ହାଇଦ୍ରାବାଦ: ବିଶ୍ୱରେ ଇତିହାସ ରଚିଲେ ଡି ଗୁକେଶ । ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଐତିହାସିକ ବିଜୟ ହାସଲ କରିଛନ୍ତି ଗୁକେଶ । ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁରୁବାର ଦିନ ୧୮ ବର୍ଷୀୟ ଗୁକେଶ ତାଙ୍କ ଚୀନି ପ୍ରତିନ୍ଦ୍ୱନ୍ଦ୍ବୀ ଲିରେନଙ୍କୁ ପରାସ୍ତ କରି ଚେସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ତାଙ୍କର ଏହି ସଫଳତା ନେଇ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ବଲିଉଡରୁ ସାଉଥ ସେଲିବ୍ରିଟିମାନେ ମଧ୍ୟ ଗୁକେଶଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନ, ଏସ.ଏସ୍ ରାଜାମୌଲି, ଚିରଞ୍ଜୀବୀ, କଙ୍ଗନା ରାଣାୱତଙ୍କ ସମେତ ବହୁ ତାରକା ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
T 5222 - Gukesh D world champion chess .. the youngest in the World ..
— Amitabh Bachchan (@SrBachchan) December 12, 2024
you have made us all so proud .. 🇮🇳🇮🇳🇮🇳
because of you the entire World salutes INDIA ..
JAI HIND pic.twitter.com/lx8LgFyRfl
ଅମିତାଭ ବଚ୍ଚନ ଟ୍ୱିଟ୍ କରି ଲେଖିଛନ୍ତି, "ଗୁକେଶ ବିଶ୍ୱ ଚାମ୍ପିଅନ୍ ଚେସ୍ .. ଦୁନିଆର ସବୁଠୁ କନିଷ୍ଠ .. ତୁମେ ଆମ ସମସ୍ତଙ୍କୁ ଗର୍ବିତ କରିଛ । ତୁମ ହେତୁ ସମଗ୍ର ବିଶ୍ୱ ଭାରତକୁ ଅଭିବାଦନ ଜଣାଉଛି । JAI HIND।" ସେହିପରି ଆୟୁଷ୍ମାନ ଖୁରାନା ଗୁକେଶଙ୍କ ବିଜୟ ବିଷୟରେ ଏକ ଖବର ପ୍ରବନ୍ଧ ସେୟାର କରିଛନ୍ତି। ଜ୍ୟାକି ଶ୍ରଫ ଲେଖିଛନ୍ତି, "ଡି ଗୁକେଶ 2024 FIDE ବିଶ୍ୱ ଚେସ ଚାମ୍ପିଅନସିପ ଜିତି ଭାରତକୁ ଗର୍ବିତ କରନ୍ତି, ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିୟନ ହୋଇଥିଲେ। ଅଭିନନ୍ଦନ।"
D. Gukesh makes India proud by winning the 2024 FIDE World Chess Championship🇮🇳, becoming the youngest ever world chess champion.
— Jackie Shroff (@bindasbhidu) December 12, 2024
Congratulations 🙌 @DGukesh#WorldChessChampion pic.twitter.com/VsR3QU7XuU
କଙ୍ଗନା ରାଣାୱତ ଏହାକୁ ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି ଲେଖି ଲେଖିଛନ୍ତି, "ୱା !! ଭାରତୀୟ ଚେସ ପାଇଁ ଏକ ଚମତ୍କାର ତଥା ଐତିହାସିକ ଦିନ। ଦେଶ ଜିତିବା ପାଇଁ ସର୍ବକନିଷ୍ଠ ଚେସ ଖେଳାଳି (18 ବର୍ଷ) ରେ ଯୁବ ଗୁକେଶଙ୍କ ପାଇଁ ଦେଶ ଅତ୍ୟନ୍ତ ଗର୍ବିତ।"
INDIA MAKES ITS MOVE AGAIN! 🇮🇳🇮🇳
— rajamouli ss (@ssrajamouli) December 12, 2024
Congratulations @DGukesh on becoming the world’s youngest chess champion and making the nation proud on the global stage. Jai Hind!
ଏସ ଏସ୍ ରାଜାମୌଲି ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି, ''ଇଣ୍ଡିଆ ପୁଣିଥରେ ଆଗକୁ ବଢୁଛି ! ଦୁନିଆର ସର୍ବ କନିଷ୍ଠ ଚେସ ଚାମ୍ପିଅନ ହୋଇଥିବାରୁ ଏବଂ ବିଶ୍ୱ ସ୍ତରରେ ଦେଶକୁ ଗର୍ବିତ କରିଥିବାରୁ DGukeshଙ୍କୁ ଅଭିନନ୍ଦନ। ଜୟ ହିନ୍ଦ ।" ସେହିପରି ଚିରଞ୍ଜୀବୀ କୋନିଡେଲା କହିଛନ୍ତି, "ୱା !!!! କେବଳ ୱା !!! ମୋର ହୃଦୟ ଗର୍ବରେ ଫାଟୁଛି ପ୍ରିୟ ଗୁକେଶ । ଭାରତ ତୁମ ପାଇଁ ଗର୍ବିତ ।" Jr NTR ଗୁକେଶଙ୍କ ପ୍ରଂଶସା କରି ଅଭିନନ୍ଦନ ଜଣାଇଛନ୍ତି।
WOW!!!! Just WOW !!! My heart swells with pride Dear @DGukesh !!! 👏👏👏👏👏 What A Phenomenal Feat!!
— Chiranjeevi Konidela (@KChiruTweets) December 12, 2024
India is Absolutely Proud of you!! 🫡🫡18th World Chess Champion at the Age of 18 & Only The 2nd Indian in History!!!! Above ALL Becoming the Youngest World Champion EVER!!!! 😍…
A grand salute to @DGukesh, India's prodigy and the world's youngest chess champion. Here's to many more victories on your journey to greatness. Keep shining!
— Jr NTR (@tarak9999) December 12, 2024
ଏହା ମଧ୍ୟ ପଢନ୍ତୁ: ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଏବଂ ହକି ଟିମର ବାଜିମାତ୍; ଭାରତୀୟ ଚାମ୍ପିଆନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