ETV Bharat / entertainment

ମହିଳା ଦିବସରେ ଫ୍ୟାନ୍ସଙ୍କୁ ଭେଟି, ୧୦୦ ଟଙ୍କାରେ ଦେଖିପାରିବେ 'ଲାପତା ଲେଡିଜ' - ଲାପତା ଲେଡିଜ ଟିକେଟ ଅଫର

Laapataa Ladies Women's Day Offer: ମହିଳା ଦିବସ ଉପଲକ୍ଷେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି କିରଣ ରାଓ । ମାର୍ଚ୍ଚ ୮ରେ, 'ଲାପତା ଲେଡିଜ' ଟିକେଟରେ ରହିଛି ସ୍ପେଶାଲ ଅଫର । ମାତ୍ର ୧୦୦ ଟଙ୍କାରେ ଦେଖିପାରିବେ ଫିଲ୍ମ ।

ମହିଳା ଦିବସରେ ଫ୍ୟାନ୍ସଙ୍କୁ ଭେଟି, ୧୦୦ ଟଙ୍କାରେ ଦେଖିପାରିବେ 'ଲାପତା ଲେଡିଜ'

author img

By ETV Bharat Odisha Team

Published : Mar 7, 2024, 11:45 AM IST

ହାଇଦ୍ରାବାଦ: ଆସନ୍ତାକାଲି (ମାର୍ଚ୍ଚ ୮)ରେ ସାରା ବିଶ୍ୱରେ ପାଳିତ ହେବ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସକୁ ପାଳନ କରିବାକୁ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି । ଏହି ବିଶେଷ ଅବସରରେ ବର୍ତ୍ତମାନ ନିର୍ମାତା କିରଣ ରାଓ ତାଙ୍କ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ସେ ଏହି ଦିନ ପାଇଁ ତାଙ୍କ ଫିଲ୍ମ 'ଲାପତା ଲେଡିଜ' ଟିକେଟ ଦାମର ସ୍ପେଶାଲ ଅଫର ରଖିଛନ୍ତି । ମହିଳା ଦିବସରେ ମାତ୍ର ୧୦୦ ଟଙ୍କାରେ ଦର୍ଶକ ଦେଖିପାରିବେ ଫିଲ୍ମ ।

କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ଗ୍ରାମାଞ୍ଚଳର କାହାଣୀ ପ୍ରଦର୍ଶିତ ହୋଇଛି, ଯାହା ଅତ୍ୟନ୍ତ ମଜାଳିଆ ଅଟେ । ରବି କିଶାନଙ୍କ ବ୍ୟତୀତ ନିତାଂଶି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ମାର୍ଚ୍ଚ ୧ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ମନ ଜିତୁଛି ଫିଲ୍ମ । ବର୍ତ୍ତମାନ ଫିଲ୍ମ ରିଲିଜର ୬ଦିନ ମଧ୍ୟରେ ମୋଟ ୫.୪୫ କୋଟି ଆୟ କରିବାରେ ସକ୍ଷମ ହୋଇଛି ।

'ଲାପତା ଲେଡିଜ': ବକ୍ସ ଅଫିସ କଲେକ୍ସନ

  • ମାର୍ଚ୍ଚ ୧, ପ୍ରଥମ ଦିନ- ୦.୭୫ କୋଟି
  • ମାର୍ଚ୍ଚ ୨, ଦ୍ୱିତୀୟ ଦିନ- ୧.୪୫ କୋଟି
  • ମାର୍ଚ୍ଚ ୩, ତୃତୀୟ ଦିନ- ୧.୭ କୋଟି
  • ମାର୍ଚ୍ଚ ୪, ଚତୁର୍ଥ ଦିନ- ୦.୫ କୋଟି
  • ମାର୍ଚ୍ଚ ୫, ପଞ୍ଚମ ଦିନ- ୦.୫୫ କୋଟି
  • ମାର୍ଚ୍ଚ ୬, ଷଷ୍ଠ ଦିନ- ୦.୫୦ କୋଟି

ଫିଲ୍ମର ମୋଟ କଲେକ୍ସନ ୫.୪୫ କୋଟିକୁ ବୃଦ୍ଧି ପାଇଛି

ଏହା ମଧ୍ୟ ପଢନ୍ତୁ: କିରଣ ରାଓଙ୍କ ଖୁଲାସା, 'ଲାପତା ଲେଡିଜ' ପାଇଁ ଅଡିସନ ଦେଇ ରିଜେକ୍ଟ ହୋଇଥିଲେ ଆମୀର

କହିରଖୁଛୁ କି, କିରଣ ରାଓ ହେଉଛନ୍ତି ବଲିଉଡ ଅଭିନେତା ଆମୀର ଖାନ ପୂର୍ବତନ ପତ୍ନୀ । ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ଛାଡପତ୍ର ଦେବା ପରେ କିରଣ ରାଓଙ୍କୁ ଦ୍ବିତୀୟ ବିବାହ କରିଥିଲେ । ୨୦୨୧ରେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ । ତେବେ କିରଣ ରାଓ ଜଣେ ନିର୍ମାତା, ଲେଖକ ଏବଂ ନିର୍ଦ୍ଦେଶକ ଅଟନ୍ତି । ନିର୍ମାତା ଭାବେ ଅନେକ ଫିଲ୍ମ ପ୍ରସ୍ତୁତ କରିଥିବା ବେଳେ 'ଧୋବି ଘାଟ' (୨୦୧୦) ଫିଲ୍ମ ସହ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ 'ଲାପତା ଲେଡିସ' ହେଉଛି ତାଙ୍କ ନିର୍ଦ୍ଦେଶିତ ଦ୍ବିତୀୟ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିସ' ଟ୍ରେଲର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.