ETV Bharat / entertainment

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍ - Emergency New Release Date

author img

By ETV Bharat Odisha Team

Published : Jun 25, 2024, 1:00 PM IST

Emergency New Release Date: ଅପେକ୍ଷାର ହେଲା ଅନ୍ତ । କଙ୍ଗନା ରାଣାୱତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ତାରିଖ । ତେବେ କେବେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍
କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍ (ETV Bharat Odisha)

ହାଇଦ୍ରାବାଦ: ଗତ ବର୍ଷଠାରୁ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ରିଲିଜ୍ ତାରିଖ କୌଣସି ନା କୌଣସି କାରଣରୁ ଦୁଇଥର ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନୂଆ ରିଲିଜ ତାରିଖ ମିଳିଛି । ନିର୍ମାତାମାନେ ଫିଲ୍ମରୁ କଙ୍ଗନାଙ୍କ ଏକ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଫିଲ୍ମଟି ସେପ୍ଟେମ୍ୱରରେ ପରଦାକୁ ଆସିବ ।

ଏହି ଦିନ ପରଦାକୁ ଆସିବ 'ଏମରଜେନ୍ସି'

ଲୋକସଭା ନିର୍ବାଚନରେ ​​କଙ୍ଗନା ରାଣାୱତଙ୍କ ବିଜୟ ପରେ ଶେଷରେ 'ଏମରଜେନ୍ସି'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଅଭିନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଛନ୍ତି । ଏହି ପୋଷ୍ଟର ସହ କଙ୍ଗନା ଲେଖିଛନ୍ତି, ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ଏହି ପୋଷ୍ଟର ସହ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, "ସ୍ୱାଧୀନ ଭାରତର ଅନ୍ଧକାର ଅଧ୍ୟାୟର ୫୦ତମ ବର୍ଷର ଆରମ୍ଭ । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଘଟଣାର ବିସ୍ଫୋରକ ଗାଥା ପରଦାରେ ଦେଖିବେ ।"

ଦୁଇ ଥର ଘୁଞ୍ଚିଛି 'ଏମରଜେନ୍ସି' ଫିଲ୍ମର ରିଲିଜ

ମାଣିକର୍ଣ୍ଣିକା ଫିଲ୍ମର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରଥମେ ୨୪ ନଭେମ୍ବର ୨୦୨୩ରେ ରିଲିଜ ହେବାର ଥିଲା, କିନ୍ତୁ କୌଣସି କାରଣରୁ ଏହା ପ୍ରେକ୍ଷାଳୟକୁ ଆସିପାରି ନଥିଲା । ପରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ୭ ମାସ ଘୁଞ୍ଚାଇ ଦିଆଗଲା ଏବଂ ଏହା ଜୁନ୍ ୧୪, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ କଙ୍ଗନା ରାଣାୱତଙ୍କ ନିର୍ବାଚନ ଯାତ୍ରା ହେତୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କଙ୍ଗନା ରାଣାୱତଙ୍କୁ କାହିଁକି ଚାପୁଡ଼ା ମାରିଲେ CISF ମହିଳା ସୁରକ୍ଷାକର୍ମୀ ? ଏହା ଥିଲା କାରଣ

'ଏମରଜେନ୍ସି' ଫିଲ୍ମର ଷ୍ଟାରକାଷ୍ଟ

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.