ETV Bharat / entertainment

ଏକ୍ସରେ 'କଲ୍କି' ଝଡ଼; ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ୟୁଜର୍ସ, କହିଲେ 'ହଲିଉଡକୁ ଦେଇଛି ଟକ୍କର' - Kalki 2898 AD X Review

author img

By ETV Bharat Odisha Team

Published : Jun 27, 2024, 11:48 AM IST

Kalki 2898 AD X Review: 'କଲ୍କି 2898AD' ଫିଲ୍ମ ଆଜି ରିଲିଜ ହୋଇଛି । ପ୍ରଥମ ଦିନରେ ଥିଏଟରରେ ସୋ' ହାଉସଫୁଲ ହୋଇଥିବା ବେଳେ ସେପଟେ ସୋସିଆଲ ମିଡିଆରେ ମଧ୍ୟ କ୍ରେଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଅନେକ ପ୍ରତିକ୍ରିୟା ଦେଉଥିବା ନଜର ଆସିଛନ୍ତି । ତେବେ ଚାଲନ୍ତୁ ଜାଣିବା ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ କେତେ ସଫଳ ହୋଇଛି ?

ଏକ୍ସରେ 'କଲ୍କି' ଝଡ଼; ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ୟୁଜର୍ସ, କହିଲେ 'ହଲିଉଡକୁ ଦେଇଛି ଟକ୍କର'
ଏକ୍ସରେ 'କଲ୍କି' ଝଡ଼; ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ୟୁଜର୍ସ, କହିଲେ 'ହଲିଉଡକୁ ଦେଇଛି ଟକ୍କର' (Vyajanthi Movies, X handle)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ, ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କଲ୍କି 2898 AD ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ବିଜେତା ନାଗ ଅଶ୍ୱିନ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଥିବା ବେଳେ ଫିଲ୍ମଟି ବିଶ୍ୱର ପ୍ରାୟ 8500 ସ୍କ୍ରିନରେ ୫ଟି ଭାଷାରେ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଥିଏଟରରେ ସୋ' ହାଉସଫୁଲ ହୋଇଥିବା ବେଳେ ଫିଲ୍ମ ଦେଖି ଏହାର ଫ୍ୟାନ୍ ହୋଇଛନ୍ତି ଦର୍ଶକ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।

ଏକ୍ସରେ 'କଲ୍କି 2898 AD' ଝଡ଼

ଦକ୍ଷିଣରେ, ପ୍ରଭାସଙ୍କ କଲ୍କି 2898 ADର ସୋ' ସକାଳ ୪ଟାରୁ ଆରମ୍ଭ ହୋଇଥିଲା । ଫ୍ୟାନ୍ସ ସକାଳୁ ସକାଳୁ ଥିଏଟରରେ ଭିଡ଼ ଜମାଇଥିବା ବେଳେ ଫିଲ୍ମ ଦେଖି ଏକ୍ସରେ ପ୍ରତିକ୍ରିୟା ଦେଇ ଫିଲ୍ମକୁ ବ୍ଲକବଷ୍ଟର ଟ୍ୟାଗ ଦେଇ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ଏହା ନାଗି ଦିବସ ।' ଆଉ ଜଣେ ଲେଖିଛନ୍ତି, "ଉତ୍ତମ ଇଣ୍ଟରଭାଲ୍ ସହ ପ୍ରଥମାର୍ଦ୍ଧ ଭଲ ରହିଛି । ପ୍ରଭାସ ଚରିତ୍ର ବେଶ ମନୋରଞ୍ଜନ କରିଛି । ଅନ୍ୟ ଜଣେ ଲେଖିଛନ୍ତି, କଲ୍କି 2898 AD ଦମଦାର ରହିଛି । ପ୍ରଭାସ ଏବଂ ନାଗା ଅଶ୍ୱିନ ଇତିହାସ ରଚିଛନ୍ତି । ଏହା ବ୍ଲକବ୍ଲଷ୍ଚର ଅଟେ ।

ପ୍ରଥମ ଦିନରେ ମନ ଜିତିଲା 'କଲ୍କି 2898 AD'

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହି ଚଳଚ୍ଚିତ୍ରଟି ଆଜି ପର୍ଯ୍ୟନ୍ତ ପ୍ରଭାସଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର । ସେ ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତରେ ଇଣ୍ଡଷ୍ଟ୍ରିର 'ବାହୁବଲୀ' । ଏହି ଚଳଚ୍ଚିତ୍ର ଦେଖିବା ପରେ କିଛି ୟୁଜର୍ସ କହିଛନ୍ତି ଯେ ଆସନ୍ତାକାଲିଠାରୁ ପ୍ରେକ୍ଷାଳୟରେ ବହୁତ ଭିଡ ହେବ । ଏହି ଚଳଚ୍ଚିତ୍ର ହଲିଉଡ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ଅନ୍ୟ ଜଣେ ଫିଲ୍ମ ବିଷୟରେ ଲେଖିଛନ୍ତି, 'ଫିଲ୍ମର କ୍ଲାଇମାକ୍ସ ଜବରଦସ୍ତ । ଆପଣ ଯାହା ଭାବିନାହାଁନ୍ତି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏଥିସହ ଦୀପିକା ପାଦୁକୋନ , ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ମଧ୍ୟ ଫ୍ୟାନ ହୋଇଛନ୍ତି ଦର୍ଶକ । କମଲ ହାସଲନ ଏଥିରେ ଖଳନାୟକ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କୁ ନିଆରା ଲୁକ ଏବଂ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଫିଲ୍ମର କାହାଣୀ କ'ଣ?

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍‌କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । ସୂଚନା ଥାଉ କି, ଫିଲ୍ମର ବଜେଟ ପ୍ରାୟ ୬୦୦ କୋଟି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'କଲ୍କି 2898AD'; ଝୁମିଲେ ଫ୍ୟାନ୍ସ, ବାଣ ଫୁଟାଇ ଦେଶ-ବିଦେଶରେ କଲେ ସେଲିବ୍ରେସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.