ETV Bharat / entertainment

ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲା; AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ, 17 ସଦସ୍ୟ ବି ଛାଡିଲେ ପଦ - Mohanlal resigns as AMMA president

author img

By ETV Bharat Odisha Team

Published : Aug 27, 2024, 4:13 PM IST

Mass resignation In Amma; 17 Members Resigned Including Mohanlal: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଘଟଣା ନେଇ ହେମା କମିଟି ରିପୋର୍ଟରେ ଖୁଲାସା ହେବା ପରେ ସରଗରମ ହୋଇଛି ସିନେ ଇଣ୍ଡଷ୍ଟ୍ରି । ଏହାରି ମଧ୍ୟରେ ବର୍ତ୍ତମାନ AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତା ମୋହନଲାଲ । କେବଳ ଏତିକି ନୁହେଁ ଏହି ଆସୋସିଏସନର ପ୍ରାୟ 17 ଜଣ ସଦସ୍ୟ ନିଜ ପଦ ଛାଡିଛନ୍ତି । ଅଧିକ ପଢନ୍ତୁ,

ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲା; AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ, 17 ସଦସ୍ୟ ବି ଛାଡିଲେ ପଦ
ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲା; AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ, 17 ସଦସ୍ୟ ବି ଛାଡିଲେ ପଦ (ETV Bharat Odisha)

ହାଇଦ୍ରାବାଦ: ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଆଜି, ମଙ୍ଗଳବାର ଅପରାହ୍ନରେ ଅଭିନେତା ତାଙ୍କ ନିଷ୍ପତ୍ତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏଥିସହ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ସେମାନଙ୍କ ମିଳିତ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ମୋହନଲାଲଙ୍କ ସମେତ ଆସୋସିଏସନର ପ୍ରାୟ 17 ଜଣ ସଦସ୍ୟ ମଧ୍ୟ ଇସ୍ତଫା ଦେଇଥିବା ବେଳେ ଏବେ ଏହି କମିଟି ଭାଙ୍ଗିଯାଇଛି । ତେବେ ହେମା କମିଟି ରିପୋର୍ଟରେ ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ଘଟଣାର ଖୁଲାସା ହେବା ପରେ ମୋହନଲାଲଙ୍କ ନେତୃତ୍ୱ ସଙ୍ଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ମୋହନଲାଲଙ୍କ ଇସ୍ତଫା ପରେ ଭାଙ୍ଗିଲା ସଙ୍ଗଠନ

ଆସୋସିଏସନ ତାଙ୍କ ବୟାନରେ କହିଛି, ''ଆସୋସିଏସନର କିଛି ସଦସ୍ୟଙ୍କ ବିରୋଧରେ କିଛି ଅଭିନେତ୍ରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଏଏମଏମଏ କାର୍ଯ୍ୟନିର୍ବାହୀ କମିଟିକୁ ନୈତିକ ଆଧାରରେ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ମାସ ମଧ୍ୟରେ ନିର୍ବାଚନ ପରେ ଏକ ନୂତନ କମିଟି ଗଠନ କରାଯିବ ବୋଲି ସଂଘ । ଦୁଇ ମାସ ମଧ୍ୟରେ ନୂତନ ଶାସକ ଦଳ ବାଛିବା ପାଇଁ ଆସୋସିଏସନର ସାଧାରଣ ବୈଠକ ଡକାଯିବ ବୋଲି ଆସୋସିଏସନ ସୂଚନା ଦେଇଛି। ଆମେ ଆଶା କରୁଛୁ ଯେ ଏକ ନୂଆ ନେତୃତ୍ୱ ସଙ୍ଗଠନର ନବୀକରଣ ଓ ସଙ୍ଗଠନକୁ ଦୃଢ କରିବାରେ ସକ୍ଷମ ହେବ, ତାହା ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବ।''

ସିଦ୍ଦିକି ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି

ଅଭିନେତା ସିଦ୍ଦିକି ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଜଣେ ମହିଳା ଅଭିନେତ୍ରୀ ଅଭିନେତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ସିଦ୍ଦିକି ଏହି ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

ରଞ୍ଜିତ କେରଳ ଚଳଚ୍ଚିତ୍ର ଏକାଡେମୀ ପଦ ଛାଡିଛନ୍ତି

ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରଙ୍କ ଅଭିଯୋଗ ପରେ ମାଲାୟାଲମ୍ ନିର୍ଦ୍ଦେଶକ ରଞ୍ଜିତ କେରଳ ଚଳଚ୍ଚିତ୍ର ଏକାଡେମୀ ପଦ ଛାଡିଛନ୍ତି । ଅଭିନେତ୍ରୀ ଶ୍ରୀଲେଖା ନିର୍ଦ୍ଦେଶକଙ୍କ ନାଁରୋ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପରେ ରବିବାର (ଅଗଷ୍ଟ 25) ରେ ନିର୍ଦ୍ଦେଶକ ରଞ୍ଜିତ କେରଳ ସରକାରଙ୍କ ଦ୍ୱାରା ପରିଚାଳିତ 'କେରଳ ଚଳଚ୍ଚିତ୍ର ଏକାଡେମୀ' (KCA) ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଅଭିଯୋଗ: କଳାକାର ସଂଘ ଓ ଚଳଚିତ୍ର ଏକାଡେମୀରୁ ଇସ୍ତଫା ଦେଲେ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ

ଜଷ୍ଟିସ ହେମା କମିଟି ରିପୋର୍ଟ

ସୂଚନାଯୋଗ୍ୟ ଯେ ନିଟକରେ ଜଷ୍ଟିସ ହେମା କମିଟି ରିପୋର୍ଟ ଦ୍ୱାରା ମାଲାୟାଲମ ଇଣ୍ଡଷ୍ଟ୍ରିର ପରଦା ପଛର ରହସ୍ୟର ଖୁଲାସା କରିଥିବାବେଳେ ଏହି ସବୁ ମାମଲା ସାମ୍ନାକୁ ଆସିଥିଲା । ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ ଅତ୍ୟାଚାର ଏବଂ ଶୋଷଣର ଅନୁସନ୍ଧାନ ପାଇଁ ଜଷ୍ଟିସ୍ ହେମା କମିଟି ଗଠନ କରାଯାଇଥିଲା । ଏହି ରିପୋର୍ଟରେ ଅଭିନେତ୍ରୀମାନଙ୍କ ପାଇଁ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡିଛି । ଅଭିନେତ୍ରୀ କେବଳ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଯନ୍ତ୍ରଣା ଭୋଗୁନାହାଁନ୍ତି, ବରଂ ସେ ଯୌନ ନିର୍ଯାତନାର ମଧ୍ୟ ଶିକାର ହେଉଥିବା ଖୁଲାସା ହୋଇଥିଲା । ଏହା ପରେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ନିଜ ଅଭିଯୋଗ ଶୁଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଭିନେତ୍ରୀଙ୍କୁ ଯୌନ ଶୋଷଣ ମାମଲା; ପ୍ରତିକ୍ରିୟା ରଖିଲେ ସାଉଥ ତାରକା ନାନୀ-ବିକ୍ରମ-ପୃଥ୍ୱୀରାଜ ସୁକୁମାରନ, କହିଲେ-'ଦୋଷୀଙ୍କୁ ଦଣ୍ଡ ମିଳୁ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.