ETV Bharat / entertainment

ସଡ଼କ ଦୁର୍ଘଟଣା ହେଲା କାଳ, ଆଖି ବୁଜିଲେ ଅଭିନେତ୍ରୀ ପବିତ୍ରା ଜୟରାମ - Actress Pavitra Jayaram Death

author img

By ETV Bharat Odisha Team

Published : May 12, 2024, 5:55 PM IST

Kannada Actress Pavitra Jayaram Passes Away: ତେଲୁଗୁ ଟିଭି ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ । ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଦୁଃଖଦ ଖବର ଶୁଣିବା ଇଣ୍ଡଷ୍ଟ୍ରିରେ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସଡ଼କ ଦୁର୍ଘଟଣା ହେଲା କାଳ, ଆଖି ବୁଜିଲେ ଅଭିନେତ୍ରୀ ପବିତ୍ରା ଜୟରାମ
ସଡ଼କ ଦୁର୍ଘଟଣା ହେଲା କାଳ, ଆଖି ବୁଜିଲେ ଅଭିନେତ୍ରୀ ପବିତ୍ରା ଜୟରାମ (ETV Bharat Odisha)

ହାଇଦ୍ରାବାଦ: ପୁଣି ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ତେଲୁଗୁ ସିରିଏଲ 'ତ୍ରିନୟନୀ' ର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମ । ବାଟରେ ଗଲା ବେଳେ ଛକିଥିଲା ଯମ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ଅଭିନେତ୍ରୀ ପବିତ୍ରା । ତେବେ ଅଭିନେତ୍ରୀଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତାରକାଙ୍କ ସମେତ ଟିଭି ନିର୍ମାତା ଏବଂ ଫ୍ୟାନ୍ସ ଅଭିନେତ୍ରୀଙ୍କ ବିଯୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

ସଡ଼କ ଦୁର୍ଘଟଣାରେ ପବିତ୍ରା ଜୟରାମଙ୍କ ମୃ୍ତ୍ୟୁ

ସୂଚନା ଅନୁସାରେ, ପବିତ୍ରା ମହାଭୁବନଗର ଜିଲ୍ଲାର ଭୁଟପୁର ଅନ୍ତର୍ଗତ ଶେରିପାଲୀରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେ ତିନି ଦିନ ପୂର୍ବେ ସିରିଏଲ ସୁଟିଂ ପାଇଁ ବେଙ୍ଗାଲୁରୁ ଯାଇଥିବା ବେଳେ ଆଜି ଦୁଇ ପରିବାର ସଦସ୍ୟ ଏବଂ ଡ୍ରାଇଭରଙ୍କ ସହ ହାଇଦ୍ରାବାଦ ଫେରୁଥିଲେ । ଏହି ସମୟରେ ପବିତ୍ରାଙ୍କ କାରଟି ଡିଭାଇଡରକୁ ଧକ୍କା ଦେଇ ଆରଟିସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପବିତ୍ରା ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ମହାଭୁବନଗର ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ କାରରେ ଥିବା ଦୁଇ ପରିବାର ସଦସ୍ୟ ଏବଂ ଡ୍ରାଇଭର ଆହତ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଛନ୍ତି ।

ପବିତ୍ରା ଜୟରାମଙ୍କ ମୃ୍ତ୍ୟୁ, ଇଣ୍ଡଷ୍ଟ୍ରିରେ ଶୋକ

ସେ 'ତ୍ରିନୟନି ସିରିଏଲ୍' ଏବଂ 'ନିତ୍ରେ ପେଲାଦୁଥା' ମାଧ୍ୟମରେ ତେଲୁଗୁ ଦର୍ଶକଙ୍କ ନିକଟତର ହୋଇଥିଲେ। ତେବେ ପବିତ୍ରଙ୍କ ମୃତ୍ୟୁକୁ ନେଇ ଜି ତେଲୁଗୁ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, "ମୁଁ ଅନ୍ୟ କାହାକୁ ତିଲୋଥମ୍ ବୋଲି କଳ୍ପନା କରିପାରିବି ନାହିଁ । ପବିତ୍ରା ଜୟରାମଙ୍କ ମୃତ୍ୟୁ ତେଲୁଗୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ।'' ସେପଟେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ପବିତ୍ରା ଜୟରାମଙ୍କ କ୍ୟାରିଅର

କର୍ଣ୍ଣାଟକର ମାଣ୍ଡ୍ୟା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପବିତ୍ରା ଜୟରାମ କନ୍ନଡ ଟିଭି ଇଣ୍ଡଷ୍ଟ୍ରି ମାଧ୍ୟମରେ ଦର୍ଶକଙ୍କ ସହ ପରିଚିତ ହୋଇଥିଲେ । ସେ 'ଜୋକାଲି' ସିରିଏଲରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ କନ୍ନଡ଼ରେ 'ରୋବୋ ଫ୍ୟାମିଲି', 'ଗାଲିପାଟା', 'ରାଧାରାମାନ' ଏବଂ 'ବିଦ୍ୟା ବିନୟାକା' ସହିତ ଅନେକ ସିରିଏଲ କରିଥିଲେ । 'ତ୍ରିନୟନି' ତେଲୁଗୁ ଭାଷାରେ ସେ ସ୍ୱତନ୍ତ୍ର ପରିଚୟ ହାସଲ କରିଥଲେ । ଏଥିରେ ତିଲୋଥମ୍ ନାମକ ଭୂମିକାରେ ସେ ଖଳନାୟିକା ଭାବେ ନିଜର ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖିବୁଜିଲେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସଙ୍ଗୀତ ଶିବନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.