ETV Bharat / entertainment

ମଲିଉଡରେ 'ମି-ଠୁ'; ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅଭିନେତା ମାମୁତି, ଘଟଣାର ସଠିକ୍ ତଦନ୍ତ ପାଇଁ କଲେ ଦାବି - MAMMOOTTY ON HEMA COMMITTEE

author img

By ETV Bharat Entertainment Team

Published : Sep 1, 2024, 3:57 PM IST

Mammootty On Hema Committee Report: ଜଷ୍ଟିସ୍ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମାଲାୟାଲମ ଇଣ୍ଡଷ୍ଟ୍ରିରେ ବିବାଦ ବଢିବାରେ ଲାଗିଛି । ବର୍ତ୍ତମାନ ଏନେଇ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମୁହଁ ଖୋଲିଛନ୍ତି । ଏପରି ସମୟରେ ଏବେ ଅଭିନେତା ମାମୁତି ହେମା କମିଟି ରିପୋର୍ଟକୁ ସମର୍ଥନ କରିବା ସହ ଯୌନ ନିର୍ଯାତନା ଅଭିଯୋଗର ସଚ୍ଚୋଟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ମଲିଉଡରେ 'ମି-ଠୁ'; ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅଭିନେତା ମାମୁତି, ଘଟଣାର ସଠିକ୍ ତଦନ୍ତ ପାଇଁ କଲେ ଦାବି
ମଲିଉଡରେ 'ମି-ଠୁ'; ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅଭିନେତା ମାମୁତି, ଘଟଣାର ସଠିକ୍ ତଦନ୍ତ ପାଇଁ କଲେ ଦାବି (IANS)

ହାଇଦ୍ରାବାଦ: ଦିନକୁ ଦିନ ବଢିବାରେ ଲାଗିଛି ମାଲାୟାଲମ ଇଣ୍ଡଷ୍ଟ୍ରିରେ ବିବାଦ । ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ଗୁମର ଖୋଲିବାରେ ଲାଗିଛି । ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ନାମୀଦାମୀ ଅଭିନେତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି । ଏପରି ସମୟରେ ଅଭିନେତା ନିଜ ପଦ ପଦବୀରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ ଏପରି ସମୟରେ ବର୍ତ୍ତମାନ ଅଭିନେତା ମାମୁତି ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ମାମୁତି ହେମା କମିଟି ରିପୋର୍ଟକୁ ସମର୍ଥନ କରିବା ସହ ଯୌନ ନିର୍ଯାତନା ଅଭିଯୋଗର ସଚ୍ଚୋଟ ଯାଞ୍ଚ କରିବାକୁ ଦାବି କରିଛନ୍ତି ।

'ଘଟଣାର ସଠିକ ତଦନ୍ତ ହେଉ'

ମାଲାୟଲମରେ ତାଙ୍କ ଫେସବୁକ୍ ପୋଷ୍ଟରେ ମାମୁତି କହିଛନ୍ତି, ''ହେମା କମିଟି ରିପୋର୍ଟରେ ବର୍ଣ୍ଣିତ ସୁପାରିଶ ଏବଂ ସମାଧାନକୁ ମୁଁ ହୃଦୟରୁ ସ୍ୱାଗତ କରୁଛି ଏବଂ ସମର୍ଥନ କରୁଛି । ବର୍ତ୍ତମାନ ସମୟ ଆସିଛି ଯେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସମସ୍ତ ସଂଗଠନ ହାତ ମିଳାଇ ଏହାକୁ କାର୍ଯ୍ୟକାରୀ କରନ୍ତୁ। ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ହେମା କମିଟି ରିପୋର୍ଟରେ ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ବ୍ୟାପକ ଯୌନ ଉତ୍ପୀଡ଼ନ ମାମଲାର ଖୁଲାସା ହୋଇଛି ଏବଂ ଚଳଚ୍ଚିତ୍ର ଶିଳ୍ପରେ ଶକ୍ତିଶାଳୀ ପଦବୀରେ ଥିବା ବ୍ୟକ୍ତିମାନେ କ୍ରମାଗତ ଭାବରେ ମହିଳା ଅଭିନେତ୍ରୀ ଏବଂ ଟେକ୍ନିସିଆନମାନଙ୍କୁ ହଇରାଣ କରିଥିଲେ । ଯାହାର ଖୁଲାସା ହୋଇଛି ।''

