ETV Bharat / entertainment

କପିଲ ଶର୍ମାଙ୍କୁ ଆଶ୍ୱସ୍ତି,'ଦ କପିଲ ଶର୍ମା ଶୋ' ବିରୋଧରେ ଆବେଦନ ଖାରଜ - KAPIL SHARMA RELIEF FROM COURT - KAPIL SHARMA RELIEF FROM COURT

Kapil Sharma Big Relief from Gwalior HC: ଦ କପିଲ ଶର୍ମା ଶୋ’ର ହୋଷ୍ଟ ତଥା ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ବଡ ଆଶ୍ୱସ୍ତି । ଗ୍ୱାଲିଅର ହାଇକୋର୍ଟ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ପୁରା ମାମଲା କଣ, ଜାଣନ୍ତୁ

କପିଲ ଶର୍ମାଙ୍କୁ ମିଳିଲା ଆଶ୍ୱସ୍ତି, 'ଦ କପିଲ ଶର୍ମା ଶୋ' ବିରୋଧରେ ଆବେଦନ ଖାରଜ

author img

By ETV Bharat Odisha Team

Published : Mar 21, 2024, 12:38 PM IST

ହାଇଦ୍ରାବାଦ: ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ତାଙ୍କ କମେଡି ଶୋ' 'ଦ କପିଲ ଶର୍ମା ଶୋ'ରେ ଏକ ଏପିସୋଡ୍ ହେତୁ ଦୁଇ ବର୍ଷ ପୂର୍ବେ ଗ୍ୱାଲିଅର ସେସନ୍ କୋର୍ଟରେ ତାଙ୍କ ବିରୋଧରେ ଏକ ପିଟିସନ୍ ଦାଖଲ କରାଯାଇଥିଲା । ଯେଉଁଥିରେ ତାଙ୍କ ଏବଂ ଶୋ ନିର୍ମାତାଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାକୁ ଦାବି କରାଯାଇଥିଲା । ବର୍ତ୍ତମାନ ଏହାର ଶୁଣାଣି କରି ହାଇକୋର୍ଟ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି ।

ପୁରା ମାମଲା?

ଦୁଇ ବର୍ଷ ପୂର୍ବେ ଦ କପିଲ ଶର୍ମା ଶୋ’ର ଏକ ଏପିସୋଡରେ କପିଲ ଶର୍ମା ଏବଂ ତାଙ୍କ ଟିମ ଦର୍ଶକଙ୍କୁ କୋର୍ଟ ପ୍ରକ୍ରିୟାର ଏକ ଦୃଶ୍ୟ ଦେଖାଇଥିଲେ । ଯେଉଁଥିରେ କୋର୍ଟ ପ୍ରକ୍ରିୟା ପ୍ରାୟ 8 ମିନିଟ୍ ପାଇଁ ଦର୍ଶାଯାଇଥିଲା । ଏହି ସମୟରେ କପିଲ ଶର୍ମା ଏବଂ ଅନ୍ୟ ସାଥୀ ଅଭିନେତାମାନେ କୋର୍ଟ ପ୍ରକ୍ରିୟାକୁ ନେଇ ଖରାପ ଢଙ୍ଗରେ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏହି ଧାରାବାହିକରେ କପିଲ ଶର୍ମା ଜଣେ ଓକିଲ ଅଭିନୟ କରୁଥିବା ବେଳେ ସାକ୍ଷୀ ଭାବେ ଅଭିନୟ କରିଥିବା ବ୍ୟକ୍ତି ମଦ ଏବଂ ସ୍ନାକ୍ସ ମାଗୁଥିବା ଦେଖାଯାଇଥିଲା ।

ଯାହାକୁ ନେଇ କୋର୍ଟର ଭାବମୂର୍ତ୍ତିକୁ ଆଘାତ ପହଞ୍ଚାଇଥିବା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଆଡଭୋକେଟ୍ ସୁରେଶ ଧାକଡ ତାଙ୍କ ବିରୋଧରେ ପ୍ରଥମେ ମାଜିଷ୍ଟ୍ରେଟ୍ କୋର୍ଟରେ ଏବଂ ପରେ ଗ୍ୱାଲିଅରର ସେସନ୍ସ କୋର୍ଟରେ ହୋଷ୍ଟ କପିଲ ଶର୍ମାଙ୍କ ବିରୋଧରେ ପିଟିସନ ଦାଖଲ କରିଥିଲେ । କିନ୍ତୁ ଉଭୟ ସ୍ଥାନରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ସେ ହାଇକୋର୍ଟର ଗ୍ୱାଲିଅର ବେଞ୍ଚରେ ଏକ ଆବେଦନ କରିଥିଲେ ଏବଂ କପିଲ ଶର୍ମାଙ୍କ ସମେତ ଶୋ' ନିର୍ମାତାଙ୍କ ଦ୍ୱାରା ପ୍ରଦର୍ଶିତ ଏପିସୋଡ ଯୋଗୁଁ କୋର୍ଟର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଠକାମିର ଶିକାର ହେଲେ କପିଲ ଶର୍ମା, କାର ଡିଜାଇନର ନାଁରେ ଆଣିଲେ ଅଭିଯୋଗ

ଆବେଦନକାରୀ ଏଫ୍ଆଇଆର୍ ଦାବି କରିଥିଲେ

ଏହି ପ୍ରସଙ୍ଗରେ ଆବେଦନକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମାଙ୍କ ଶୋ ଖରାପ ଅଟେ । ଗୋଟିଏ ଏପିସୋଡରେ ମଞ୍ଚ ଉପରେ ଏକ କୋର୍ଟ ଗଠନ କରାଯାଇଥିଲା ଏବଂ ଅଭିନେତାମାନେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା । ଏହା କୋର୍ଟର ଅବମାନନା । ତେଣୁ, ଧାରା 356/3 ଅନୁଯାୟୀ ଦୋଷୀମାନଙ୍କ ବିରୋଧରେ କୋର୍ଟରେ ଏକ ଏଫଆଇଆର ପଞ୍ଜିକରଣ କରିବାକୁ ମୁଁ ଦାବି କରିଛି । ତେବେ ବର୍ତ୍ତମାନ ଏହି ଆବେଦନ ଖାରଜ ହେବା ପରେ କପିଲ ଏବଂ ତାଙ୍କ ଟିମକୁ ଆଶ୍ୱସ୍ତି ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.