ହାଇଦ୍ରାବାଦ: ବକ୍ସ ଅଫିସରେ ଧମାଲ ମଚାଉଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ଫାଇଟର । ଓପନିଂ ଦିନରେ ଫିଲ୍ମ ୨୦କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଥିଲା । ତେବେ ପ୍ରଥମ ଦିନରେ ପଠାନ କିମ୍ବା ଜଓ୍ବାନର ରେକର୍ଡ ଭାଙ୍ଗିନଥିଲେ ଭଲ ଆୟ କରିଥିଲା । ତେବେ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନର କଲେକ୍ସନ ବୃଦ୍ଧି ପାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ 60 କୋଟି ଟଙ୍କା କଲେକ୍ସନ କରିଛି ।
- " class="align-text-top noRightClick twitterSection" data="">
37.6 କୋଟି ସହିତ ସାରା ବିଶ୍ବରେ ଓପନିଂ କରିଥିଲା ଫାଇଟର । ତେବେ ପ୍ରଥମ ଦିନରେ 20କୋଟିରୁ ଅଧିକ ଆୟ କରିଥିବା ବେଳେ ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ 75 ପ୍ରତିଶତ ଅଧିକ ଆୟ କରିଛି କମ୍ପାନୀ । ବ୍ୟାଙ୍ଗ-ବ୍ୟାଙ୍ଗ ଏବଂ ଓ୍ବାର ପରେ ହ୍ରିତିକଙ୍କ ଏହା ତୃତୀୟ ଫିଲ୍ମ, ଯେଉଁଥିରେ ତାଙ୍କୁ ମେଗା ବ୍ଲକବାଷ୍ଟକ ଟ୍ୟାଗ ମିଳିଛି । ଫାଇଟର ଦ୍ବିତୀୟ ଦିନରେ 40 କୋଟି ଟଙ୍କା ଆୟ କରିଛି । କିନ୍ତୁ କେତେକ ରିପୋର୍ଟ ଅନୁସାରେ ଫିଲ୍ମର କଲେକ୍ସନ 40 କୋଟିରୁ ଅଧିକା ଅର୍ଥାତ 42ରୁ 45 କୋଟି କଲେକ୍ସନ କରିଛି ।
ଏହା ମଧ୍ୟ ପଢନ୍ତୁ : ବକ୍ସ ଅଫିସରେ 'ଫାଇଟର' ଜଲୱା, ପ୍ରଥମ ଦିନରେ କଲା ଏତିକି କଲେକ୍ସନ
- " class="align-text-top noRightClick twitterSection" data="">
ଫାଇଟରରେ ହ୍ରିତିକ ରୋଶନ, ଅନୀଲ କପୁର ଏବଂ ଦୀପିକା ପାଦୁକୋନ, ଆଶୁତୋଷଙ୍କ ସମେତ ଅନେକ ତାରାକାଙ୍କୁ ଦେଖିବାକୁ ମିଳିଛି । 250 କୋଟି ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ଗତ 25 ତାରିଖରେ ରିଲିଜ ହୋଇଥିଲା । ତେବେ ଓପନିଂ ଏବଂ ପ୍ରଥମ, ଦ୍ବିତୀୟ ଦିନର କଲେକ୍ସନ ଆଶାନୁରୂପକ ରହିଛି । ତେବେ କଲେକ୍ସନକୁ ଦେଖିଲେ ମନେ ହେଉଛି ଖୁବଶୀଘ୍ର ହିଟ ଟାଇଟଲ ହାସଲ କରିବ ।
ଏକ ମିଡିଆ ରିପୋର୍ଟ ଅନୁସାରେ, ଫାଇଟର ଓପନିଂ ଦିନରେ 24.60କୋଟି ଟଙ୍କାର କଲେକ୍ସନ କରିଥିବା ବେଳେ ପ୍ରଥମ ଦିନରେ ସାରା ବିଶ୍ବରେ 37.6 କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ବିଶ୍ବବ୍ୟାପୀ କଲେକ୍ସନ ବର୍ତ୍ତମାନ ସୁଦ୍ଧା 80 କୋଟିରେ ପହଞ୍ଚିଛି । ତେବେ ତୃତୀୟ ଦିନ ଶନିବାର ରହିଥିବାରୁ ବିଶ୍ବବ୍ୟାପୀ 150 କୋଟି ଟଙ୍କା ପାର କରିବା ନେଇ ଆଶା କରାଯାଉଛି । ତେବେ ପ୍ରଶଂସକଙ୍କ ସମେତ ସମାଲୋଚକମାନେ ମଧ୍ୟ ଫାଇଟରକୁ ଅଧିକ ପ୍ରଶଂସା କରିଛନ୍ତି । ଫିଲ୍ମର ଆକ୍ସନ ଏବଂ VFX ସମସ୍ତଙ୍କୁ ଆକୃଷ୍ଟ କରୁଛି ।