ETV Bharat / entertainment

ବିଜେପିରେ ମିଶିଲେ ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା - Bjp Mishrana Parba In Umerkote

author img

By ETV Bharat Odisha Team

Published : May 2, 2024, 1:55 PM IST

ବିଜେପିରେ ସାମିଲ ହେଲେ ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା
ବିଜେପିରେ ସାମିଲ ହେଲେ ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା

Bjp Mishrana Parba In Umerkote: ବିଜେଡ଼ି କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଉମରକୋଟ ନିର୍ବାଚନ ମଣ୍ଡଳୀ ଶତାଧିକ ପୁରୁଷ ଓ ମହିଳା କର୍ମୀ । ଅଧିକ ପଢନ୍ତୁ

ବିଜେପିରେ ସାମିଲ ହେଲେ ଉମରକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା

ନବରଙ୍ଗପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଲିଲାଣି ଦଳ ଡିଆଁ ପର୍ବ । ନବରଙ୍ଗପୁର ଜିଲ୍ଲାରେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି ଶତାଧିକ କର୍ମୀ । ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳର କର୍ମୀ ବିଜେପିରେ ମିଶିଥିବା ଦେଖିବାକୁ ମିଳିଛି । ନଗରମଣ୍ଡଳ ସ୍ଥିତ ଭାଲୁଗୁଡା ଏବଂ ନଗର ବିଜେପି କାର୍ଯ୍ୟାଳୟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ବିଜେପି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ପୁରୁଷ ଓ ମହିଳା କର୍ମୀ ବିଜେପିରେ ମିଶିଛନ୍ତି ।

ଭାଲୁଗୁଡା ଠାରେ ନଗରମଣ୍ଡଳର ପାଇକ ସମାଜର ୪୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଏବଂ ନଗର ବିଜେପି କାର୍ଯ୍ୟାଳୟ ଠାରେ ଉମରକୋଟ ବିଧାନସଭା କ୍ଷେତ୍ର ବେହେଡା ମଣ୍ଡଳର ୫୦ରୁ ଊର୍ଦ୍ଧ୍ବ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ଲୋକଙ୍କ କହିବା ଅନୁସାରେ ବିଜେପିର ନୀତି ଆଦର୍ଶ ଓ ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଶ ବର୍ଷ ଶାସନରେ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ଏହି ମୂଳମନ୍ତ୍ର ଆଧାରରେ ଦେଶରେ ବିକାଶର ଉଜାଗର ହୋଇଛି ଏବଂ ମୋଦି କହିଛନ୍ତି "ଏ ତ ଟ୍ରେଲର ହେ "ବର୍ତ୍ତମାନ ଦେଶକୁ ଆହୁରି ଆଗକୁ ନେବାର ଅଛି ।

ସେମାନେ ଆହୁରି କହିଛନ୍ତି, ଜେପି ସରକାରରେ ମୋଦିଙ୍କ ବିକଶିତ ଭାରତ ଯୋଜନା ମାନ ସବୁ କାର୍ଯ୍ୟକାରୀ ହେବା ଦେଖୁଛୁ । ରାଜ୍ୟରେ ୨୫ ବର୍ଷ ସରକାର ରେ ଅସନ୍ତୁଷ୍ଟ ପ୍ରକାଶ କରିବା କଥା କହିଥିଲେ ଓ ବିଜେପି ଥିଲେ ଦେଶ ଓ ଧର୍ମ ସୁରକ୍ଷିତ ରହିବ କହି ଆମେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଲୁ ବୋଲି କହିଛନ୍ତି । ତେବେ ନୂଆରେ ମିଶିଥିବା କାର୍ଯ୍ୟକର୍ତ୍ତାଙ୍କୁ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନର ସହ ସ୍ବାଗତ କରିଥିଲେ ।

ସେପଟେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଥିଲେ ରାଜ୍ୟ ସମ୍ପାଦକ ରମେଶଚନ୍ଦ୍ର ସାହୁ, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜେପିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବିଜେଡି ନେତ୍ରୀ ସୁକାନ୍ତି ଜୟପୁରିଆ

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.