ETV Bharat / entertainment

ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ବାବାଜୀ କା ଠୁଲ୍ଲୁ'; ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ କମେଡି ତଡକା ଦେଖିବେ ଦର୍ଶକ - New Odia Film Babaji Ka Thulu - NEW ODIA FILM BABAJI KA THULU

New Odia Film Babaji Ka Thulu Release: ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ହାସ୍ୟ ଚଳଚ୍ଚିତ୍ର 'ବାବାଜୀ କା ଠୁଲ୍ଲୁ' । ଏହି ଫିଲ୍ମରେ ଜଣାଶୁଣା କଳାକାର ଅଭିନୟ କରିଥିବା ବେଳେ ସ୍ୱର୍ଗତ ଅଭିନେତା ମିହିର ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଫିଲ୍ମଟି କମେଡିରେ ପୂର୍ଣ୍ଣ ଥିବା ବେଳେ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ବାବାଜୀ କା ଠୁଲ୍ଲୁ'; ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ କମେଡି ତଡକା ଦେଖିବେ ଦର୍ଶକ
ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ବାବାଜୀ କା ଠୁଲ୍ଲୁ'; ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ କମେଡି ତଡକା ଦେଖିବେ ଦର୍ଶକ (ETV Bharat Odisha)
author img

By ETV Bharat Entertainment Team

Published : Sep 2, 2024, 10:33 AM IST

ଭୁବନେଶ୍ୱର: ପୁରୁଷ ଓ ନାରୀର ସମାନତାର ବାର୍ତ୍ତା ନେଇ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ହାସ୍ୟ ଚଳଚ୍ଚିତ୍ର 'ବାବାଜୀ କା ଠୁଲ୍ଲୁ'। ଏହି ଫିଲ୍ମରେେ ଅନେକ ଜଣାଶୁଣା କଳାକାର ଅଭିନୟ କରିଥିବା ବେଳେ ଦିବଙ୍ଗତ ଅଭିନେତା ମିହିର ଦାସ ଙ୍କ ଦମଦାର ହାସ୍ୟ ରସାତ୍ମକ ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ଏସପ୍ଲାନେଡ ମଲର ସିନେପଲିସଠାରେ ଏହାର ପ୍ରିମିୟର ସୋ' ହୋଇ ଯାଇଛି । ପ୍ରିମିୟର ଶୋ'ରେ ଓଡ଼ିଆ ସିନେମା ଶିଳ୍ପରେ ବହୁ ନିର୍ମାତା ନିର୍ଦ୍ଦେଶକଙ୍କ ସମେତ କଳାକାର ଓ ଟେକନିସିଆନ ଏଥିରେ ଯୋଗ ଦେଇଥିଲେ ଏବଂ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ଥିବା ବେଳେ ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ନିର୍ମାତା ଓ କଳାକାର । ଏଥିସହ ଦର୍ଶକଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ।

ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ବାବାଜୀ କା ଠୁଲ୍ଲୁ'; ସ୍ୱର୍ଗତ ଅଭିନେତା ମିହିର ଦାସଙ୍କ କମେଡି ତଡକା ଦେଖିବେ ଦର୍ଶକ (ETV Bharat Odisha)

'ବାବାଜୀ କା ଠୁଲ୍ଲୁ' ଷ୍ଟାରକାଷ୍ଟ

ଲର୍ଡ ଜଗନ୍ନାଥ ଫିଲ୍ମସ ବ୍ୟାନରର ଏହା ଦ୍ଵିତୀୟ ଚଳଚ୍ଚିତ୍ର । ଫିଲ୍ମର କାହାଣୀ ରଚନା କରିଛନ୍ତି ବାବୁ ସିଂ। ବାବୁ ସିଂଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ର ର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦେବରାଜ ଓ ସ୍ୱାତୀ । ପରଦା ଉପରେ ଏହି ବଣ୍ଟି ବବଲି ଯୋଡିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ।ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ସ୍ୱର୍ଗତ ମିହିର ଦାସ, ପୁଷ୍ପା ପଣ୍ଡା, ଉଷସୀ ମିଶ୍ର, ଜୀବନ ପଣ୍ଡା, ଦେବୁ ବ୍ରହ୍ମା, ସଲିଲ ମିତ୍ର, ପ୍ରଜ୍ଞା, ଦେବୀ ବାରିକ ଓ ଶୁଭ୍ରାଂଶୁ ।

