ETV Bharat / entertainment

ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Mar 3, 2024, 3:38 PM IST

Rashmika Mandanna-Vijay Deverakonda: ବିଜୟ ଦେବରକୋଣ୍ଡାଙ୍କ ସହ ଡେଟିଂ ନେଇ ସର୍ବଦା ଲାଇମଲାଇଟରେ ରହିଆସିଛନ୍ତି ରଶ୍ମିକା ମନ୍ଦାନା । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ବିଜୟଙ୍କ ସହ ପୁଣି ଏକାଠି ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ
ବିଜୟ ଦେବରକୋଣ୍ଡାଙ୍କ ସହ ପୁଣି ଫିଲ୍ମ କରିବେ ରଶ୍ମିକା, ସ୍କ୍ରିପ୍ଟ ଖୋଜୁଛୁ କହିଲେ ଅଭିନେତ୍ରୀ

ହାଇଦ୍ରାବାଦ: ପୁଣି ଲାଇମ ଲାଇଟରେ ରହିଛନ୍ତି ସାଉଥ ଲୋକପ୍ରିୟ ତାରକା ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନା । ଏକ ସାକ୍ଷାତକାରରେ ଅଭିନେତ୍ରୀ ବିଜୟଙ୍କ ସହ ଫିଲ୍ମ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ପରେ ପୁଣି ଉଭୟଙ୍କ ଡେଟିଂ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ଉଭୟ ପୂର୍ବରୁ ୨ଟି ଫିଲ୍ମ ଏକାଠି କରିଥିବା ବେଳେ ସର୍ବଦା ଉଭୟ ପରସ୍ପର ପ୍ରତି ସମର୍ଥନ କରୁଥିବା ଦେଖିବାକୁ ମିଳିଥାଏ । ତେବେ ଆଗାମୀ ଦିନରେ ଉଭୟ ପୁଣି ଏକାଠି କାମ କରିବେ ବୋଲି ଜଣାପଡିଛି ।

ବର୍ତ୍ତମାନ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଜାପାନରେ ରହିଛନ୍ତି । ଏହି ସମୟରେ ସେ ଏକ ସାକ୍ଷାତାକାରରେ ସେ ବିଜୟଙ୍କ ପୁଣି ଫିଲ୍ମ କରିବା ନେଇ ଚାଦୁଁଥିବା କହିଛନ୍ତି । ସେ କହିଛନ୍ତି, ''ଆମେ ସ୍କ୍ରିପ୍ଟ ଖୋଜୁଛୁ । ଏହା ପ୍ରକୃତରେ ଏକ ଦୀର୍ଘ ସମୟ ହୋଇଛି ଏବଂ ମୁଁ ଦେଖିପାରୁଛି ଯେ ପ୍ରଶଂସକମାନେ ପ୍ରକୃତରେ ଆମର ପରବର୍ତ୍ତୀ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଯଦି ସ୍କ୍ରିପ୍ଟ ମିଳିଯାଏ, ତେବେ ନିଶ୍ଚିତ ଭାବରେ ଆମେ ଏକାଠି ଫିଲ୍ମ କରିବୁ ।''

କହିରଖୁଛୁ କି, ୨୦୧୮ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ଗୀତା ଗୋବିନ୍ଦମ' ଏବଂ ୨୦୧୯ରେ ରିଲିଜ ହୋଇଥିବା 'ଡିୟର କମରେଡ' ଚଳଚ୍ଚିତ୍ରରେ ଏକାଠି ନଜର ଆସିଥିଲେ ରଶ୍ମିକା ଏବଂ ବିଜୟ । ଏହି ଉଭୟ ଫିଲ୍ମ ହିଟ୍ ହେବା ସହ ଲୋକେ ଏହି ଯୋଡିଙ୍କ ଅନସ୍କ୍ରିନ ରୋମାନ୍ସକୁ ବି ବେଶ ପସନ୍ଦ କରିଥିଲେ । ତେବେ ବର୍ତ୍ତମାନ ଏହି ଯୋଡ଼ ପୁଣି ଏକାଠି ଫିଲ୍ମ କରିବା ନେଇ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ପୋଷ୍ଟ ଖୋଲିଲା ସମ୍ପର୍କ ଗୁମର, ଡେଟିଂ ରୁମର ମଧ୍ୟରେ ଏକାଠି ଦୀପାବଳି ପାଳିଲେ ରଶ୍ମିକା-ବିଜୟ

ସୂଚନା ଥାଉ କି, ନିକଟରେ ରଶ୍ମିକା ସେ କେଉଁଭଳି ଜୀବନସାଥୀ ଚାହାଁନ୍ତି, ତାହା ଉପରେ ଆଲୋକପାତ କରିଥିଲେ । ରଶ୍ମିକାଙ୍କ ଏକ ଫ୍ୟାନ୍ କ୍ଲବ୍ ପୋଷ୍ଟରେ ତାଙ୍କର ମନ୍ତବ୍ୟ ଅନେକ ଧ୍ୟାନ ଆକର୍ଷଣ କରିଥିଲା ​ । ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ରଶ୍ମିକା ମନ୍ଦାନାଙ୍କ ସ୍ୱାମୀଙ୍କ ମଧ୍ୟରେ କେଉଁ ଗୁଣ ରହିବା ଦରକାର ? ସେ ଜଣେ ନ୍ୟାସନାଲ କ୍ରସ ଅଟନ୍ତି, ତେବେ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବି "VD" ପରି ଗୁଣ ରହିବା ଉଚିତ । ଏହି ପୋଷ୍ଟ ଉପରେ ରଶ୍ମିକା ଉତ୍ତର ଦେଇ କହିଥିଲେ, "ଏହା ପ୍ରକୃତରେ ସତ," ଯାହା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ ଏବଂ ଆଶ୍ଚର୍ଯ୍ୟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.