ETV Bharat / entertainment

ସ୍ୱାଧୀନତା ଦିବସ ପାଳିଲେ ବଲିଉଡ ସେଲିବ୍ରିଟି, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା - Celebs Wishes Independence Day

author img

By ETV Bharat Odisha Team

Published : Aug 15, 2024, 1:01 PM IST

Celebs Wishes Independence Day: ଆଜି ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଲିଉଡରେ ଧୁମ ଦେଖିବାକୁ ମିଳିଛି । ଅନୁପମ ଖେରଙ୍କଠାରୁ ଆରମ୍ଭ କରି କଙ୍ଗନା ରାଣାୱତ ଭଳି ତାରକାମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ସ୍ୱାଧୀନତା ଦିବସ ପାଳିଲେ ବଲିଉଡ ସେଲିବ୍ରିଟି, ଫ୍ୟାନ୍ସଙ୍କ ଜଣାଇଲେ ଶୁଭେଚ୍ଛା
ସ୍ୱାଧୀନତା ଦିବସ ପାଳିଲେ ବଲିଉଡ ସେଲିବ୍ରିଟି, ଫ୍ୟାନ୍ସଙ୍କ ଜଣାଇଲେ ଶୁଭେଚ୍ଛା (instagram)

ହାଇଦ୍ରାବାଦ: ଆଜି ସମଗ୍ର ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ସବୁଠି ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହି ସମୟରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ରାଣାୱତଙ୍କଠାରୁ ଅନୁପମ ଖେର ପର୍ଯ୍ୟନ୍ତ ୧୫ ଅଗଷ୍ଟ ଅବସରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଅକ୍ଷୟ-କଙ୍ଗନାଙ୍କ ପୋଷ୍ଟ
ଅକ୍ଷୟ-କଙ୍ଗନାଙ୍କ ପୋଷ୍ଟ (instagram)

''ସ୍ୱାଧୀନତା କେବଳ ଶବ୍ଦ ନୁହେଁ, ଏହା ଏକ ପରିଚୟ''- ଅନୁପମ ଖେର

ଅନୁପମ ଖେର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଆଜି ଆମର ସ୍ୱାଧୀନତା ପାଇଁ ଆମର ଅତୀତରେ ଅନେକ ଜଣାଶୁଣା ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ବଳିଦାନ ଅଛି । ସେମାନଙ୍କୁ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟ ହିନ୍ଦ୍ । ଜୟ ଭାରତ ।'' ଏଥିସହ ସେ ସେୟାର କରିଥିବା ଭିଡିଓରେ ଅନୁପମ ଖେର କହିଛନ୍ତି, ''ସ୍ୱାଧୀନତା କେବଳ ଶବ୍ଦ ନୁହେଁ, ଏହା ଏକ ପରିଚୟ । ଏକ ପରିଚୟ ଯାହା ପଛରେ ଏକ ଦୀର୍ଘ ଏବଂ କଠିନ ସଂଘର୍ଷ ରହିଛି । ଏକ ସଂଘର୍ଷ ଯାହା ଆମ ପିତୃପୁରୁଷମାନେ ନିଜ ଜୀବନକୁ ବିପଦରେ ପକାଇ ବ୍ରିଟିଶ ବିରୋଧରେ ସଂଘର୍ଷ କରିଥିଲେ । ଏହା ଆତ୍ମସମ୍ମାନ ପାଇଁ ଏକ ସଂଗ୍ରାମ ଥିଲା । ଖୋଲା ଆକାଶରେ ନିଶ୍ୱାସ ନେବା ଏକ ସଂଘର୍ଷ ଥିଲା । ଯାହା ଆମକୁ ଆଜି ଗର୍ବର ସହିତ ବଞ୍ଚିବାର ଅଧିକାର ଦେଇଛି ।'' ଭିଡିଓରେ ସେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ଦେଖାଇଛନ୍ତି । ଦେଶର ସମସ୍ତ ଅତ୍ୟାଚାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହା ସହିତ ଭାରତ ପରିବର୍ତ୍ତନ କରିବାର ରୂପ ମଧ୍ୟ ଦେଖିବାକୁ ମିଳିଛି ।

ଫ୍ୟାନ୍ସଙ୍କୁ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଲେ ଅକ୍ଷୟ-କଙ୍ଗନା

ଅକ୍ଷୟ କୁମାର ମଧ୍ୟ ତ୍ରିରଙ୍ଗା ପତାକାର ଫଟୋ ସେୟାର କରି ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ''ଆମର ତ୍ରିରଙ୍ଗା ପତାକା ସର୍ବଦା ଉଚ୍ଚରେ ଉଡୁ ଏବଂ ଆମର ହୃଦୟ ଗର୍ବରେ ପରିପୂର୍ଣ୍ଣ ହେଉ । ଆମର ସ୍ୱତନ୍ତ୍ରତାକୁ ନମସ୍କାର । ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ଜୟ ହିନ୍ଦ୍ । ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପତାକା ଉତ୍ତୋଳନ କରୁଥିବା ଏକ ଫଟୋ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ୱାଧୀନତା ଦିବସରେ ସିନେପ୍ରେମୀଙ୍କ ପାଇଁ ଖୁସି ଖବର; ଏକାସାଙ୍ଗେ ରିଲିଜ ହେଉଛି 5 ଫିଲ୍ମ, ବକ୍ସ ଅଫିସରେ ବଡ଼ ଟକ୍କର

ସୁନୀଲ ଶେଟ୍ଟୀଙ୍କ ପୋଷ୍ଟ

ସୁନୀଲ ଶେଟ୍ଟୀ ତ୍ରିରଙ୍ଗା ପତାକା ସହ ଏକ ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଅବିଶ୍ୱାସନୀୟ ଭାରତରେ ଜନ୍ମ ହେବା ନେଇ ମୁଁ ଗର୍ବିତ । ସ୍ୱାଧୀନତା ଦିବସର ଶୁଭେଚ୍ଛା । ଜୟ ହିନ୍ଦ୍ ।'' ସେହିପରି ସାରା ଅଲି ଖାନ ବାପା ସୈଫ ଅଲି ଖାନଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ବାପା ଏବଂ ଝିଅ ପତାକା ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ସାରା ସମସ୍ତ ଫ୍ୟାନ୍ସଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.