ETV Bharat / entertainment

ବକ୍ସ ଅଫିସରେ ପଇସା ଛାଣୁଛି ପ୍ରଭାସଙ୍କ ଫିଲ୍ମ; ୨୯ ଦିନରେ ୧୧୦୦ କୋଟି ପାର୍ କଲା 'କଲ୍କି' - kalki 2898 ad box office collection

author img

By ETV Bharat Odisha Team

Published : Jul 26, 2024, 1:22 PM IST

Kalki 2898 Ad Box Office Collection: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ କଲ୍କି 2898AD ରିଲିଜ ହେବାର ଏକ ମାସ ହେବାକୁ ଯାଉଛି । ତଥାପି ଫିଲ୍ମ ଦର୍ଶକଙ୍କ ମନ ଜିତୁଛି । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଫିଲ୍ମ ବମ୍ପର କଲେକ୍ସନ କରୁଛି । ୨୯ ଦିନରେ ଫିଲ୍ମ ୧୧୦୦ କୋଟି ଆୟ କରି ନୂଆ ରେକର୍ଡ ନିଜ ନାଁରେ କରିଛି । ଅଧିକ ପଢନ୍ତୁ,

କମୁନି କ୍ରେଜ, ବଢୁଛି ଆୟ; ୨୯ ଦିନରେ ୧୧୦୦ କୋଟି ପାର୍ କଲା 'କଲ୍କି'
କମୁନି କ୍ରେଜ, ବଢୁଛି ଆୟ; ୨୯ ଦିନରେ ୧୧୦୦ କୋଟି ପାର୍ କଲା 'କଲ୍କି' (Movie poster)

ହାଇଦ୍ରାବାଦ: ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର 'କଲ୍କି 2898 AD' ଏକ ବକ୍ସ ଅଫିସରେ ହିଟ୍ ହୋଇଛି । ଫିଲ୍ମ ରିଲିଜ ହେବାର ପ୍ରାୟ ଏକ ମାସ ବିତିବାକୁ ଯାଉଛି ତଥାପି ଫିଲ୍ମର କ୍ରେଜ କମିବାର ନାଁ ନେଉନି । ରିଲିଜ୍ ହେବାର ଚତୁର୍ଥ ସପ୍ତାହରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରତିଦିନ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛି ଏବଂ ଏହା ସହିତ ଏହାର ମୋଟ ସଂଗ୍ରହ ମଧ୍ୟ ବୃଦ୍ଧି ପାଉଛି । ରିଲିଜ୍ ହେବାର ୨୯ ତମ ଦିନରେ 'କଲ୍କି' ୧୧୦୦ କୋଟି ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି।

କଲ୍କି 2898 AD ର ନିର୍ମାତାମାନେ ସୋସିଆଲ ମିଡିଆରେ ଚାରି ସପ୍ତାହର କଲେକ୍ସନର ସୂଚନା ଦେଉଛନ୍ତି । ଫିଲ୍ମ କଲ୍କି 2898 AD ବିଶ୍ୱ ବକ୍ସ ଅଫିସରେ ୧୧୦୦କୋଟି ଟଙ୍କା ରୋଜଗାର କରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ୨୯ ଦିନରେ କଲ୍କି ୧.୬୦କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହ ଫିଲ୍ମର ଘରୋଇ କଲେକ୍ସନ ୬୨୨.୧୦ କୋଟି ଏବଂ ବିଶ୍ୱର ୧୧୦୦କୋଟିରେ ପହଞ୍ଚିଛି । ଏହିପରି 'କଲ୍କି' ଷଷ୍ଠ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଥିବା ବେଳେ ବର୍ତ୍ତମାନ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ'କୁ ପଛରେ ପକାଇଛି ଏବଂ ଖୁବଶୀଘ୍ର 'ଜବାନ' ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି ।

ବକ୍ସ ଅଫିସରେ ସବୁଠାରୁ ଅଧିକ ରେକର୍ଡ କରିଥିବା ଫିଲ୍ମ

  • ଦଙ୍ଗଲ- ୨୦୨୩.୮୧ କୋଟି ଟଙ୍କା
  • ବାହୁବଲୀ ୨- ୧୮୧୦.୫୯ କୋଟି ଟଙ୍କା
  • ଆରଆରଆର- ୧୩୮୭.୨୬କୋଟି ଟଙ୍କା
  • KGF 2 - ୧୨୫୦ କୋଟି ଟଙ୍କା
  • ଜବାନ- ୧୧୪୮.୩୨ କୋଟି ଟଙ୍କା
  • କଲ୍କି 2898 AD- ୧୧୦୦କୋଟି ଟଙ୍କା
  • ପଠାନ- ୧୦୫୦ କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାବାସୀଙ୍କୁ ମୁର୍ଖ କହିଦେଲେ ମୁକେଶ ! ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.