ETV Bharat / entertainment

ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା - Ashram Team Visits Jagannath Temple

author img

By ETV Bharat Odisha Team

Published : Sep 8, 2024, 12:59 PM IST

Ashram Team Visits Jagannath Temple Before Film Releasing: ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି ମହାଶ୍ୱେତା ରୟଙ୍କ ଫିଲ୍ମ 'ଆଶ୍ରମ' । ଏହି ଫିଲ୍ମ ରିଲିଜ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀଙ୍କ ସହ ଫିଲ୍ମର ପୁରା ଟିମ । ମହାପ୍ରଭୁଙ୍କ ନିକଟରେ ଦୀପଦାନ କରି ଫିଲ୍ମର ସଫଳତା କାମନା କରିଛନ୍ତି । ଫିଲ୍ମ କେବେ ରିଲିଜ ହେବ ଏବଂ ଏହାର କାହାଣୀ କ'ଣ ? ଜାଣନ୍ତୁ,

ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା
ପରଦାକୁ ଆସୁଛି 'ଆଶ୍ରମ'; ରିଲିଜ ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମହାଶ୍ୱେତା ରୟ ଓ ଫିଲ୍ମର ଟିମ୍, ଦୀପଦାନ କରି ସଫଳତା ପାଇଁ କଲେ କାମନା (ETV Bharat Odisha)

ପୁରୀ: ଆସନ୍ତା ୧୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା ' ଆଶ୍ରମ'। ତେବେ ଫିଲ୍ମ ରିଲିଜ ପୂର୍ବରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ମହାଶ୍ୱେତା ରୟଙ୍କ ସହ ଫିଲ୍ମର ପୁରା ଟିମ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସମୁହରେ ଦୀପଦାନ କରିଛନ୍ତି ଫିଲ୍ମର ସବୁ କଳାକାର ମାନେ । ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟ ଆଶ୍ରମ ଫିଲ୍ମର ସମସ୍ତ କଳାକାର ଏବଂ ଟିମ୍ ସହିତ ଉପସ୍ଥିତ ରହି ଦୀପଦାନ କରିଛନ୍ତି । ଏହି ସମୟରେ ନିଛକ ମୌଳିକ କାହାଣୀକୁ ନେଇ ପର୍ଯ୍ୟବେସିତ 'ଆଶ୍ରମ' ଫିଲ୍ମକୁ ଓଡ଼ିଶା ବାସୀ ଦେଖିବାକୁ ଅନୁରୋଧ କରିଛନ୍ତି ମହାଶ୍ୱେତା ରୟ ।

ଏହି ଦିନ ପୁରୀରେ ରିଲିଜ ହେବ 'ଆଶ୍ରମ'

ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ କହିଛନ୍ତି, ''ଆଗାମୀ 13 ତାରିଖରେ ସାରା ଓଡିଶା ରେ ରିଲିଜ୍ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର 'ଆଶ୍ରମ' । ଏହାର ସଫଳତା କାମନା ପାଇଁ ଆମେ ପୁରୀ ଆସି ମହାପ୍ରଭୁଙ୍କ ନିକଟ ରେ ଦୀପ ଦାନ କରିଛୁ । ପୁରୀରେ ସିନେମା ହଲ ନଥିବାରୁ ଏହି ଚଳଚ୍ଚିତ୍ର ଆସନ୍ତା 14 , 15 ଓ 16 ତାରିଖ ତିନି ଦିନ ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେବ । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ମୁଁ ପୁରୀ ବାସିନ୍ଦାଙ୍କୁ ଅନୁରୋଧ କରୁଛି । ଏହି ଫିଲ୍ମର କାହାଣୀ ଜଣେ ମଧ୍ୟବିତ୍ତ ପରିବାରର ଝିଅର କାହଣୀ ଉପରେ ପର୍ଯ୍ୟବେସିତ । ଫିଲ୍ମ କାହାଣୀ ବେଶ ଭଲ, କଳାକାର ମାନେ ବହୁତ୍ ଭଲ ଅଭିନୟ କରିଛନ୍ତି ଏବଂ ଫିଲ୍ମରେ ସଚେତନତାର ବାର୍ତ୍ତା ମଧ୍ୟ ରହିଛି । ଏଣୁ ଓଡ଼ିଶାର ସିନେପ୍ରେମୀ ମାନେ ଆସନ୍ତୁ ଓ ଫିଲ୍ମକୁ ଦେକିବାକୁ ମୁଁ ଅନୁରୋଧ କରୁଛି ।''

''ରାଜ୍ୟରେ ହଲର ଆବଶ୍ୟକତା ରହିଛି''

ଅଭିନେତ୍ରୀ ଆହୁରି କହିଛନ୍ତି, ''ଓଡ଼ିଶାରେ ଫିଲ୍ମ ହଲ ଗୁଡିକ ବନ୍ଦ ପଡ଼ିଥିବା ବେଳେ ଏହାର ପୁନରୁଦ୍ଧାର ନିହାତି ଆବଶ୍ୟକତା ରହିଛି । ଫିଲ୍ମ ହଲ ନ ଥିଲେ ଦର୍ଶକ କିଭଳି ଫିଲ୍ମ ଦେଖିବେ । ରାଜ୍ୟର ସବୁ ବ୍ଳକରେ ଫିଲ୍ମ ହଲର ଆବଶ୍ୟକ ରହିଛି । ଓଡିଆ ଦର୍ଶକ ମାନେ ଏବେ ଫିଲ୍ମ ହଲ ଆସି ଓଡିଆ ଫିଲ୍ମ ଦେଖିବାକୁ ମନ ବଳାଇଲେଣି । ଆମେ ରାଜ୍ୟ ସରକାରଙ୍କ ସହ ଏ ନେଇ ଆଲୋଚୋନା କରିଛୁ । ଓଡ଼ିଶାରେ ବିଜେପି ସରକାର ଆସିଥିବା ବେଳେ ଆମର ଅନେକ ଆଶା ରହିଛି । ରାଜ୍ୟ ସରକାର ନିଶ୍ଚିତ ଏ ନେଇ ପଦକ୍ଷପ ନେବେ ଓ ଓଡିଆ ଫିଲ୍ମ ଶିଳ୍ପ ପୁଣି ଟ୍ରାକକୁ ଫେରିବ।

