ETV Bharat / entertainment

ପ୍ରଥମ ୱିକେଣ୍ଡ କଲେକ୍ସନ: ବଡେ ମିୟାଁ ଛୋଟେ ମିୟାଁ 40 କୋଟି ପାର୍‌, ପଛରେ ପଡିଲା ମୈଦାନ - Maidaan Vs Bmcm Bo Collection

author img

By ETV Bharat Odisha Team

Published : Apr 15, 2024, 12:18 PM IST

Maidaan Vs Bmcm Box Office Day 4: ବକ୍ସ ଅଫିସରେ ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଅଭିନେତାଙ୍କ ଫିଲ୍ମ ମୈଦାନ ଏବଂ ବଡେ ମିୟାଁ ଛୋଟେ ମିୟାଁ ଏକାଠି ରିଲିଜ ହୋଇଥିବା ବେଳେ ପ୍ରଥମ ୱିକେଣ୍ଡରେ ବମ୍ପର କଲେକ୍ସନ କରିଛି ଉଭୟ ଫିଲ୍ମ । ତେବେ ଜାଣନ୍ତୁ ମୈଦାନ ଏବଂ ବଡେ ମିୟାଁ ଛୋଟେ ମିୟାଁ କେତେ ଆୟ କରିଛି ?

ପ୍ରଥମ ୱିକେଣ୍ଡ କଲେକ୍ସନ: ୪୦ କୋଟି ପାର୍ କଲା 'ବଡେ ମିୟାଁ ଛୋଟେ ମିୟାଁ', ଫଛରେ ପଡିଲା ମୈଦାନ

ହାଇଦ୍ରାବାଦ: ଇଦ୍ ଅବସର(ଏପ୍ରିଲ ୧୧)ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ' ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଉଭୟ ଫିଲ୍ମ ଗୋଟିଏ ଦିନରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଗୋଟିଏ ପଟେ ଅକ୍ଷୟ-ଟାଇଗରଙ୍କ 'ବଡେ ମିୟାଁ ଛୋଟେ ମିୟାଁ' ଆକ୍ସନ୍-ଥ୍ରୀଲର ଫିଲ୍ମ ହୋଇଥିବା ବେଳେ ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ 'ମୈଦାନ' ଏକ କ୍ରୀଡାଭିତ୍ତିକ ଫିଲ୍ମ ରହିଛି । ତେବେ ଏହି ଦୁଇଟିର ଫିଲ୍ମର କାହାଣୀ ଭିନ୍ନ ରହିଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏଥିସହ ରିଲିଜ ଦିନ ଠାରୁ ଉଭୟ ଫିଲ୍ମ ବମ୍ପର କଲେକ୍ସନ ମଧ୍ୟ କରୁଛି । ବର୍ତ୍ତମାନ ଅକ୍ଷୟ ଏବଂ ଅଜୟଙ୍କ ଫିଲ୍ମ ରିଲିଜର ପ୍ରଥମ ସପ୍ତାହ ପୂରିଥିବା ବେଳେ କଲେକ୍ସନ କ୍ଷେତ୍ରରେ ଆଗରେ ରହିଛି 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ।

  • " class="align-text-top noRightClick twitterSection" data="">

'ବଡେ ମିୟାଁ ଛୋଟେ ମିୟାଁ' ଏବଂ 'ମୈଦାନ'ର ପ୍ରଥମ ୱିକେଣ୍ଡ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁସାରେ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଥିଲା । ବର୍ତ୍ତମାନ ରିଲିଜ ପରେ ଉଭୟ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରିଥିବା ବେଳେ ପ୍ରଶଂସା ମଧ୍ୟ ସାଉଁଟୁଛି । ତେବେ ପ୍ରଥମ ସପ୍ତାହ ଅର୍ଥାତ୍ ରିଲିଜର ୪ଦିନ ମଧ୍ୟରେ ଉଭୟ ଫିଲ୍ମ ଭଲ କଲେକ୍ସନ କରୁଛି । ସାକନିକଙ୍କ ରିପୋର୍ଟ ଅନୁସାରେ, 'ବଡେ ମିୟାଁ ଛୋଟେ ମିୟାଁ' ୧୫.୫୦ କୋଟି ଆୟ ସହ ଓପନିଂ କରିଥିବା ବେଳେ ରବିବାର ଦିନ ୯ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪୦.୭୫ କୋଟିକୁ ବୃଦ୍ଧି ପାଇଛି । ସେହିପରି ପ୍ରଥମ ଦିନରେ 'ମୈଦାନ' ୨.୬ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ସପ୍ତାହ ଶେଷରେ ଫିଲ୍ମର ଆୟରେ ବୃଦ୍ଧି ଘଟିଛି । ରବିବାର ଫିଲ୍ମ ୬.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ଫିଲ୍ମ ମୋଟ ୨୧.୮୫ କୋଟି କଲେକ୍ସନ କରି ସଫଳତା ହାତେଇଛି ।

'ବଡେ ମିୟାଁ ଛୋଟେ ମିୟାଁ'; ବକ୍ସ ଅଫିସ କଲେକ୍ସନ

  • ଏପ୍ରିଲ ୧୧, ପ୍ରଥମ ଦିନ- ୧୫.୬୫ କୋଟି
  • ଏପ୍ରିଲ ୧୨, ଦ୍ୱିତୀୟ ଦିନ- ୭.୬ କୋଟି
  • ଏପ୍ରିଲ ୧୩, ତୃତୀୟ ଦିନ- ୮.୫ କୋଟି
  • ଏପ୍ରିଲ ୧୪, ଚତୁର୍ଥ ଦିନ- ୯ କୋଟି

ତେବେ ଫିଲ୍ମର ମୋଟ କଲେକ୍ସନ ୪୦.୭୫କୁ ବୃଦ୍ଧି

'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ବିଷୟରେ କହିବାକୁ ଗଲେ, ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ସାଉଥ ତାରକା ପୃଥ୍ବୀରାଜ ସୁକୁମାରନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୈଦାନ ବନାମ ବଡେ ମିୟାଁ ଛୋଟେ ମିୟାଁ: ଦ୍ବିତୀୟ ଦିନରେ ଏତିକି କଲେକ୍ସନ କଲା ଫିଲ୍ମ

'ମୈଦାନ'; ବକ୍ସ ଅଫିସ କଲେକ୍ସନ

  • ଏପ୍ରିଲ ୧୧, ପ୍ରଥମ ଦିନ- ୨.୬ କୋଟି
  • ଏପ୍ରିଲ ୧୨, ଦ୍ୱିତୀୟ ଦିନ- ୪.୫ କୋଟି
  • ଏପ୍ରିଲ ୧୩, ତୃତୀୟ ଦିନ- ୨.୭୫ କୋଟି
  • ଏପ୍ରିଲ ୧୪, ଚତୁର୍ଥ ଦିନ- ୬.୨୫ କୋଟି

ତେବେ ଫିଲ୍ମର ମୋଟ କଲେକ୍ସନ ୨୧.୮୫କୁ ବୃଦ୍ଧି

'ମୈଦାନ' ବିଷୟରେ କହିବାକୁ ଗଲେ, ଅମିତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ମୈଦାନରେ ଅଜୟ ଦେବଗନ ରିଅଲ ଲାଇଫ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ ଭୂମିକାରେ ଅଭିନୟ କରୁଛନ୍ତି । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.