ହାଇଦ୍ରାବାଦ: ବୃତ୍ତିଗତ ସମେତ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଲାଇମଲାଇଟରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ବୟଫ୍ରେଣ୍ଡ ଶିଖର ପହରିଆଙ୍କୁ ଦୀର୍ଘ ଦିନ ଧରି ଡେଟ୍ କରିଆସୁଥିବା ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ସୁନିଶ୍ଚିତ କରିଥିବା ଜଣାପଡିଛି । ବର୍ତ୍ତମାନ ଜାହ୍ନବୀ କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସହ ସମ୍ପର୍କିତ ଏଭଳି ଜିନିଷ ବ୍ୟବହାର କରିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି କରିଛନ୍ତି ।
ମୁମ୍ୱାଇରେ ଆୟୋଜିତ ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ'ର ସ୍ପେଶାଲ ସ୍କ୍ରିନିଂରେ ଜାହ୍ନବୀ କପୁର ଯୋଗ ଦେଇଥିଲେ । ଏହି ସମୟରେ ଜାହ୍ନବୀ ହ୍ୱାଇଟ ରଙ୍ଗର କୋ-ଅଡ ସେଟ୍ ସହ ହ୍ୱାଇଟ ନେକଲେସ ପିନ୍ଧିଥିଲେ । ଏହି ନେକଲେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।ଜାହ୍ନବୀ ବୟଫ୍ରେଣ୍ଡ ଶିଖରଙ୍କ ନାଁ (ଶିଖୁ)ଲେଖାଥିବା ନେକଲେସ ପିନ୍ଧିଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଜାହ୍ନବୀ ଶିଖରଙ୍କ ସହ ନିଜ ସମ୍ପର୍କ କନଫର୍ମ କରିଥିବା ଚର୍ଚ୍ଚା ହେଉଛି । ଜାହ୍ନବୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।
କହିରଖୁଛୁ କି, ନିକଟରେ ଜାହ୍ନବୀ 'କଫି ୱିଥ କରଣ' ଶୋ'ରେ ମଧ୍ୟ ଶିଖରଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ଏହି ଶୋ' ରେ ଯେତେବେଳେ କରଣ ଜୋହର ଜାହ୍ନବୀଙ୍କୁ ପଚାରନ୍ତି କି, ତୁମ ଫୋନରେ ସ୍ପିଡ ଡାଏଲ ଲିଷ୍ଟରେ ଟପ ୩ରେ କଣ୍ଟାକ୍ଟ ନମ୍ବର କାହାର ରହିଛି । ଏହାର ଉତ୍ତରରେ ଜାହ୍ନବୀ କୁହନ୍ତି, ପ୍ରଥମେ ବାପା, ୨ୟରେ ଖୁସୁ ଅର୍ଥାତ୍ ଖୁସୀ ଏବଂ ୩ୟରେ ଶିଖୁ ଅର୍ଥାତ୍ ଶିଖର ପହରିଆ । ଏହା କହି ଜାହ୍ନବୀ ବ୍ଲସ କରିଥିଲେ।
ସୂଚନା ଥାଉ କି, ଜାହ୍ନବୀ କପୁର ଏବଂ ଶିଖର ପହରିଆ କିଛି ବର୍ଷ ପୂର୍ବେ ଡେଟ୍ କରୁଥିଲେ । କିନ୍ତୁ ମଝିରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଉଭୟେ ଅଲଗା ରହୁଥିବା ବେଳେ ଗତବର୍ଷ ହାଲୋଏନ୍ ପାର୍ଟି ପର ଠାରୁ ପ୍ରାୟତଃ ଏକାଠି ନଜର ଆସୁଛନ୍ତି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ନିର୍ବନ୍ଧରେ ଯୋଗଦେବା ଠାରୁ ଆରମ୍ଭ କରି ଅନେକ ପାର୍ଟିରେ ସବୁବେଳେ ଏହି ପ୍ରେମୀଯୁଗଳଙ୍କ ଏକାଠି ନଜର ଆସୁଥିବା ନେଇ ହେଡଲାଇନ ରହିଆସୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବୟଫ୍ରେଣ୍ଡ ମାଆଙ୍କ ସହ ସିଦ୍ଧି ବିନାୟକଙ୍କ ଦର୍ଶନ କଲେ ଜାହ୍ନବୀ, ଭିଡିଓ ଭାଇରାଲ
ଜାହ୍ନବୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ ବର୍ତ୍ତମାନ ସାଉଥରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି । 'ଦେବରା' ସହ ଟଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେତା ଜୁନିଅର ଏନଟିଆର ଏବଂ ସୈଫ ଅଲ୍ଲୀ ଖାନଙ୍କ ସହ ସେ ପ୍ରଥମ ଥର ପାଇଁ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ଭାଗ ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରିବ । ସେହିପରି 'RC16'ରେ ରାମ ଚରଣଙ୍କ ସହ ସେ ପ୍ରଥମ ଥର ପାଇଁ ନଜର ଆସିବେ । ନିକଟରେ ଜାହ୍ନବୀଙ୍କ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା ହୋଇଥିଲା ।