ETV Bharat / entertainment

କମୁନି କ୍ରେଜ, ବଢୁଛି ଆୟ; ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିବ 'କଲ୍କି' - KALKI 2898AD BOX OFFICE COLLECTION - KALKI 2898AD BOX OFFICE COLLECTION

Kalki 2898 AD Box Office Day 12: 'କଲ୍କି' ରିଲିଜ ହେବା ଦିନ ଠାରୁ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଦିନକୁ ଦିନ ଥିଏଟରରେ ଫିଲ୍ମ ପାଇଁ ଭିଡ଼ ଜମୁଥିବା ବେଳେ ଫିଲ୍ମର ଆୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଫିଲ୍ମ ବମ୍ପର କଲେକ୍ସନ କରୁଛି । ତେବେ ଫିଲ୍ମ ଏପର୍ଯ୍ୟନ୍ତ ମୋଟ କେତେ କଲେକ୍ସନ କରିଛି ? ଜାଣନ୍ତୁ,

କମୁନି କ୍ରେଜ, ବଢୁଛି ଆୟ; ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ସାମିଲ ହେବ 'କଲ୍କି'
କମୁନି କ୍ରେଜ, ବଢୁଛି ଆୟ; ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ସାମିଲ ହେବ 'କଲ୍କି' (Kalki 2898 AD X handle)
author img

By ETV Bharat Odisha Team

Published : Jul 9, 2024, 11:31 AM IST

ହାଇଦ୍ରାବାଦ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'କଲ୍କି ୨୮୯୮AD' । ରିଲିଜ ହେବା ଦିନ ଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମନ ଜିତିଆସୁଥିବା ବେଳେ ଫିଲ୍ମ ବମ୍ପର କଲେକ୍ସନ ମଧ୍ୟ କରୁଛି । ବର୍ତ୍ତମାନ ଫିଲ୍ମ ରିଲିଜର ୧୨ ଦିନରେ ମୋଟା ଅଙ୍କର କଲେକ୍ସନ କରି ବକ୍ସ ଅଫିସରେ ନୂଆ ରେକର୍ଡ କରିଛି । ଫିଲ୍ମ ଭାରତରେ ମୋଟ ୫୦୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବିଶ୍ୱରେ ୯୦୦ କୋଟି ପାର୍ କରି ସଫଳତା ହାସଲ କରିଛି ।

ଭାରତରେ 'କଲ୍କି' କଲେକ୍ସନ

ପ୍ରଭାସଙ୍କ ଅଭିନୀତ 'କଲ୍କି 2898 AD' ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ୬୦୦କୋଟି ବଜେଟରେ ନିର୍ମିତ ଫିଲ୍ମ ଏବେ ଭାରତରେ ୫୦୦ କୋଟି ପାର୍ କରିଛି । ଫିଲ୍ମ ପ୍ରଥମ ଦିନରେ ୯୫ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ୧୨ ଦିନ ମଧ୍ୟରେ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ରିଲିଜର ୧୨ଦିନରେ ଫିଲ୍ମ ହିନ୍ଦୀ ୬.୫ କୋଟି, ତେଲୁଗୁରେ ୩.୫ କୋଟି, ତାମିଲରେ ୭ ଲକ୍ଷ, କନ୍ନଡରେ ୧୫ ଲକ୍ଷ, ମାଲାୟାଲମ୍ ୫ ଲକ୍ଷ ଟଙ୍କା ଆୟ କରିଛି । ତେବେ ଫିଲ୍ମ ସବୁ ଭାଷାରେ ୧୧.୩୫ କୋଟି ଆୟ କରି ଭାରତରେ ଏପର୍ଯ୍ୟନ୍ତ ମୋଟ ୫୨୧.୪ କୋଟି ଟଙ୍କା କଲେକ୍ସନ କରି ରେକର୍ଡ କରିଛି । ଏହିିପରି ଫିଲ୍ମ ଖୁବଶୀଘ୍ର ନିଜ ବେଜଟ ମୂଲ୍ୟ ହାସଲ କରି ଇତିହାସ ରଚିବ ବୋଲି ଅନୁମାନ କରାଯାଉଛି ।

କଲ୍କି 2898 AD: ବକ୍ସ ଅଫିସ କଲେକ୍ସନ

  • ଜୁନ ୨୭, ପ୍ରଥମ ଦିନ- ୯୫.୩ କୋଟି
  • ଜୁନ ୨୮, ଦ୍ୱିତୀୟ ଦିନ- ୫୯.୩ କୋଟି
  • ଜୁନ ୨୯, ତୃତୀୟ ଦିନ- ୬୬.୨ କୋଟି
  • ଜୁନ ୩୦, ଚତୁର୍ଥ ଦିନ- ୮୮.୨ କୋଟି
  • ଜୁଲାଇ ୧, ପଞ୍ଚମ ଦିନ- ୩୪.୧୫ କୋଟି
  • ଜୁଲାଇ ୨, ୬ଷ୍ଠ ଦିନ- ୨୭. ୯୫ କୋଟି
  • ଜୁଲାଇ ୩, ସପ୍ତମ ଦିନ- ୨୨.୨୫ କୋଟି
  • ଜୁଲାଇ ୪, ଅଷ୍ଠମ ଦିନ- ୨୨.୪ କୋଟି
  • ଜୁଲାଇ ୫, ନବମ ଦିନ- ୧୬.୭ କୋଟି
  • ଜୁଲାଇ ୬, ଦଶମ ଦିନ- ୩୪.୧୫ କୋଟି
  • ଜୁଲାଇ ୭, ଏକାଦଶ ଦିନ- ୪୪.୩୫ କୋଟି
  • ଜୁଲାଇ ୮, ଦ୍ୱାଦଶ ଦିନ- ୧୧.୩୫ କୋଟି

ଫିଲ୍ମର ମୋଟ କଲେକ୍ସନ ୫୨୧.୪ କୋଟି ଟଙ୍କାକୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନରେ ୩୦୦ କୋଟି ପାର୍

ବିଶ୍ୱରେ 'କଲ୍କି' କଲେକ୍ସନ

ଭାରତରେ ନୁହଁ ସାରା ବିଶ୍ୱରେ ଫିଲ୍ମ ପାଇଁ କ୍ରେଜ ଦେଖିବାକୁ ମିଳିଛି । ଭାରତରେ ଫିଲ୍ମ ୧୨ ଦିନ ମଧ୍ୟରେ ନିଜ ବଜେଟ ମୂଲ୍ୟ ପାକାପାକି ଆୟ କରିଥିବା ବେଳେ ବିଶ୍ୱରେ ଫିଲ୍ମ ୧୦୦୦ କୋଟି ପାକାପାଖି ଆୟ କରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଭାସ-ଷ୍ଟାରର ଏହି ଚଳଚ୍ଚିତ୍ରର ବିଶ୍ୱ ବକ୍ସ ଅଫିସରେ ୯୦୦ କୋଟି ଆୟ କରି ସଫଳତା ହାସଲ କରିଛି । ଫିଲ୍ମ ନିର୍ମାତା ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.