ETV Bharat / entertainment

ମୈଦାନ ବନାମ ବଡେ ମିୟାଁ ଛୋଟେ ମିୟାଁ: ଦ୍ବିତୀୟ ଦିନରେ ଏତିକି କଲେକ୍ସନ କଲା ଫିଲ୍ମ - Maidaan Vs BMCM

author img

By ETV Bharat Odisha Team

Published : Apr 13, 2024, 11:44 AM IST

Maidaan Vs BMCM Box Office Day 2 Collection: ଅଜୟ ଦେବଗନଙ୍କ ମୈଦାନ ଓ ଅକ୍ଷୟ-ଟାଇଗରଙ୍କ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁ ବକ୍ସ ଅଫିସରେ ଦୁଇ ଦିନ ପୂରଣ କରିଛି । ଆସନ୍ତୁ ଜାଣିବା ଦ୍ବିତୀୟ ଦିନରେ ଆୟ କେତେ ହୋଇଛି । ଅଧିକ ପଢନ୍ତୁ

Maidaan Vs BMCM
Maidaan Vs BMCM

ହାଇଦ୍ରାବାଦ: ଗତ ୧୧ ତାରିଖରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ ମୈଦାନ ଓ ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାର ଓ ଟାଇଗରଙ୍କ ଷ୍ଟାରର ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ମଧ୍ୟରେ ବର୍ତ୍ତମାନ କଡ଼ା ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମ ଭଲ ପ୍ରଦର୍ଶନ କରୁଥିବା ବେଳେ ଦର୍ଶକଙ୍କ ମନ ଜିତୁଛନ୍ତି । ଏହି ଦୁଇଟି ଫିଲ୍ମ ରିଲିଜ ହେବାର ଆଜିକୁ ୩ ଦିନ ହୋଇଛି । ଏହାରି ମଧ୍ୟରେ ଆସନ୍ତୁ ଜାଣିବା ମୈଦାନ ଓ ବଡେ ମିୟାଁ ଛୋଟେ ମିୟାଁ ବକ୍ସ ଅଫିସରେ ଦ୍ବିତୀୟ ଦିନରେ କେତେ କଲେକ୍ସନ କରିଛି ।

ମୈଦାନ:

ଅମିତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ମୈଦାନରେ ଅଜୟ ଦେବଗନ ରିଅଲ ଲାଇଫ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଦ୍ୱିତୀୟ ଦିନର ଆୟ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ 2.75 କୋଟି ଟଙ୍କା (ଆନୁମାନିକ) ରୋଜଗାର କରିଛି | ସେହିପରି ପ୍ରଥମ ଦିନରେ ଫିଲ୍ମଟି ଘରୋଇ ବକ୍ସ ଅଫିସରେ 4.5 କୋଟି ଟଙ୍କା ଓ ସାରା ବିଶ୍ୱରେ 10 କୋଟି ଟଙ୍କା ସହିତ କଲେକ୍ସନ କରିଥିଲା । ବର୍ତ୍ତମାନ ଫିଲ୍ମର ମୋଟ କଲେକ୍ସନ 6.80 କୋଟିରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ-ମନ ଜିତିଲା ଅକ୍ଷୟ-ଟାଇଗରଙ୍କ ଯୋଡ଼ି, ଇଦରେ 'ବଡେ ମିୟାଁ ଛୋଟେ ମିୟାଁ' କଲା ବମ୍ପର ଓପନିଂ

ବଡେ ମିୟାଁ ଛୋଟେ ମିୟାଁ:

ଅଲି ଅଫଜରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ବଡେ ମିୟାଁ ଛୋଟେ ମିୟାଁ । ଏହା ପୂର୍ବରୁ ଅଲି ସୁପରଷ୍ଟାର ସଲମାନ ଖାନଙ୍କ ସହିତ ଭାରତ ଓ ଟାଇଗର ଜିନ୍ଦା ହେ ଭଳି ଫିଲ୍ମ କରିସାରିଛନ୍ତି । ବଡେ ମିୟାଁ ଛୋଟେ ମିୟାଁ ପ୍ରଥମ ଦିନରେ ଫିଲ୍ମ ୧୫.୫୦ କୋଟି ସହ ଓପନିଂ କରି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏଥିସହ ଫିଲ୍ମ ପ୍ରଥମ ଦିନରେ 'ସୈତାନ' ଏବଂ 'ଦ କ୍ରୁ'ର ପ୍ରଥମ ଦିନ କଲେକ୍ସନର ରେକର୍ଡ ଭାଙ୍ଗିଥିଲା । ହେଲେ ଫିଲ୍ମର ଆୟ ଦ୍ବିତୀୟ ଦିନରେ ଘରୋଇ ବକ୍ସ ଅଫିସରେ ୭ କୋଟି ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଫିଲ୍ମର ଆୟର 50 ପ୍ରତିଶତ । ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ବିଷୟରେ କହିବାକୁ ଗଲେ, ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ସାଉଥ ତାରକା ପୃଥ୍ବୀରାଜ ସୁକୁମାରନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.