ETV Bharat / entertainment

ରାମଲାଲାଙ୍କ ପାଇଁ ଭରତନାଟ୍ୟ ପରିବେଷଣ କଲେ ଡ୍ରିମ ଗାର୍ଲ

author img

By ETV Bharat Odisha Team

Published : Feb 18, 2024, 3:34 PM IST

Hema Malini Dance Performance In Ayodhya: ହେମା ମାଳିନୀ ପୁଣିଥରେ ଅଯୋଧ୍ୟା ଗସ୍ତରେ ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ସେ ଭରତନାଟ୍ୟମ୍ ପ୍ରଦର୍ଶନ କରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ହେମା ମାଲିନୀ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି ।

ରାମଲାଲାଙ୍କ ଶରଣରେ ହେମା ମାଲିନୀ, ଭରତନାଟ୍ୟମ କରି ମନ ମୋହିଲେ

ହାଇଦ୍ରାବାଦ: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରତିଷ୍ଠା ପରେ ପୁଣିଥରେ ରାମଲାଲାଙ୍କ ଦର୍ଶନ କରିଛନ୍ତି ସାଂସଦ ତଥା ଲୋକପ୍ରିୟ ଅଭିନେତ୍ରୀ ହେମା ମାଲିନୀ । ଏହି ଅବସରରେ ଅଭିନେତ୍ରୀ ଭରତନାଟ୍ୟମ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଛନ୍ତି । ହେମା ମାଲିନୀ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଏହାର ଝଲକ ଦେଖାଇବା ସହ ନିଜର ଖୁସିବ୍ୟକ୍ତ କରିଛନ୍ତି । ଏହି ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ହେମା ମାଲିନୀ ତାଙ୍କ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ସହ ଅନେକ ଥର ଲୋକଙ୍କ ହୃଦୟ ଜିତିଆସିଛନ୍ତି । ଏଥର ସେ ଅଯୋଧ୍ୟା ରାମ ମନ୍ଦିରରେ ଭରତନାଟ୍ୟମ୍ ପରିବେଷଣ କରି ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେମା ମାଲିନୀ ଏକ ବ୍ଲୁ ରଙ୍ଗର ଶାଢୀରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଅଯୋଧ୍ୟା ରାମ ମନ୍ଦିରରେ ତାଙ୍କ ପରଫର୍ମାନ୍ସର ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ମୁଁ ରାମଲାଲାଙ୍କ ପାଇଁ ଭାରତନାଟ୍ୟମ ପ୍ରଦର୍ଶନ କରିଥିଲି । ଏହା ଏକ ଆନନ୍ଦଦାୟକ ଅନୁଭୂତି ଥିଲା ଏବଂ ମୁଁ ଉତ୍ସାହର ସହ ନାଚିଲି ଯାହା ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ମୋର କିଛି ନୃତ୍ୟ ମୁହୂର୍ତ୍ତର କିଛି ଫଟୋ ଆପଣଙ୍କ ପାଇଁ ।''

ଏହି ପରଫର୍ମାନ୍ସ ପୂର୍ବରୁ ସେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ରାମ ମନ୍ଦିର ମଣ୍ଡପରେ ରିହର୍ସାଲରେ କରୁଥିବା ନଜର ଆସିଥିଲେ । ଏକ ଲାଲ୍ ଶାଢୀରେ ରିହର୍ସାଲ କରୁଥିଲେ ଅଭିନେତ୍ରୀ । ଏହା ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ବର୍ତ୍ତମାନ ମୁଁ ପରିବାର ସହ ଅଯୋଧ୍ୟାରେ ଅଛି ଏବଂ ରାମଲାଲାଙ୍କ ଈଶ୍ୱରୀୟ ଦର୍ଶନ ଉପଭୋଗ କରୁଛି । ମୁଁ ନିଜକୁ ଆଶୀର୍ବାଦ ଅନୁଭବ କରେ, ବିଶେଷତଃ ମୁଁ ରାମଲାଲା ପାଇଁ ମନ୍ଦିରରେ ମୋର ରାଗ ସେବା କରିବି । ଏହା ଏକ ଈଶ୍ୱରୀୟ ଆହ୍ୱାନ ।''

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ହେମା ମାଲିନୀ, ରାମାୟଣ ଉପରେ ନୃତ୍ୟନାଟକ କରିବେ ପରିବେଶଣ

କହିରଖୁଛୁ କି, ଏହା ପ୍ରଥମ ନୁହେଁ ଯେ ହେମା ମାଳିନୀ ଅଯୋଧ୍ୟାରେ ନିଜର ନୃତ୍ୟ ପରିବେଶଣ କରିଛନ୍ତି । ଏହାପୂର୍ବରୁ, ଜାନୁୟାରୀ ୧୯,୨୦୨୪ରେ ମଧ୍ୟ ଅଭିନେତ୍ରୀ ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ନିଜର ନୃତ୍ୟ ପରିବେଶଣ କରିଥିଲେ । ସେ ଏହି ସମୟରେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ସେ ରାମାୟଣ ଉପରେ ନୃତ୍ୟନାଟକ ପରିବେଶଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.