ଏହା ମଧ୍ୟ ପଢନ୍ତୁ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲା; AMMA ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ, 17 ସଦସ୍ୟ ବି ଛାଡିଲେ ପଦ

'ସିନେମାରେ କୌଣସି ପାୱାରହାଉସ୍ ନାହିଁ'

ସେ ଆହୁରି କହିଛନ୍ତି, ''ଜଷ୍ଟିସ ହେମା କମିଟି ରିପୋର୍ଟର ସମ୍ପୂର୍ଣ୍ଣ ତଥ୍ୟ କୋର୍ଟରେ ରହିଛି। ପୋଲିସକୁ ସଚ୍ଚୋଟତାର ସହ ତଦନ୍ତ କରିବାକୁ ଦିଅନ୍ତୁ, କୋର୍ଟଙ୍କୁ ଦଣ୍ଡବିଧାନ କରିବାକୁ ଦିଅନ୍ତୁ। ସିନେମାରେ କୌଣସି 'ପାୱାରହାଉସ୍' ନାହିଁ । ଯଦି କୌଣସି ଆଇନଗତ ପ୍ରତିବନ୍ଧକ ଅଛି ତେବେ ହେମା କମିଟିର ବ୍ୟବହାରିକ ସୁପାରିଶକୁ କାର୍ଯ୍ୟକାରୀ କରାଯିବା ଉଚିତ୍ । ପରିଶେଷରେ, ସିନେମାକୁ ବଞ୍ଚାଇବା ଜରୁରୀ । ସଂଗଠନ (ଆସୋସିଏସନ୍ ଅଫ୍ ମାଲାୟାଲମ୍ ଚଳଚ୍ଚିତ୍ର କଳାକାର) ପ୍ରଥମେ ପ୍ରତିକ୍ରିୟା କରିବା ଉଚିତ୍ । ମୁଁ ବିଶ୍ୱାସ କରେ ଯେ ଜଣେ ସଦସ୍ୟ ଭାବରେ ମୁଁ ସେମାନଙ୍କର ପ୍ରତିକ୍ରିୟା ପରେ ହିଁ ମୋର ମତାମତ ଦେବା ଉଚିତ ମନେ କଲି। ଏଣୁ ମୁଁ ଏତେ ଦିନ ଅପେକ୍ଷା କଲି ।''

ଏହା ମଧ୍ୟ ପଢନ୍ତୁ: ଯୌନ ଶୋଷଣ ମାମଲା ପରେ ମୁହଁ ଖୋଲିଲେ ଜୟସୂର୍ଯ୍ୟା, କହିଲେ- 'ଅଭିଯୋଗ ଭିତ୍ତିହୀନ ଏବଂ ଯନ୍ତ୍ରଣାଦାୟକ'

ସୂଚନା ଥାଉ କି, ହେମା କମିଟି ରିପୋର୍ଟ ଆସିବା ପରେ ଅଭିନେତା ଜୟସୂର୍ଯ୍ୟା, ମୁକେଶ, ସିଦ୍ଦିକି ଏବଂ ରଞ୍ଜିତଙ୍କ ସମେତ ଇଣ୍ଡଷ୍ଟ୍ରିର ଅନେକ ବଡ ନାମ ବିରୋଧରେ ମାମଲା ରୁଜୁ ହୋଇଛି । ସୁପରଷ୍ଟାର ମୋହନଲାଲ ମଧ୍ୟ ଏମଏମଏ (ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘ) ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ (AMMAର ଜେନେରାଲ ସେକ୍ରେଟାରୀ) ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦିକି । ଫିଲ୍ମ ପଲିସି କମିଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ । ମାଲାୟାଲମ ନିର୍ଦ୍ଦେଶକ ରଞ୍ଜିତ ମଧ୍ୟ କେରଳ ଚଳଚ୍ଚିତ୍ର ଏକାଡେମୀର ସଭାପତି ପଦ ଛାଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.