ହାଇଦ୍ରାବାଦ: ବିଗ୍ ବସ୍ ୧୭ ବିଜେତା ମୁନାୱାର ଫାରୁକିଙ୍କ ଫ୍ୟାନଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ରିପୋର୍ଟ ଅନୁସାରେ, ଡୋଙ୍ଗ୍ରି ପୋଲିସ ୨୬ ବର୍ଷୀୟ ୟୁସୁଫ ଖାନଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯିଏ ମୁନାୱାର ଫାରୁକିଙ୍କ ସେଲିବ୍ରେସନ ବେଳେ ଡ୍ରୋନ କ୍ୟାମେରା ଚଳାଇଥିଲା । ଖବର ଅନୁଯାୟୀ, ଡ୍ରୋନ୍ ଚଳାଇବାକୁ ଅନୁମତି ନନେବା ଏବଂ ଆଦେଶ ଉଲ୍ଲଘଂନ କରିଥିବାରୁ ମୁମ୍ବାଇ ପୋଲିସ କମିଶନର ୟୁସୁଫଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି ।
ସୂଚନା ଅନୁସାରେ, ଫିଏସଆଇ ତାରିଫ ମୁଲ୍ଲାଙ୍କ ସହ କନଷ୍ଟେବଳ ନିତିନ ସିନ୍ଦେ ପାଟ୍ରୋଲିଂ କରୁଥିବାବେଳେ ମୁନାୱାର ଫାରୁକିଙ୍କ ବିଗ୍ ବସ୍ ୧୭ ଟ୍ରଫି ଜିତିବା ଉତ୍ସବର ଏକ ବିରାଟ ଜନସମାଗମ ଦେଖିଥିଲେ ଏବଂ ବିନା ଅନୁମତିରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଉଥିବା ଦେଖିଥିଲେ । ଏନେଇ ସେ ତୁରନ୍ତ 'ଡୋଙ୍ଗ୍ରି' ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ, ଯାହା ପରେ ଡ୍ରୋନ୍ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେପଟେ ଯଦି ବିନା ଅନୁମତିରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରିବା ନେଇ ମୁନାୱାର ଜଡିତ ଅଛନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ସୂତ୍ରରୁ ଜଣାପଡିଛି ।
କହିରଖୁଛୁ କି, ବିଗ୍ ବସ୍ ସିଜନ ୧୭ର ବିଜେତା ହୋଇଛନ୍ତି ମୁନାୱାର ଫାରୁକି । ରବିବାର ଦିନ ମୁନାୱାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଥିଲା । ବିଜେତା ହେବା ପରେ ମୁନାୱାର ନିଜ ଅଞ୍ଚଳ ଡୋଙ୍ଗ୍ରିକୁ ଯାଇଥିଲେ । ଏହି ସମୟରେ ସାରା ଅଞ୍ଚଳରେ ସେଲିବ୍ରେସନର ମାହୋଲ ରହିଥିଲା । ଡୋଙ୍ଗ୍ରିରେ ମୁନାୱାରଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ଲୋକଙ୍କ ପ୍ରବଳ ଭିଡ ରହିଥିବା ବେଳେ ଏହି ସେଲିବ୍ରେସନର ପ୍ରତ୍ୟେକଟି ମୁହୂର୍ତ୍ତକୁ ଡ୍ରୋନ କ୍ୟାମେରାରେ ସୁଟ କରାଯାଇଥିଲା । ତେବେ ବର୍ତ୍ତମାନ ଡ୍ରୋନ ଅପରେଟର ତଥା ମୁନାୱରଙ୍କ ଫ୍ୟାନଙ୍କ ନାଁରେ ମାମଲା ରୁଜୁ କରିଛି ଡୋଙ୍ଗ୍ରି ପୋଲିସ ।
ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କୁ ଶ୍ରେୟ ଦେଲେ ମୁନାୱାର ଫାରୁକି, ସ୍ବର୍ଗତା ମା'ଙ୍କୁ ମନେପକାଇ କହିଲେ ଏହି କଥା
ସୂଚନା ଥାଉ କି, ବିଗ୍ ବସ୍ ସିଜନ ୧୭ର ଟ୍ରଫି ହାତେଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ କାର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ଅଭିଷେକ କୁମାର ଓ ଦ୍ବିତୀୟ ରନର୍ସ ଅପ ହୋଇଛନ୍ତି ଅଭିନେତ୍ରୀ ମନ୍ନାରା ଚୋପ୍ରା ।