ETV Bharat / entertainment

'ଦ କ୍ରୁ' ଟିଜର ଆଉଟ, ଏୟାର ହୋଷ୍ଟେସ ଭୂମିକାରେ ତବୁ-କରୀନା-କ୍ରିତି

author img

By ETV Bharat Odisha Team

Published : Feb 2, 2024, 1:35 PM IST

The Crew Release Date: ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନଙ୍କ ଫିଲ୍ମ 'ଦ କ୍ରୁ' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ନିର୍ମାତା ଆଜି ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ତବୁ-କରୀନା-କ୍ରିତିଙ୍କ ଫିଲ୍ମ 'ଦ କ୍ରୁ' ଟିଜର ଆଉଟି, ଏହି ଦିନ ହେବ ରିଲିଜ

ହାଇଦ୍ରାବାଦ: ଖୁବଶୀଘ୍ର ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଏହି ଫିଲ୍ମକୁ ଘୋଷଣା କରାଯିବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ଫିଲ୍ମକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ନିର୍ମାତା ଆଜି ଫିଲ୍ମର ଟିଜର ରିଲଜ କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଗୋଷଣା କରିଛନ୍ତି । ମାର୍ଚ୍ଚ ୨୯ରେ ଏହି ଫିଲ୍ମ ପରଦାରେ ମୁକ୍ତିଲାଭ କରିବ ।

କରୀନା କପୁର ଖାନ ନିଜ ଇନଷ୍ଟାଗ୍ରାମରେ 'ଦ କ୍ରୁ'ର ଟିଜର ରିଲିଜ କରିଛନ୍ତି । ଭିଡିଓଟି ତବୁ, କରୀନା କପୁର ଏବଂ କ୍ରିତି ସାନନଙ୍କ ନାଁରୁ ଆରମ୍ଭ ହୋଇଛି । ଏଥିସହ ଏହି ସମସ୍ତ ତାରକାଙ୍କୁ ଏୟାର ହୋଷ୍ଟେସ୍ ଡ୍ରେସରେ ଦେଖିବାକୁ ମିଳିଛି । ଭିଡିଓରେ ବିମାନର କ୍ୟାପଟେନ କୁହନ୍ତି, ସାଥୀଗଣ, ମୁଁ ତୁମର କ୍ୟାପଟେନ କହୁଛି । ଆଜିର ବିମାନକୁ ଆପଣଙ୍କ ସ୍ୱାଗତ । ଆମର କର୍ମଚାରୀମାନେ ତୁମର ସମ୍ପୂର୍ଣ୍ଣ ଯତ୍ନ ନେବେ । କିନ୍ତୁ ତୁମ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ବେଲ୍ଟ ବାନ୍ଧି ରଖନ୍ତୁ । ଭିଡିଓ ସେୟାର କରିବାବେଳେ କରୀନା ଲେଖିଛନ୍ତି, ପପକର୍ଣ୍ଣ ସହ ପ୍ରସ୍ତୁତ ରୁହନ୍ତୁ । ଦ କ୍ରୁ ଏହି ମାର୍ଚ୍ଚରେ ମୁକ୍ତିଲାଭ କରୁଛି ।

ପୂର୍ବରୁ 'ଦ କ୍ରୁ' ମାର୍ଚ୍ଚ ୨୨, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଛି । ଫିଲ୍ମ ମାର୍ଚ୍ଚ ୨୨ରେ ନୁହେଁ ବରଂ ଏହାର ଏକ ସପ୍ତାହ ପରେ ପ୍ରେକ୍ଷାଳୟକୁ ଆସିବ । ନିର୍ମାତାଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୯, ୨୦୨୪ରେ ରିଲିଜ ହେବ । ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଗତ ବର୍ଷ (୨୦୨୩)ରେ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ କରାଯାଇଛି । କରୀନା କପୁର, ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଏଥିରେ କପିଲ ଶର୍ମା ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ନୂଆ ଅନ୍ଦାଜରେ ଦର୍ଶକଙ୍କୁ ହସାଇବେ ବଲିଉଡର 3 ସୁନ୍ଦରୀ, ଜାଣନ୍ତୁ ଫିଲ୍ମ ଡିଟେଲ୍

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ତେବେ ଏହି ଚଳଚ୍ଚିତ୍ରଟି ତିନିଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନିଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନିଜଣ ଗୋଟିଏ ଜାଲରେ ଫସିଯାଆନ୍ତି । ଏହାର ଜାଲ ଭିତରେ ପୁରା କାହାଣୀର ମୂଳ ଅଛି । ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.