ETV Bharat / entertainment

ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ 'ହନୁମାନ', ଏହି ପ୍ଲାଟଫର୍ମରେ ଦେଖିପାରିବେ ଫିଲ୍ମ

Hanuman Ott Release: ବକ୍ସ ଅଫିସରେ ଧମାକା କରିବା ପରେ ବର୍ତ୍ତମାନ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ତେଜା ସଜ୍ଜାଙ୍କ ଅଭିନୀତ ଫିଲ୍ମ 'ହନୁମାନ' । କେବେ ଏବଂ କେଉଁ ପ୍ଲାଟଫର୍ମରେ ଫିଲ୍ମର ମଜା ନେଇପାରିବେ ? ଜାଣନ୍ତୁ

author img

By ETV Bharat Odisha Team

Published : Mar 17, 2024, 3:27 PM IST

ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ 'ହନୁମାନ', ଏହି ପ୍ଲାଟଫର୍ମରେ ଦେଖିପାରିବେ ଫିଲ୍ମ
ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ 'ହନୁମାନ', ଏହି ପ୍ଲାଟଫର୍ମରେ ଦେଖିପାରିବେ ଫିଲ୍ମ

ହାଇଦ୍ରାବାଦ: ବଡ ପରଦା ପରେ ଏବେ ଓଟିଟିରେ ରିଲିଜ ହୋଇଛି ତେଜା ସଜ୍ଜାଙ୍କ ଅଭିନୀତ ଫିଲ୍ମ 'ହନୁମାନ' । ପରଦାରେ ଲୋକେ ଏହି ଫିଲ୍ମକୁ ପସନ୍ଦ କରିବା ସହ ବେଶ ପ୍ରଶଂସା କରିଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ତେଲୁଗୁ ଏବଂ ହିନ୍ଦୀରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ତେଲଗୁ ଭର୍ସନ ଜି ୫ରେ ରିଲିଜ ହୋଇଥିବା ବେଳେ ହିନ୍ଦୀ ଭର୍ସନ ଜିଓ ସିନେମାରେ ଷ୍ଟ୍ରିମିଂ ହୋଇଛି ।

  • " class="align-text-top noRightClick twitterSection" data="">

ପ୍ରାରମ୍ଭରେ ଏହି ଫିଲ୍ମ ମହାଶିବରାତ୍ରୀରେ ଓଟିଟିରେ ରିଲିଜ ହେବ ବୋଲି ଆଶା କରାଯାଉଥିଲା, ହେଲେ କୌଣସି କାରଣରୁ ତାହା ହୋଇପାରିନଥିଲା । ଏନେଇ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫ୍ୟାନ୍ସ ଏକ ପୋଷ୍ଟ କରି ଫିଲ୍ମର ଶୀଘ୍ର ରିଲିଜ ଉପରେ ଆଶ୍ୱସନା ଦେଇଥିଲେ । ଏକ୍ସରେ ପ୍ରଶାନ୍ତ ବର୍ମା ଲେଖିଥିଲେ, ''କୌଣସି ଉଦ୍ଦେଶ୍ୟମୂଳକ ଭାବେ ହନୁମାନ ଓଟିଟି ଷ୍ଟ୍ରିମିଂ ବିଳମ୍ବ କରାଯାଉନି । ଜିନିଷ ଗୁଡିକୁ ସଜାଡ଼ିବା ଏବଂ ଚଳଚ୍ଚିତ୍ରଟି ଆପଣଙ୍କ ନିକଟକୁ ଆଣିବା ପାଇଁ ଆମେ ଘଣ୍ଟା ଘଣ୍ଟା ପରିଶ୍ରମ କରୁଛୁ । ଆମର ଉଦ୍ଦେଶ୍ୟ ସର୍ବଦା ଆପଣମାନଙ୍କୁ ଶ୍ରେଷ୍ଠ ଦେବା । ଦୟାକରି ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ଆମକୁ ସମର୍ଥନ କରନ୍ତୁ । ଧନ୍ୟବାଦ ।''

ହନୁମାନ ଫିଲ୍ମ ବିଷୟରେ କହିବାକୁ ଗଲେ, ଜାନୁଆରୀ ୧୨ ମକର ସଂକ୍ରାନ୍ତି ଅବସରରେ 'ହନୁମାନ' ରିଲିଜ ହୋଇଥିଲା । ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ମନ ଜିତିଥିଲା । ଏହି ଫିଲ୍ମ ଭାରତରେ ଫିଲ୍ମ ମୋଟ ୨୦୦ କୋଟିରୁ ଅଧିକ ଆୟ କରିଛି ଏବଂ ବିଶ୍ବରେ ୩୦୦କୋଟି ଆୟ କରିଛି । ଏଥିସହ ଏହି ଫିଲ୍ମ ପ୍ରତ୍ୟେକ ଟିକେଟର ୫ଟଙ୍କା ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ପାଇଁ ଦାନ କରି ଚର୍ଚ୍ଚାରେ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ସାଉଥରେ ଓଡ଼ିଆ ପୁଅ ମିଲନଙ୍କ କମାଲ୍, 'ହନୁମାନ'ରେ ସହ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ

ଆରକେଡି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରାଇମ ସୋ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମ 'ହନୁମାନ'ରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ବାରା ମହାଶକ୍ତି ପ୍ରାପ୍ତ କରିବାର ଅସାଧାରଣ ଯାତ୍ରାକୁ ପ୍ରକାଶ କରାଯାଇଛି । ଫିଲ୍ମରେ ଭଲ ଏବଂ ମନ୍ଦ ମଧ୍ୟରେ ଯୁଦ୍ଧକୁ ଚମତ୍କାର ଭାବେ ଦର୍ଶାଯାଇଛି । ତେବେ ଏହି ଫିଲ୍ମରେ ସାଉଥ ତାରକା ତେଜା ସଜ୍ଜା ବ୍ୟତୀତ, ବିନୟ ରୟ, ଅମୃତା ଆୟର୍, ବରଲକ୍ଷ୍ମୀ ସରଥ କୁମାର, ରାଜ ଦୀପକ ଶେଟ୍ଟୀ, ଭେନେଲା କିଶୋର ଏବଂ ଅନ୍ୟାନ୍ୟ କଳାକାର ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ବର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.