ETV Bharat / entertainment

ଏହି ମାସରେ ମାଆ ହେବେ ଦୀପିକା; ବେବି ବମ୍ପ ସହ କଲେ ମେଟରନିଟି ଫଟୋସୁଟ୍, ରଣଭୀର ବି ଆସିଲେ ନଜର - DEEPIKA PADUKONE PHOTOSHOOT

author img

By ETV Bharat Entertainment Team

Published : Sep 3, 2024, 1:29 PM IST

Deepika Padukone Maternity Photoshoot: ବିବାହର 6 ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂ । ଚଳିତ ମାସରେ ଉଭୟଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି । ଏହାପୂର୍ବରୁ ଅଭିନେତ୍ରୀ ରଣଭୀର ସିଂଙ୍କ ସହ ବେବି ବମ୍ପରେ ମେଟରନିଟି ଫଟୋସୁଟ୍ କରିଛନ୍ତି । ଯାହାର ସେ ସୋସିଆଲ ମିଡିଆ ଜରିଆରେ ଝଲକ ମଧ୍ୟ ଦେଖାଇଛନ୍ତି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଦେଖନ୍ତୁ ଫଟୋ,

ଏହି ମାସରେ ମାଆ ହେବେ ଦୀପିକା; ବେବି ବମ୍ପ ସହ କଲେ ମେଟରନିଟି ଫଟୋସୁଟ୍, ରଣଭୀର ବି ଆସିଲେ ନଜର
ଏହି ମାସରେ ମାଆ ହେବେ ଦୀପିକା; ବେବି ବମ୍ପ ସହ କଲେ ମେଟରନିଟି ଫଟୋସୁଟ୍, ରଣଭୀର ବି ଆସିଲେ ନଜର (Instagram)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶେଷରେ ଗର୍ଭବତୀ ନୁହଁନ୍ତି ବୋଲି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅଭିନେତ୍ରୀ ବେବି ବମ୍ପ ଲୁକ ସହ ମେଟନିଟି ଫଟୋସୁଟ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ଗର୍ଭଧାରଣ ବିଷୟରେ ଚାଲିଥିବା କଳ୍ପନାଜଳ୍ପନା ଏବଂ ସମାଲୋଚନାକୁ ବନ୍ଦ କରିଛନ୍ତି । ଲାଟେଷ୍ଟ ଫଟୋସୁଟରେ ଦୀପିକା ସ୍ୱାମୀ ରଣଭୀର ସିଂଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଅଭିନେତ୍ରୀ ଏହି ଫଟୋକୁ ଲୋକେ ବେଶ ପସନ୍ଦ କରିବା ସହ ଉଭୟଙ୍କ ପ୍ରଶଂସା କରୁଛନ୍ତି । ଏପରିକି ଫଟୋ ସେୟାର ହେବାର ମାତ୍ର 24 ଘଣ୍ଟାରେ 5 ମିଲିୟନରୁ ଅଧିକ ଲୋକେ ଲାଇକ କରିସାରିଲେଣି ।

ରଣଭୀର ସିଂଙ୍କ ସହ ଦୀପିକାଙ୍କ ମେଟରନିଟି ଫଟୋସୁଟ୍

ଦୀପିକା ପାଦୁକୋନଙ୍କ ମେଟରନିଟି ଫଟୋସୁଟ୍ ବ୍ଲାକ ଆଣ୍ଡ ହ୍ୱାଇଟ ଅଟେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ବ୍ଲାକ ଟ୍ରାନ୍ସପେରେଣ୍ଟ ଡ୍ରେସରେ ଖୁବ ସୁନ୍ଦର ପୋଜ ଦେଇଛନ୍ତି । ଯେଉଁଥିରେ ସେ ବେବି ବମ୍ପ ଲୁକ ସହ ନଜର ଆସିଛନ୍ତି । ଅନ୍ୟ ଫଟୋରେ ସେ ରମଭୀର ସିଂଙ୍କ ସହ କ୍ୟୁଟ ପୋଜ ଦେଇଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ବେଶ ପସନ୍ଦ କରିବା ସହ ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି ।

ଏହି ମାସରେ ମାଆ ହେବେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ଫେବୃଆରୀ 2024 ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ ଏବଂ ଚଳିତ ବର୍ଷ ସେପ୍ଟେମ୍ବରରେ ଶିଶୁ ଜନ୍ମ ହେବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ରିପୋର୍ଟ ଅନୁସାରେ, ଦୀପିକାଙ୍କ ଡେଲିଭରି ଡେଟ୍ ସାମ୍ନାକୁ ଆସିଛି । ସେ 28 ସେପ୍ଟେମ୍ବରରେ ଶିଶୁକୁ ଜନ୍ମ ଦେବେ ବୋଲି ଜଣାପଡିଛି । ସାଉଥ ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କ ଡେଲଭରି ହେବ ବୋଲି ଜଣାପଡିଛି । ତେବେ ଏହି ରିପୋର୍ଟ ଉପରେ ରଣଭୀର-ଦୀପିକାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ମାଆ ହେବେ ଦୀପିକା; ସାମ୍ନାକୁ ଆସିଲା ଡେଲିଭରି ଡେଟ୍, ସେହି ଦିନ ରଣଭୀର କପୁରଙ୍କ ସହ ରହିଛି ଖାସ୍ କନେକ୍ସନ

ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର

ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.