ETV Bharat / entertainment

'ମାଷ୍ଟର' ନିର୍ଦ୍ଦେଶକଙ୍କ ସହ ଧମାକା କରିବେ ରଜନୀକାନ୍ତ, ଏବେଠୁ ଆରମ୍ଭ ହେବ 'ଥଲାଇବର ୧୭୧' ସୁଟିଂ - Thalaivar 171

Thalaivar 171: 'ମାଷ୍ଟର' ଏବଂ 'ବିକ୍ରମ' ପରି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବେ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମ କରିବାକୁ ଯାଉଛନ୍ତି । ଜାଣନ୍ତୁ କେବେ ଆରମ୍ଭ ହେବ ଏହି ଫିଲ୍ମ ସୁଟିଂ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 26, 2024, 1:38 PM IST

Thalaivar 171
Thalaivar 171

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନୂଆ ଫିଲ୍ମ ସହ ପୁଣିଥରେ ଧମାକା କରିବାକୁ ଯାଉଛନ୍ତି ରଜନୀକାନ୍ତ । ମାଷ୍ଟର, ବିକ୍ରମ ଏବଂ କଏଦୀ ଭଳି ହିଟ୍ ଚଳଚ୍ଚିତ୍ର ଦେଇଥିବା ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଲୋକେଶ କାନାଗରାଜଙ୍କ ସହିତ ପ୍ରଥମ ଥର କାମ କରିବେ ରଜନୀକାନ୍ତ । ଲେ ଲୋକେଶଙ୍କ ସହ ଫିଲ୍ମ 'ଥଲାଇବର ୧୭୧' କରିବାକୁ ଯାଉଛନ୍ତି । ବର୍ତ୍ତମାନ ଅଭିନେତା ତାଙ୍କ ଫିଲ୍ମ 'ବେଟିୟାନ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ଏହାରି ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ 'ଥଲାଇବର ୧୭୧'ର ସୁଟିଂ କେବେ ଆରମ୍ଭ ହେବ ସାମ୍ନାକୁ ଆସିଛି ।

ଫିଲ୍ମ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ 'ଥଲାଇବର ୧୭୧' ସୁଟିଂ କେବେ ଆରମ୍ଭ ହେବ କହିଛନ୍ତି । ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଚାଲିଛି । ଆଉ ଫିଲ୍ମ ସୁଟିଂ ଚଳିତ ବର୍ଷ ଜୁନ ମାସରେ ଆରମ୍ଭ ହେବାକୁ ଯାଉଛି । ସୁଟିଂ ଆରମ୍ଭ ହେବା ନେଇ ଅଫିସିଆଲ ନୋଟିସ ଆସିବାକୁ ବାକି ଅଛି ବୋଲି କହିଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମର ଟିଜର ଓ ଟାଇଟଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ ମାସରେ ସାମ୍ନାକୁ ଆସିବ । ସେହିପରି ମାର୍ଚ୍ଚ 25ରେ ଲୋକେଶ ଅଭିନେତ୍ରୀ ଶ୍ରୁତି ହାସନଙ୍କ ମ୍ୟୁଜିକ୍ ଭିଡିଓ 'ଇନାମେଲ'କୁ ପ୍ରମୋଟ୍ କରିଥିଲେ । ଏହି ସମୟ ନିର୍ଦ୍ଦେଶକ ଥଲାଇବାର୍ 171 ଏବଂ କଏଦୀ 2ର ଅପଡେଟ୍ ସେୟାର କରିଥିଲେ |

ଏହା ମଧ୍ୟ ପଢନ୍ତୁ-୨୫ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏଆର ରେହମାନ-ପ୍ରଭୁ ଦେବା

ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର ପ୍ରି-ପ୍ରଡକ୍ସନ୍ କାମ ଚାଲିଛି ଏବଂ ସୁଟିଂ ଜୁନ୍ ମାସରେ ଆରମ୍ଭ ହେବାକୁ ଯାଉଛି । ଏହି ପୁରା ପ୍ରକ୍ରିୟା ପାଇଁ ବର୍ଷେରୁ ଦେଢ ବର୍ଷ ସମୟ ଲାଗିବ । ଥଲାଇବାର ସୁଟିଂ ସାରିବା ପରେ କଏଦୀ ୨ ସୁଟିଂ ଆରମ୍ଭ କରିବା ନେଇ କହିଛନ୍ତି । ପ୍ରକାଶ ଥାଉକି, ସୁପରଷ୍ଟାର ବିଜୟ, କମଲ ହାସନଙ୍କ ପରେ ବର୍ତ୍ତମାନ ପ୍ରଥମ ଥର ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କ ସହ କାମ କରିବାକୁ ଯାଉଛନ୍ତି ନିର୍ମାତା ଲୋକେଶ କାନାଗରାଜ । ସନ୍ ପିକ୍ଚର୍ସ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି ଏବଂ ଫିଲ୍ମ ସେପ୍ଟେମ୍ବର 2023ରେ ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.