ETV Bharat / entertainment

ବକ୍ସ ଅଫିସରେ 'ଫାଇଟର' ଦବଦବା; ୧୦୦ କୋଟି କ୍ଲବରେ ମାରିଲା ଏଣ୍ଟ୍ରି - ଫାଇଟର କଲେକ୍ସନ

Fighter Box Office Collection Day 4: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ଫାଇଟର୍' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ରିଲିଜ୍ ହେବାର ଚତୁର୍ଥ ଦିନରେ ଭାରତରେ ୧୦୦ କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ।

ବକ୍ସ ଅଫିସରେ 'ଫାଇଟର' ଦବଦବା; ୧୦୦କୋଟି କ୍ଲବରେ କଲା ଏଣ୍ଟ୍ରି

author img

By ETV Bharat Odisha Team

Published : Jan 29, 2024, 12:05 PM IST

ହାଇଦ୍ରାବାଦ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର'ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଫିଲ୍ମ ଓପନିଂ ଦିନ ଠାରୁ ଦର୍ଶକଙ୍କ ମନ ଜିତି ଆସୁଥିବା ବେଳେ ଫିଲ୍ମ ଜୋରଦାର କଲେକ୍ସନ ମଧ୍ୟ କରୁଛି । ଏହିପରି ଫିଲ୍ମ ରିଲିଜ ହେବାର ମାତ୍ର ଚାରି ଦିନ ମଧ୍ୟରେ ଭାରତରେ ୧୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

  • " class="align-text-top noRightClick twitterSection" data="">

ସାକନିକଙ୍କ ରିପୋର୍ଟ ଅନୁସାରେ, ଫାଇଟର ପ୍ରଥମ ଦିନ ୨୨.୫ କୋଟି ସହ ଓପନିଂ କରିଥିଲା । ସେହିପରି ଦ୍ବିତୀୟ ଦିନରେ ପ୍ରଥମ ଦିନ ଅପେକ୍ଷା ଭଲ ପ୍ରଦର୍ଶନ କରିବା ସହ ୩୯.୫ କୋଟି ଆୟ କରିଥିଲା । ତୃତୀୟ ଦିନରେ ୨୭.୫ କୋଟି ଆୟ କରିଥିଲା । ବର୍ତ୍ତମାନ ୪ର୍ଥ ଦିନରେ ଏହି ଫିଲ୍ମ ୨୮.୫୦ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୧୧୮ କୋଟିକୁ ବୃଦ୍ଧି ପାଇଛି ।

ସେପଟେ 'ଫାଇଟର'ର କ୍ରେଜ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ବରେ ଦେଖିବାକୁ ମିଳିଛି । ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲାନଙ୍କ ଅନୁସାରେ, 'ଫାଇଟର୍'ର ବିଶ୍ବବ୍ୟାପୀ ମଧ୍ୟ ଭଳ କଲେକ୍ସନ କରିଛି । 'ଫାଇଟର୍' ରିଲିଜର ପ୍ରଥମ ଦିନରେ ସାରା ବିଶ୍ବରେ ୩୬.୦୪ କୋଟି, ଦ୍ବିତୀୟ ଦିନରେ ୬୪.୫୭କୋଟି ଏବଂ ତୃତୀୟ ଦିନରେ ୫୬.୧୯ କୋଟି କଲେକ୍ସନ କରିଛି । ତେବେ ଫିଲ୍ମର ତିନି ଦିନିଆ ବିଶ୍ବବ୍ୟାପୀ ମୋଟ କଲେକ୍ସନ ୧୫୬.୮୦କୋଟିରେ ପହଞ୍ଚିଛି । ଚତୁର୍ଥ ଦିନରେ ଫିଲ୍ମର ପ୍ରାୟ ୨୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ଦିବସରେ 'ଫାଇଟର' ଟିମକୁ ଉପହାର; ଲକ୍ଷେ ଫୁଟ ଉଚ୍ଚରେ 'ଫାଇଟର' ସହ ତ୍ରିରଙ୍ଗା ଉଡାଇଲେ କୁନି ଫ୍ୟାନ୍ସ

'ଫାଇଟର୍'ର ବଜେଟ୍ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ୨୫୦ କୋଟି ଟଙ୍କା ବଜେଟ୍ ସହିତ ନିର୍ମିତ ହୋଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି 'ପଠାନ' ଏବଂ 'ୱାର' ଫେମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ଏହି ଫିଲ୍ମରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ, ବଳିଦାନ ଏବଂ ଦେଶପ୍ରେମ ପାଇଁ ଶ୍ରଦ୍ଧାଞ୍ଜଳିକୁ ନିଖୁଣ ଭାବେ ଦର୍ଶାଯାଇଛି । ଏହି ଫିଲ୍ମ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.