ହାଇଦ୍ରାବାଦ: ଲୋକପ୍ରିୟ ତାରକା ତଥା ମଡେଲ ପୁମନ ପାଣ୍ଡେଙ୍କ ନିଧନ । ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟରେ ଆଖିବୁଜିଛନ୍ତି । ତେବେ ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଲିଯାଇଛି । ସେଲିବ୍ରିଟିଙ୍କ ଠାରୁ ଫ୍ୟାନ୍ସ କେହି ମଧ୍ୟ ଅଭିନେତ୍ରୀଙ୍କ ଦେହାନ୍ତକୁ ସ୍ବୀକାର କରିପାରୁନାହାନ୍ତି । ଏପରି ଦୁଃଖଦ ପରିସ୍ଥିତିରେ ସେଲିବ୍ରିଟି ମାନେ ଅଭିନେତ୍ରୀ ଶୋକପ୍ରକାଶ କରିଛନ୍ତି । ସୋସିଅଲ ମିଡିଆ ଜରିଆରେ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୁନମଙ୍କ ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ଲେଖିଛନ୍ତି, ଜଣେ ଯୁବତୀ କର୍କଟ ରୋଗରେ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖଦାୟକ । ଏଥିସହ 'ଲକ୍ ଅପ୍ ସିଜନ୍ ୧' ସହ-ପ୍ରତିଯୋଗୀ ତଥା ଅଭିନେତ୍ରୀ ପାୟଲ ରୋହତଗୀ ଏହି ଶୋ'ରୁ ଏକ ଭିଡିଓ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ତୁମେ ବେଶି ମନେ ପଡିବ ଏବଂ ସର୍ବଦା ତୁମେ ମୋ ହୃଦୟରେ ରହିବ ।'
ସେହିପରି ପୂଜା ଭଟ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ ପୁନମଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖିତ । ମୁଁ କେବେ ବି ପୁନମଙ୍କ ସହ ସାକ୍ଷାତ କରିନାହିଁ । କିନ୍ତୁ ଯେତେବେଳେ ଜୀବନ ଏତେ କମ ବୟସ ବ୍ୟକ୍ତି ସହ ଏମିତି ଖେଳ ଖେଳେ ତାହା ଅଧିକ ମର୍ମାହତ କରାଇଥାଏ । ତାଙ୍କ ସାଙ୍ଗ, ପରିବାର ଲୋକଙ୍କୁ ମୁଁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।'ସେହିପରି ଅଭିନେତ୍ରୀ ତଥା ମଡେଲ ରାକ୍ଷୀ ସାୱନ୍ତଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ସୂଚନା ଥାଉ କି, ପୁନମ ପାଣ୍ଡେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ବେଳେ ୨୦୧୩ରେ ବଲିଉଡରେ ଫିଲ୍ମ 'ନଶା' ଡେବ୍ୟୁ କରିଥିଲେ । ଏଥିସହ ସେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି । ତେବେ ପୁନମଙ୍କ କ୍ୟାରିଅର ଅତ୍ୟନ୍ତ ସଂଘର୍ଷମୟ ରହିଥିଲା । ସେ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ । ପୁନମ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ନିର୍ମାତା ରାଜ କୁନ୍ଦ୍ରାଙ୍କ ନାଁରେ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିଲେ । ଏକ କମ୍ପାନୀ ସହ ଚୁକ୍ତିସ୍ବାକ୍ଷର କରିବାକୁ ଧମକ ଦିଆଯିବା ସହ ତାଙ୍କ ଫୋନ୍ ନମ୍ବର ଲିକ୍ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: କର୍କଟ ହେଲା କାଳ: 32 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେ
ଏଥିସହ ୨୦୨୦ରେ ସ୍ବାମୀ ସାମ ବମ୍ବେଙ୍କ ବିବାହ କରିବାର କିଛି ଦିନ ପରେ ଘରୋଇ ହିଂସାର ଶିକାର ହୋଇଥିଲେ । ଲକଡାଉନ ସମୟରେ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ । ସେହିପରି 2011 ମସିହାରେ ଭାରତ ବିଶ୍ବ କପ ମ୍ୟାଚରେ ଯଦି ଭାରତ ମ୍ୟାଚ ଜିତେ, ଡ୍ରେସ ଖୋଲି ଦେବି କହି ଲାଇମଲାଇଟକୁ ଆସିଥିଲେ । ସେପଟେ ୨୦୧୭ ମସିହାରେ ନିଜସ୍ବ ଆପ 'ପାଣ୍ଡେ ଆପ୍' ଲଞ୍ଚ କରିଥିଲେ । ଆପର ଉତ୍ତେଜକ ବିଷୟବସ୍ତୁ ପାଇଁ ଗୁଗୁଲ ଏହାକୁ ଏକ ଘଣ୍ଟା ମଧ୍ୟରେ ପ୍ଲେ ଷ୍ଟୋରରୁ ବ୍ୟାନ କରିଥିଲା ।