ପ୍ରଯୋଜକ ତପନ ଦାସଙ୍କ ପ୍ରତିକ୍ରିୟା

ସେହିପରି 'ଆଶ୍ରମ' ପ୍ରଯୋଜକ ତପନ ଦାସ କହିଛନ୍ତି, 'ଆଶ୍ରମ' ଫିଲ୍ମ ଆସନ୍ତା 13 ରେ ସାରା ଓଡିଶାରେ ରଲିଜ୍ ହେବାକୁ ଯାଉଛି । ଫିଲ୍ମର ସଫଳତା ପାଇଁ ଆମେ ମହାପ୍ରଭୁଙ୍କ ନିକଟରେ କାମନା କରିଛୁ । ଆଶ୍ରମ ଫିଲ୍ମଟି ସମ୍ପୂର୍ଣ୍ଣ ପୁରୀରେ ସୁଟିଂ ହୋଇଛି । ଓଡ଼ିଶାରେ ଅନେକ ଗ୍ରାମାଞ୍ଚଳରେ ଥିବା ସିନେମା ହଲ ବନ୍ଦ ହୋଇଯାଇଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନ ହେବା ଆମ ଭଳି ଫିଲ୍ମ ପ୍ରଯୋଜକଙ୍କୁ ବେଶ ନିରାଶ କରିଛି । ପୁରୀ ଭଳି ଏକ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ଗୋଟାଏ ବି ଫିଲ୍ମ ହଲ ନ ଥିବା ବଡ ଦୁଃଖର ବିଷୟ । ବର୍ତ୍ତମାନର ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦେଇଛନ୍ତି । ଏଣୁ ଆଗାମୀ ଦିନ ଓଡ଼ିଶାରେ ଫିଲ୍ମ ହଲ ପୁନରୁଦ୍ଧାର ଦିଗରେ ନୂଆ ସରକାର ପଦକ୍ଷେପ ନେବେ ବୋଲି ଆମର ଆଶା ରହିଛି । ପୁରୀ ଦର୍ଶକଙ୍କ ପାଇଁ ଆସନ୍ତା 14 ତାରିଖ ରୁ 16 ତାରିଖ ଯାଏଁ ସ୍ପେଶଲ୍ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରିଛୁ ।''

'ଆଶ୍ରମ' କାହାଣୀ

ଏକ ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରାର ଝଲକ ଏଥିରେ ଦେଖିବାକୁ ମିଳିବ । ଜଣେ ମଧ୍ୟବିତ୍ତ ଝିଅଟି କିଭଳି ସବୁ ବାଧାବିଘ୍ନକୁ ସାମ୍ନା କରି ନିଜ ଆଇଏଏସ ଅଧିକାରୀ ହେବା ସ୍ୱପ୍ନ ପୁରା କରୁଛି ଓ ଅବସର ପରେ ସେ କିଭଳି ନିଜକୁ ସମାଜସେବାରେ ନିଜକୁ ନିୟୋଜିତ କରି ଭୁଲିଯାଇଥିବା ଅତୀତର ସେଇ ମଧୁର ସ୍ମୃତି ବା ନିଜ ଭିତରେ ଥିବା କଳାକୁ ଆଉ ଥରେ ଉଜ୍ଜିବୀତ କରୁଛନ୍ତି । ଆଉ ନିଜ ପରିଣତ ବୟସରେ ଅଧୁରା ଜୀବନ ବଂଚିବା ପାଇଁ ଏକ ସ୍ୱପ୍ନର ଆଶ୍ରୟ ବା ଆଶାର ଆଶ୍ରୟ ସ୍ଥଳ କରି ଅନେକ ଯୁବ ପ୍ରତିଭାକୁ ତାଙ୍କ ସହ ଯୋଡି ବଂଚିବାର ଆଶା ଦେଖାଉଛନ୍ତି ତାହାହିଁ ଏହି ଚଳଚିତ୍ର ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ ।

ଏହା ମଧ୍ୟ ପଢନ୍ତୁ: ମହାଶ୍ଵେତା ରାୟଙ୍କ ଅଭିନୀତ 'ଆଶ୍ରମ'ର ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖିଲେ ପୁରା ଟିମ୍ ସମେତ ଓଲିଉଡ଼ ସେଲିବ୍ରିଟି

'ଆଶ୍ରମ' ଷ୍ଟାରକାଷ୍ଟ

'ଆଶ୍ରମ' ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ପ୍ରଯୋଜକ ତପନ ଦାସଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ବେଶ ଜଣାଶୁଣା ଅଭିନେତ୍ରୀ ମହାଶ୍ଵେତା ରାୟ । ଜଣେ ସଚ୍ଚୋଟ ଆଇଏଏସ୍ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଓ ଆଶ୍ରୟର ଉତ୍ସ । ସେହିପରି ଆଉ ଦୁଇ ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏକାଠି ନଜର ଆସିବେ । ଅନ୍ୟ ଭୂମିକାରେ ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.