ETV Bharat / entertainment

ଆସିଲା 'ଲାଲ ସଲାମ' ଟ୍ରେଲର, ଜାଣନ୍ତୁ କେବେ ହେବ ଫିଲ୍ମ ରିଲିଜ

author img

By ETV Bharat Odisha Team

Published : Feb 6, 2024, 1:05 PM IST

Lal Salaam Trailer Release: ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଲାଲ ସଲାମ'ର ଟ୍ରେଲର ରିଲଜ ହୋଇଛି । ନିର୍ମାତା ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Lal Salaam Trailer OUT
Lal Salaam Trailer OUT

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ସ୍ତରର କ୍ରେଜ ଅଛି । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ଆକ୍ସନ୍ ସିନକୁ ଶକ୍ତିଶାଳୀ ଢଙ୍ଗରେ ପ୍ରଦର୍ଶନ କରନ୍ତି ଯାହା ନୂତନ ପିଢିର ଅଭିନେତାମାନେ କରିପାରନ୍ତି ନାହିଁ । ଜେଲର ପରେ ବର୍ତ୍ତମାନ ତାଙ୍କୁ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ କ୍ୟାମିଓ ରୋଲ ମୋଇଦ୍ଦିନ ଭୋଇ ଭୂମିକାରେ ଅଭିନୟ କରିଛନ୍ତି ।

ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ?

ଫିଲ୍ମ 'ଲାଲ୍ ସଲାମ୍' ଗତ ମାସ ୯ ତାରିଖରେ ଘୋଷଣା ହେବାକୁ ଘୋଷଣା ହୋଇଥିଲା । ହେଲେ ବର୍ତ୍ତମାନ ଫିଲ୍ମଟି ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନୂଆ ପୋଷ୍ଟର ରିଲିଜ ହେବା ସହିତ ତାରିଖ ଘୋଷଣା କରାଯାଇଛି । ଗତ ବର୍ଷ ମେ ୮ ତାରିଖରେ ଫିଲ୍ମ 'ଲାଲ ସଲାମ୍'ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ସେବେଠାରୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରିରହିଛନ୍ତି ।

ସୋସିଆଲ ମିଡିଆରେ ଅନେକ ୟୁଜର୍ସ ରଜନୀକାନ୍ତଙ୍କ ଲାଲ ସଲାମରୁ ଆସିଥିବା ମୋଇଡେନ ଭାଇଙ୍କ ପ୍ରଥମ ଲୁକକୁ ଟ୍ରୋଲ କରିଥିଲେ । ୟୁଜର୍ସମାନେ ଏହାକୁ ଫଟୋସପ୍ ବୋଲି କହି ଥଟ୍ଟା କରିଥିଲେ | ୟୁଜର୍ସମାନେ ସୋସିଆଲ ମିଡିଆରୁ ଏହି ପୋଷ୍ଟର ହଟାଇବା ପାଇଁ ମଧ୍ୟ କହିଥିଲେ । କେବଳ ଏତିକି ନୁହେଁ, ୟୁଜର୍ସମାନେ ଏହା ଉପରେ ଘୃଣ୍ୟ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଐଶ୍ୱର୍ଯ୍ୟାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଣେ ୟୁଜର୍ସ ଲେଖିଛନ୍ତି, 'ପୋଷ୍ଟରଟି ବହୁତ ଭଲ ହୋଇଥାନ୍ତା, ରଜନୀକାନ୍ତ ଏଥିରେ ବହୁତ ଭୟାନକ ଦେଖାଯାଉଛନ୍ତି ।'

ଏହା ମଧ୍ୟ ପଡନ୍ତୁ-Lal Salaam: ଦିୱାଲୀରେ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କୁ ଉପହାର, ରିଲିଜ ହେଲା ଲାଲ ସଲାମର ଟିଜର

ସୂଚନା ଥାଉକି, ଐଶ୍ୱର୍ଯ୍ୟା ରଜନୀକାନ୍ତ ଫିଲ୍ମ 'ଲାଲ ସଲାମ'ର ନିର୍ଦ୍ଦେଶନା ଦେଉଥିବା ବେଳେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତା ବିଷ୍ଣୁ ବିଶାଲ ଏବଂ ବିକାଶ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମାରେ ଏ ଆର୍ ରେହମାନ ସଙ୍ଗୀତ ଦେଉଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରୁଛନ୍ତି । ଏହି ଫିଲ୍ମ ଆସନ୍ତା ୯ ତାରିଖରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.