ETV Bharat / entertainment

ସାଇ ପଲ୍ଲବୀଙ୍କୁ ରିପ୍ଲେସ କଲେ ଜାହ୍ନବୀ! 'ରାମାୟଣ'ରେ ସୀତା ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Feb 7, 2024, 3:57 PM IST

Nitesh Tiwari Film Ramayana: ନୀତେଶ ତିୱାରୀଙ୍କ 'ରାମାୟଣ' ଏବଂ ଏହାର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସୀତା ଭୂମିକାରେ ସାଇ ପଲ୍ଲବୀ ନଜର ଆସିବାକୁ ଥିବାବେଳେ ବର୍ତ୍ତମାନ ରିପୋର୍ଟ ଅନୁସାରେ, ସେ ଏହି ଫିଲ୍ମରୁ ବାଦ ପଡିଥିବା ଜଣାପଡିଛି । ଅଧିକ ପଢନ୍ତୁ,

ସାଇ ପଲ୍ଲବୀଙ୍କୁ ରିପ୍ଲେସ କଲେ ଜାହ୍ନବୀ କପୁର! 'ରାମାୟଣ'ରେ ସୀତା ଭୂମିକାରେ ଆସିବେ ନଜର

ହାଇଦ୍ରାବାଦ: 'ଆଦିପୁରୁଷ' ବିବାଦ ପରେ ଗତ ବର୍ଷ ଚଳଚ୍ଚିତ୍ର ନିର୍ମାତା ନୀତେଶ ତିୱାରୀ 'ରାମାୟଣ' ଉପରେ ଏକ ଫିଲ୍ମ ଘୋଷଣା କରିଥିଲେ । ସେବେଠାରୁ ନୀତୀଶ ତିୱାରୀଙ୍କ 'ରାମାୟଣ' କାଷ୍ଟିଂ କାଉଚ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ । ଏଥିସହ ମାତା ସୀତା ଭୂମିକାରେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ ନଜର ଆସିବେ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ସାଇ ପଲ୍ଲବୀ ରାମାୟଣରୁ ବାଦ ପଡିଛନ୍ତି ଏବଂ ତାଙ୍କ ସ୍ଥାନରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏହି ଭୂମିକାରେ ନଜର ଆସିବେ ।

ମିଡିଆ ରିପୋର୍ଟ ଅନୁସାରେ, ନୀତୀଶ ତିୱାରୀଙ୍କ 'ରାମାୟଣ'ରେ ସାଇ ପଲ୍ଲବୀଙ୍କ ପରିବର୍ତ୍ତେ ଜାହ୍ନବୀ କପୁର ନଜର ଆସିବେ । 'ରାମାୟଣ'ର ନିର୍ମାତାମାନେ ଜାହ୍ନବୀ କପୁରଙ୍କ ଲୁକ୍କାୟିତ ପ୍ରତିଭାକୁ ଦେଖି ଏହି ଫିଲ୍ମରେ ତାଙ୍କ କାଷ୍ଟ କରିବାକୁ ଚାହୁଁଛନ୍ତି । କୁହାଯାଉଛି ଯେ ନିର୍ମାତାମାନେ ମାତା ସୀତାଙ୍କ ଭୂମିକା ପାଇଁ ଜାହ୍ନବୀ କପୁରଙ୍କୁ ଉପଯୁକ୍ତ ନାୟିକା ବୋଲି ମନେ କରିଛନ୍ତି । ତେବେ ଏନେଇ କିନ୍ତୁ ନିର୍ମାତାମାନେ କୌଣସି ଅଫିସିଆଲି ଘୋଷଣା କରିନାହାନ୍ତି ।

ସେପଟେ ନୀତୀଶ ତିୱାରୀଙ୍କ 'ରାମାୟଣ'ର ଷ୍ଟାର କାଷ୍ଟକୁ ନେଇ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି । କୁହାଯାଉଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରଭୁ ରାମଙ୍କ ଭୂମିକା ପାଇଁ ରଣବୀର କପୁରଙ୍କୁ, ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଛନ୍ତି । ଏଥିସହ ନିର୍ମାତା ଅରୁଣ ଗୋବିଲଙ୍କୁ ଦଶରଥଙ୍କ ଭୂମିକାରେ କାଷ୍ଟ କରିବାକୁ ଯୋଜନା କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ରାମାୟଣ ପାଇଁ ରଣବୀରଙ୍କ ତ୍ୟାଗ, ରାମ ଚରିତ୍ର ପାଇଁ ଛାଡିବେ ମଦ-ମାଂସ !

ସୂଚନା ଯୋଗ୍ୟ ଯେ, ନିକଟରେ ଏକ ସାକ୍ଷାତକାରରେ ନୀତେଶ ତିୱାରୀ 'ରାମାୟଣ'କୁ ନେଇ ଆଲୋଚନା କରିଥିଲେ । ସେ ଆଦିପୁରୁଷ ବିବାଦ ବିଷୟରେ କହିବା ସହ ତାଙ୍କ ଫିଲ୍ମ କାହାରି ମନକୁ ଆଘାତ ଦେବନାହିଁ ବୋଲି କହିଥିଲେ । ସେ କହିଥିଲେ ଯେ, ମୁଁ ପ୍ରସ୍ତୁତ କରୁଥିବା ବିଷୟବସ୍ତୁର ଉପଭୋକ୍ତା ମୁଁ ନିଜେ ମଧ୍ୟ ଅଟେ । ଯଦି ମୁଁ ମୋର ବିଷୟବସ୍ତୁ ସହ ନିଜେ ନିଜକୁ ଆଘାତ କରୁ ନାହିଁ, ତେବେ ମୁଁ ଅନ୍ୟମାନଙ୍କୁ ମଧ୍ୟ ଆଘାତ କରିବି ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.