ETV Bharat / entertainment

ଜୋକିନ ଫୋନିକ୍ସ ଷ୍ଟାରର ଫିଲ୍ମ 'ଜୋକର-୨'ର ଟ୍ରେଲର ରିଲିଜ - Joker 2

Joker 2 Trailer OUT : ଆମେରିକୀୟ ଥ୍ରିଲର୍ ଫିଲ୍ମ 'ଜୋକର୍ ୨' ଟ୍ରେଲର ରିଲିଜ ହୋଇଛି । ଚଳିତ ବର୍ଷ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 10, 2024, 3:54 PM IST

Joker 2 Trailer OUT
Joker 2 Trailer OUT

ମୁମ୍ବାଇ :ବହୁ ପ୍ରତିକ୍ଷିତ ଆମେରିକୀୟ ମ୍ୟୁଜିକାଲ୍ ସାଇକୋଲୋଜିକାଲ୍ ଥ୍ରିଲର୍ ଫିଲ୍ମ 'ଜୋକର୍ ୨'ର ଟ୍ରେଲର ରିଲିଜ ହୋଇଛି । ପୂରା ୫ ବର୍ଷ ପରେ ଫିଲ୍ମର ସ୍ବିକେଲ ରିଲିଜ ହେବାକୁ ଯାଉଛି । ଜୋକିନ ଫୋନିକ୍ସ ପୁଣି ଥରେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବେ । ଏଥର ତାଙ୍କ ସହିତ ଲେଡି ଗାଗା ମଧ୍ୟ ତାଙ୍କ ସହ ମନୋରଞ୍ଜନ କରିବେ। ଟଡ ଫିଲିପ୍ସଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜୋକର ୨' ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ମାନସିକ ବିକୃତ କାହାଣୀକୁ ନେଇ ଆଧାରିତ ।

  • " class="align-text-top noRightClick twitterSection" data="">

ଜୋକର-୨ ର ନିର୍ମାତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ସେୟାର କରି ଲେଖିଛନ୍ତି, ଏବେ ଏହା ଜମା ବି ଏକା ନୁହଁ, ଜୋକର-ଫୋଲି ଡ୍ୟୁକ୍ସ ଆସନ୍ତା ଅକ୍ଟୋବର ୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଆପତ୍ତିଜନକ ତଥ୍ୟ ଥିବାରୁ ଫିଲ୍ମକୁ R ରେଟିଂ ମିଳିଛି ।

ଟ୍ରେଲରର ଆରମ୍ଭ ଜୋକିନ ଫୋନିକ୍ସ ଅର୍ଥାତ ଜୋକଙ୍କ ସହିତ ଆରମ୍ଭ ହୋଇଛି । ଯିଏ ଜେଲ ଦଣ୍ଡ ଭୋଗୁଛନ୍ତି। ଏହା ପରେ ସେ ହାର୍ଲେଙ୍କ ସହିତ ଦେଖା ହୋଇଛନ୍ତି । ଯିଏ ହାତରେ ବନ୍ଧୁକ ଧରି ଜୋକରଙ୍କୁ ସଲାମ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କୁ ସମ୍ମାନ କରନ୍ତି। କାରଣ ସେ ତାଙ୍କ ଅପେକ୍ଷା ତାଙ୍କ ଜୀବନରେ ଅଧିକ କିଛି ହାସଲ କରିଛନ୍ତି । ଏଥିସହ ଜୋକର ହାର୍ଲେ ଆର୍ଥରଙ୍କୁ ଜେଲରୁ ଭଗେଇବା ପାଇଁ ପ୍ରସ୍ତୁତ କରାଇଛନ୍ତି । ଏହାପରେ ଉଭୟ ନିଜ ହିସାବରେ ତାଙ୍କ ଜୀବନ ବଞ୍ଚିବାକୁ ଚେଷ୍ଟା କରିଛନ୍ତି । ଫିଲ୍ମ ଜୋକର-୨ କୁ ଟାଡ ଫିଲିପିନ୍ସ ସ୍କଟ୍ ସିଲଭର ସହିତ ଲେଖିଛନ୍ତି । ଫିଲ୍ମରେ ହିଲଡୁର ଗୁଆନାଦୋତିରଙ୍କ ମ୍ୟୁଜିକ ରହିଛି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀକାନ୍ତ ଟ୍ରେଲର ଆଉଟ୍, ଭାରତୀୟ ଶିକ୍ଷା ବ୍ୟବସ୍ଥା ବିରୋଧରେ ଲଢିବେ ରାଜକୁମାର ରାଓ

ପ୍ରକାଶ ଥାଉକି, ଗତ ୫ ବର୍ଷ ପୂର୍ବେ ଫିଲ୍ମ ଲଭର୍ସଙ୍କୁ ‘ଜୋକର’ ଭଳି ଫିଲ୍ମର ଉପହାର ମିଳିଥିଲା। ବକ୍ସ ଅଫିସ କଲେକ୍ସନ ମାମଲାରେ ଏହି ହଲିଉଡ ଫିଲ୍ମକୁ ଭାରତରେ ଦମଦାର ପ୍ରତିକ୍ରିୟା ମିଳିଥିଲା । ଜୋକିନ ଫୋନିକ୍ସ ଷ୍ଟାରର ଫିଲ୍ମ ‘ଜୋକର’ ବକ୍ସ ଅଫିସରେ ଜବରଦସ୍ତ ଆୟ କରି ଅନେକ ରେକର୍ଡ ଭାଙ୍ଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.