ହାଇଦ୍ରାବାଦ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କଲ୍କି 2898 ଏଡି'ର ବଡ଼ ଅପଡେଟ । ତେବେ ଗତକାଲି ଏପ୍ରିଲ 26 ତାରିଖରେ, କଲ୍କି 2898 ଏଡିର ନିର୍ମାତା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଏକ ଟିଜର ସେୟାର କରିଥିଲେ । ଟିଜର ସହିତ ଆଜି ଏପ୍ରିଲ 27ରେ ସନ୍ଧ୍ୟା 5 ଟାରେ ଫିଲ୍ମରେ ଏକ ବଡ ଅପଡେଟ ଦେବେ ବୋଲି ଘୋଷଣା କରିଥିଲେ । ତେବେ ପ୍ରଭାସଙ୍କ ଫ୍ୟାନ୍ସମାନଙ୍କ ଅପେକ୍ଷାର ଅନ୍ତ କରି କଲ୍କି 2898 ADର ନିର୍ମାତା ଘୋଷଣା କରିଛନ୍ତି ଫିଲ୍ମର ରିଲିଜ ଡେଟ । ଆସନ୍ତା ଜୁନ 27ରେ କଲ୍କି 2898 ଏଡି' ରିଲିଜ ହେବାକୁ ଯାଉଛି ।
ତେବେ ପୂର୍ବରୁ ଫିଲ୍ମଟି ମେ 3ରେ ରିଲିଜ ହେବ ବୋଲି ଚର୍ଚ୍ଚା ହେଉଥିଲା । ପୂର୍ବରୁ ଏହି ଫିଲ୍ମ ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ 12, 2024ରେ ରିଲିଜ ହେବା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ନିର୍ମାତା ଏବେ ରିଲିଜ ପାଇଁ ନୂଆ ଡେଟ ଘୋଷଣା କରିଥିବା ବେଳେ ଫିଲ୍ମ ପାଇଁ ଫ୍ୟାନ୍ସମାନେ ଉତ୍ସାହିତ ଥିବା ଜଣାପଡ଼ିଛି ।
ବହୁ ପ୍ରତୀକ୍ଷିତ ବହୁଭାଷୀ ଫିଲ୍ମ କଲ୍କି 2898ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ତେବେ ଗତକାଲି ନିର୍ମାତାମାନେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ 'କଲ୍କି 2898 AD'ଫିଲ୍ମର ଅଶ୍ୱତଥାମାଙ୍କର ଏକ ନୂତନ ପୋଷ୍ଟର ସେୟାର କରିଥିଲେ । ପୋଷ୍ଟରରେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଅଶ୍ୱତଥାମଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ କପାଳରେ ଏକ ଚମକ ଦେଖିବାକୁ ମିଳିଥିଲା । ତାସହିତ ସେ ହାତରେ ଏକ ବାଡ଼ି ଧରିଥିବା ବେଳେ ଦେହକୁ ସମ୍ପୁର୍ଣ୍ଣ ଭାବରେ ଘୋଡ଼ାଇ ଥିବା ଦେଖିବାକୁ ମିଳିଥିଲା।
- " class="align-text-top noRightClick twitterSection" data="">
ନିର୍ମାତାମାନେ ପୋଷ୍ଟର କ୍ୟାପସନରେ ଲେଖିଥିଲେ, "ଦ୍ୱାପର ଯୁଗରୁ ଦଶାବତାରକୁ ଅପେକ୍ଷା କରିଛି ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତଥାମା"। ତେବେ କିଛିଦିନ ତଳେ ମେକର୍ସ ଫିଲ୍ମରୁ ଅଶ୍ୱତଥାମାଙ୍କ ପରିଚୟ ଦେଇ ମଧ୍ୟ ଏକ ଟିଜର ରିଲିଜ କରିଥିଲେ । ଯାହାର କ୍ୟାପସନରେ ଲେଖିଥିଲେ ଅତୀତ ଯୁଗର ଯୁଦ୍ଧରୁ ବର୍ତ୍ତମାନ ଯୁଗର ଯୁଦ୍ଧ ପର୍ଯ୍ୟନ୍ତ । କଲ୍କି 2898 ADରେ ବିଗ ବି ତଥା ବଲିଉଡ଼ର ଶେହେନଶାହ ଅମିତାଭ ବଚ୍ଚନଙ୍କୁ 'ଅଶ୍ୱତଥାମା' ଚରିତ୍ରରେ ଦେଖିବାକୁ ମିଳିବ ।
ବହୁ ପ୍ରତୀକ୍ଷିତ ବହୁଭାଷୀ ଫିଲ୍ମ କଲ୍କି 2898ADରେ ଅନେକ ବଡ ବଡ ଷ୍ଟାର ନଜର ଆସିବେ । ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବାର ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