2017ରେ ନିର୍ମିତ ହୋଇଥିଲା ଏହି ଫିଲ୍ମ

ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ ଓ ଓଁକାରଙ୍କ ରଚିତ ଗୀତଗୁଡିକୁ ସ୍ୱରରେ ସଜାଇଛନ୍ତି ବୁବୁ-ସୌରଭ । କଣ୍ଠଦାନ କରିଛନ୍ତି ବିଭୁ କିଶୋର, ଅସୀମା ପଣ୍ଡା, ସୌରଭ,ପ୍ରୀତିନନ୍ଦା, ଇତିଶ୍ରୀ ଓ ଶକ୍ତି ମିଶ୍ର । ସଂଳାପ ରଚନା କରିଛନ୍ତି ବିଜୟ ରାଉଳ। ଗୀତଗୁଡିକ ବେଶ ଶ୍ରୁତିମଧୁର ଓ ମନଛୁଆଁ ହୋଇପାରିଛି । ତେବେ ଚଳଚ୍ଚିତ୍ରଟି ୨୦୧୭ ରେ ପ୍ରସ୍ତୁତ ହୋଇଥିବା ବେଳେ ଦୀର୍ଘ ବର୍ଷ ପରେ ଏହା ରିଲିଜ ହୋଇଥିବାରୁ ଏପରି ଏକ ହାସ୍ୟ ରସାତ୍ମକ ଚଳଚିତ୍ର ପରଦାକୁ ଆସିଥିବା ବେଳେ ଦର୍ଶକ ଏହାର ଭରପୁର ମଜା ଉଠାଇବେ ଦର୍ଶକ ବୋଲି କହିଛନ୍ତି ନିର୍ଦ୍ଦେଶକ ରଞ୍ଜନ ମିଶ୍ର ।

ଏହା ମଧ୍ୟ ପଢନ୍ତୁ: 'ଦମନ' ପରେ 'ପରବ' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଦୀପେନ୍ଦ୍ର ସାମଲ, ଏହି ତାରକା ଆସିବେ ନଜର

'ବାବାଜୀ କା ଠୁଲ୍ଲୁ' ଫିଲ୍ମର କାହାଣୀ

ଫିଲ୍ମର କାହାଣୀକୁ ନେଇ ଅଭିନେତା ଜୀବନ ପଣ୍ଡା କହିଛନ୍ତି ସୃଷ୍ଟିର ନିୟମ ଅନୁସାରେ ସମଗ୍ର ମାନବ ସମାଜ ନାରୀ ଓ ପୁରୁଷକୁ ଆଧାର କରି ଚାଲିଥାଏ । ହେଲେ ବେଳେ ବେଳେ ନାରୀ ଓ ପୁରୁଷର ସ୍ଵଭାଵରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ନାରୀ ଭିତରେ ପୁରୁଷର ଭାବନା ଓ ପୁରୁଷ ଭିତରେ ନାରୀର ଭାବନା ଏକ ବୈଚିତ୍ରମୟ ପରିବେଶ ସୃଷ୍ଟି କରିଥାଏ । ଆଉ ନାରୀ ପୁରୁଷ ସମାନତା ଓ ଭିନ୍ନତାକୁ ଏହା ମଧ୍ୟ ଦର୍ଶାଏ । ଏପରି ଏକ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା 'ବାବାଜୀ କା ଠୁଲ୍ଲୁ'। ଯେଉଁଥିରେ କି ପୁରୁଷ ଚରିତ୍ର ମାନେ ନାରୀ ରୂପ ଓ ନାରୀ ଚରିତ୍ର ମାନେ ପୁରୁଷ ଚରିତ୍ରରେ ସଜେଇ ହୋଇ ଅଭିନୟ କରିଛନ୍ତି । ଭିନ୍ନତା ଭିତରେ ପରିବର୍ତିତ ଅଭିନୟର ଏହା ଚଳଚିତ୍ରରେ ଭରପୁର କମେଡି ବା ହାସ୍ୟ ରସ ରହିଥିବା ବେଳେ ଏହା ଦର୍ଶକଙ୍କ ମନୋରଞ୍ଜନ ପାଇଁ ବେଶ ଖୋରାକ ଯୋଗାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.