ETV Bharat / entertainment

ଆସିଲା 'କଲ୍‌କି ୨୮୯୮ AD' ଟ୍ରେଲର; ପ୍ରଭାସଙ୍କ ନିଆରା ଅନ୍ଦାଜ, ଫ୍ୟାନ୍ସଙ୍କ ମନ ଜିତିଲା ବିଗ୍‌ ବି-କମଲ ହାସନଙ୍କ ଲୁକ୍‌ - Kalki 2898 AD Trailer

author img

By ETV Bharat Odisha Team

Published : Jun 11, 2024, 11:14 AM IST

Kalki 2898 AD Trailer: ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍‌କି ୨୮୯୮AD' ଟ୍ରେଲର । ଏଥିରେ ଫିଲ୍ମର ମୁଖ୍ୟ ଷ୍ଟାର କାଷ୍ଟ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଚରିତ୍ରର କାହାଣୀରୁ ପରଦା ଉଠିଥିବା ବେଲେ କମଲ ହାସଲନଙ୍କ ନୂଆ ଲୁକ୍‌ ସମସ୍ତଙ୍କ ମନ ଜିତିଛି । ଦେଖନ୍ତୁ ଟ୍ରେଲର,

ଆସିଲା 'କଲ୍କି ୨୮୯୮ AD' ଟ୍ରେଲର; ପ୍ରଭାସଙ୍କ ନିଆରା ଅନ୍ଦାଜ, ବିଗ ବି-କମଲ ହାସନଙ୍କ ଲୁକ ଜିତିଲା ଫ୍ୟାନ୍ସଙ୍କ ମନ
ଆସିଲା 'କଲ୍କି ୨୮୯୮ AD' ଟ୍ରେଲର; ପ୍ରଭାସଙ୍କ ନିଆରା ଅନ୍ଦାଜ, ବିଗ ବି-କମଲ ହାସନଙ୍କ ଲୁକ ଜିତିଲା ଫ୍ୟାନ୍ସଙ୍କ ମନ (Instagram)

ହାଇଦ୍ରାବାଦ: ରିଲିଜ୍‌ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍‌କି ୨୮୯୮ AD' ଟ୍ରେଲର । ଏହି ଚଳଚ୍ଚିତ୍ର ଘୋଷଣା ହେବା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ତେବେ ଏଥିରେ ଫିଲ୍ମର କାହାଣୀ ସହ ମୁଖ୍ୟ ଷ୍ଟାରକାଷ୍ଟ୍‌ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଚରିତ୍ରରୁ ପରଦା ହଟିଛି । ଯାହାକୁ ଲୋକେ ବେଶ ପସନ୍ଦ କରିଥିବାବେଳେ ୧୪ ଘଣ୍ଟା ମଧ୍ୟରେ କୋଟିଏରୁ ଅଧିକ ଭ୍ୟୁ ମିଳିଛି । ରିଲିଜ ପୂର୍ବରୁ ଫିଲ୍ମ ରେକର୍ଡ ସୃଷ୍ଟି କରିଥିବାବେଳେ ରିଲିଜ ପରେ ଫିଲ୍ମଟି ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି ।

ଟ୍ରେଲରରେ କ'ଣ ରହିଛି ଓ ଫିଲ୍ମର କାହାଣୀ କ'ଣ?

୩ ମିନିଟର ଏହି ଟ୍ରେଲରରେ ଉଭୟ ଦକ୍ଷିଣ ଏବଂ ଉତ୍ତରର ଏକ ମିଶ୍ରଣ ଦେଖିବାକୁ ମିଳୁଛି । ଏଥିସହ ଅମିତାଭ ଏବଂ ପ୍ରଭାସଙ୍କ ଏକ ଯୁଦ୍ଧର ଝଲକ ମଧ୍ୟ ଦେଖିବାକୁ ମିଳିଛି । 'କଲ୍‌କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେବାକୁ ଯାଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍‌କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି ।

ଅମିତାଭ ବଚ୍ଚନଙ୍କ ନିଆରା ଅନ୍ଦାଜ:

ଟ୍ରେଲରରେ ଅମିତାଭଙ୍କୁ ଏପରି ଏକ ବିପଜ୍ଜନକ ଯୋଦ୍ଧା ଭାବରେ ଦେଖିବାକୁ ମିଳୁଛି, ସେ ଅଧିକାଂଶ ଲୋକଙ୍କୁ ନିଜ କାନ୍ଧରେ ନେଇ ତଳେ ପକାଇ ଦେଉଥିବାର ନଜର ଆସିଛନ୍ତି ।

କମଲ ହାସନଙ୍କ ନୂଆ ଲୁକ୍:

ଟ୍ରେଲରରେ କମଲ ହାସନଙ୍କ ଏକ ନିଆରା ଲୁକ୍‌ ଦେଖିବାକୁ ମିଳିଛି । ଫିଲ୍ମରେ ଶାଶ୍ୱତ ଚାଟାର୍ଜୀ ମଧ୍ୟ ଏକ ଖଳନାୟକ ଭୂମିକାରେ ନଜର ଆସିବାକୁ ଥିବାବେଳେ ତାଙ୍କର ନୂଆ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

'କଲ୍କି 2898AD' ଫିଲ୍ମର ଷ୍ଟାରକାଷ୍ଟ:

ଏହି ଫିଲ୍ମ ୨୭ ଜୁନରେ ମୁକ୍ତିଲାଭ କରିବାକୁ ଯାଉଛି । କଲ୍‌କି 2898 ADର ନିର୍ଦ୍ଦେଶନା ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ସାଉଥ ଅଭିନେତା କମଲ ହାସନ, ଅମିତାଭ ବଚ୍ଚନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତି ନଜର ଆସିବେ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରାଯିବ ।

ଏହା ମଧ୍ୟ ପଢନ୍ତୁ: ରାମୋଜୀ ଫିଲ୍ମ ସିଟିରେ 'କଲ୍କି 2898 AD' ପ୍ରି-ରିଲିଜ୍ ଇଭେଣ୍ଟ, 'ବୁଜି' ମିଷ୍ଟ୍ରିର ଖୁଲାସା କଲେ ନିର୍ମାତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.