ETV Bharat / entertainment

ଭାଲେଣ୍ଟାଇନ ଡେ'ରେ ବୟଫ୍ରେଣ୍ଡ ସହ ରୋମାଣ୍ଟିକ ହେଲେ ଇଲିଆନା

Ileana Dcruz With Michael: ବୟଫ୍ରେଣ୍ଡ ମାଇକେଲ ଡୋଲାନଙ୍କ ସହ ଭାଲେଣ୍ଟାଇନ ଡେ' ସେଲିବ୍ରେଟ କରିଛନ୍ତି ଇଲିଆନା ଡି କ୍ରୁଜ । ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 15, 2024, 10:46 AM IST

ଭାଲେଣ୍ଟାଇନ ଡେ'ରେ ବୟଫ୍ରେଣ୍ଡ ସହ ରୋମାଣ୍ଟିକ ହେଲେ ଇଲିଆନା
ଭାଲେଣ୍ଟାଇନ ଡେ'ରେ ବୟଫ୍ରେଣ୍ଡ ସହ ରୋମାଣ୍ଟିକ ହେଲେ ଇଲିଆନା

ହାଇଦ୍ରାବାଦ: ବି-ଟାଉନରେ ଅନେକ ସେଲିବ୍ରିଟି ଚଳିତ ଥର ଭାଲେଣ୍ଟାଇନ ଡେ' ଧୁମଧାମରେ ପାଳନ କରିଛନ୍ତି । ଏହି ଅବସରରେ ଇଲିଆନା ଡି କ୍ରୁଜ ମଧ୍ୟ ନିଜ ବୟଫ୍ରେଣ୍ଡ ମାଇକେଲ ଡୋଲାନଙ୍କ ସହ ଭାଲେଣ୍ଟାଇନ ଡେ' ସେଲିବ୍ରେଟ କରିଛନ୍ତି । ସେସିଆଲ ମିଡିଆରେ ଅଭିନେତ୍ରୀ ଉଭୟଙ୍କ ଫଟୋ ସେୟାର କରି ଝଲକ ଦେଖାଇଛନ୍ତି । ଯେଉଁଥିରେ ଦୁହିଁଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି ।

ଇଲିଆନା ଡି କ୍ରୁଜଙ୍କ ପୋଷ୍ଟ
ଇଲିଆନା ଡି କ୍ରୁଜଙ୍କ ପୋଷ୍ଟ

ଇଲିଆନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମାଇକେଲ ଏବଂ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଉଭୟ ବ୍ଲାକ ଆଉଟଫିଟରେ ନଜର ଆସିଥିବା ବେଳେ ମାଇକେଲ ଇଲିଆନାଙ୍କୁ ପଛପଟୁ ହଗ୍ କରୁଥିବା ନଜର ଆସିଛନ୍ତି । ଫଟୋ ସେୟାର କରି ଇଲିଆନା ଲେଖିଛନ୍ତି, ''ଭାଲେଣ୍ଟାଇନ୍ସ ଡେ ଶୁଭେଚ୍ଛା ମୋ ଷ୍ଟୁଡମଫିନ୍ ଏବଂ ମୋର ପ୍ରଥମ ଓ ପ୍ରକୃତ ଭାଲେଣ୍ଟାଇନ ।'' କହିରଖୁଛୁ କି, ଅଭିନେତ୍ରୀ ଗତବର୍ଷ(୨୦୨୩) ମେ' ମାସରେ ମାଇକେଲଙ୍କୁ ବିବାହ କରିଥିବା କୁହାଯାଉଛି । ହେଲେ ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ବିବାହ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

ସୂଚନା ଥାଉକି, ଅଭିନେତ୍ରୀ ଇଲିଆନା ନିଜ ବିବାହ ନେଇ ସ୍ପଷ୍ଟ କରିନାହାନ୍ତି, କିନ୍ତୁ ସେ ଏକ ପୁତ୍ର ସନ୍ତାନର ମାଆ ହୋଇସାରିଛନ୍ତି । ଅଗଷ୍ଟ ୧, ୨୦୨୩ରେ ଇଲିଆନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ଜନ୍ମର ୫ଦିନ ପରେ ଅଭିନେତ୍ରୀ ତାଙ୍କ ପୁଅର ଝଲକ ଦେଖାଇବା ସହ ନାଁ ପ୍ରକାଶ କରିଥିଲେ । ସେ ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଥିବା ଖୁଲାସା କରିଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ବିବାହକୁ ନେଇ କିଛି ସ୍ପଷ୍ଟ କରିନଥିବା ବେଳେ ସେ ମାଆ ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ୨୦୨୩ରେ ମାଇକେଲଙ୍କୁ ବିବାହ କରିଛନ୍ତି ଇଲିଆନା ! ନିଜ ସମ୍ପର୍କ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ଇଲିଆନା ଡି’ କ୍ରୁଜଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ 2021 ମସିହାରେ ମୁକ୍ତିଲାଭ କରିଥିବା ଅଭିଷେକ ବଚ୍ଚନଙ୍କ ଅଭିନୀତ କ୍ରାଇମ୍‌ ଡ୍ରାମା ଫିଲ୍ମ 'ଦି ବିଗ୍ ବୁଲ୍‌'ରେ ମୀରା ରାଓଙ୍କ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଇଲିଆନା ଆଗାମୀ ଚଳଚ୍ଚିତ୍ର 'ଦୋ ଔର ଦୋ ପ୍ୟାର' ସହ ନଜର ଆସିବେ । ଯେଉଁଥିରେ ସେ ବିଦ୍ୟା ବାଲାନ, ପ୍ରତୀକ ଗାନ୍ଧୀ ଏବଂ ସେଙ୍ଘିଲ ରାମମୂର୍ତ୍ତି ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ । ଏହି ଚଳଚ୍ଚିତ୍ରଟି ଶିରିସା ଗୁହା ଠକୁରତା ନିର୍ଦ୍ଦେଶନା ଦେଇଥିବା ବେଳେ ଏପଲାଉସ ଏଣ୍ଟରଟେନମେଣ୍ଟ 'ଦୋ ଔର ଦୋ ପ୍ୟାର' ଫିଲ୍ମ ପ୍ରସ୍ତୁତ କରିଛନ୍ତି । ମାର୍ଚ୍ଚ ୨୯, ୨୦୨୪ରେ ଫିଲ୍ମ ରିଲିଜ ହେବ । ଏଥିସହ ଇଲିଆନାଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକରେ ଅନଫେୟର ଆଣ୍ଡ ଲଭଲି ଏବଂ ଲଭର୍ସ ମଧ୍ୟ ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.