛନ୍ତି ଠିକ ସେମିତି ନିର୍ଣ୍ଣୟକୁ ମଧ୍ୟ ଭଲ ପାଇବା ଦେବେ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.