ETV Bharat / entertainment

ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା, 7 ଅଧିକାରୀ ନିଲମ୍ୱିତ - DARSHAN VIRAL PICTURE FROM JAIL

author img

By ETV Bharat Odisha Team

Published : Aug 26, 2024, 11:08 AM IST

Darshan VIP Treatment In Jail: ଜଣାଶୁଣା କନ୍ନଡ ଅଭିନେତା ଦର୍ଶନ ରେଣୁକାସ୍ୱାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁର ଏକ ଜେଲରେ ରହିଛନ୍ତି। ଏହି ସମୟରେ ଜେଲରୁ ତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ତାଙ୍କୁ ଜେଲ ଭିତରେ ଭିଆଇପି ସୁବିଧା ମିଳୁଥିବା ଦେଖିବାକୁ ମିଳିଥିଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପ୍ରାୟ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଜେଲରେ ଅଭିନେତା ଦର୍ଶନଙ୍କୁ VIP ସେବା, କାର୍ଯ୍ୟାନୁଷ୍ଠାନ ଦାବି କଲେ ମୃତ ରେଣୁକାସ୍ୱାମୀଙ୍କ ବାପା
ଜେଲରେ ଅଭିନେତା ଦର୍ଶନଙ୍କୁ VIP ସେବା, କାର୍ଯ୍ୟାନୁଷ୍ଠାନ ଦାବି କଲେ ମୃତ ରେଣୁକାସ୍ୱାମୀଙ୍କ ବାପାt (IANS, ETV Bharat Odisha)

ହାଇଦ୍ରାବାଦ: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଦର୍ଶନ ଥୁଗୁଦିପା ବେଙ୍ଗାଲୁରୁର ପରପ୍ପନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଏପରି ସମୟରେ ବର୍ତ୍ତମାନ ଜେଲରୁ ଅଭିନେତାଙ୍କ କିଛି ଫଟୋ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସାମ୍ନାକୁ ଆସିଥିବା ଫଟୋରେ ଅଭିନେତାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ବର୍ତ୍ତମାନ ଘଟଣାରେ ପ୍ରାୟ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଡ. ଜି ପରମେଶ୍ୱର ।

ଦର୍ଶନଙ୍କୁ ଭିଆଇପି ସେବା ଘଟଣାରେ ଆକ୍ସନ

ଜେଲ ଭିତରେ ଅଭିଯୁକ୍ତ ଥିବା ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା ଘଟଣାରେ ଆକ୍ସନ ମୋଡରେ ସରକାର । ଘଟଣାରେ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସରଭାନା, ଶରଣାୱାସଭା, ପ୍ରଭୁ ଏସ, ଏଲଏସ ଥିପ୍ପେସ୍ୱାମୀ, ଶ୍ରୀକାନ୍ତ ତଲୱାର, ଏଡ ୱାର୍ଡନ ବୈକପ୍ପା ଏବଂ ସନ୍ତୋଷ କୁମାରଙ୍କୁ ନିଲମ୍ୱନ କରାଯାଇଥିବା କହିଛନ୍ତି ଗୃହମନ୍ତ୍ରୀ ପରମେଶ୍ୱର । ସେ କହିଛନ୍ତି, ''କୌଣସି ବାହ୍ୟ ଚାପକୁ ଖାତିର ନକରି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଧିକାରୀମାନେ କିପରି ଏହି ଘଟଣା ବିଷୟରେ ଅବଗତ ନାହାଁନ୍ତି ଜାଣିବା ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି ।''

ଜେଲରୁ ଦର୍ଶନଙ୍କ ଫଟୋ ଭାଇରାଲ

ଫଟୋରେ ଦର୍ଶନ ଜେଲ ଭିତରେ ଥିବା ପାର୍କରେ ନଜର ଆସିଛନ୍ତି । ସେ ଏକ ଚେୟାରରେ ବସିଛନ୍ତି । ତାଙ୍କ ହାତରେ ଏକ କପ୍ ଅଛି ଏବଂ ଅନ୍ୟ ହାତରେ ସିଗାରେଟ୍ ଧରିଥିବାର ନଜର ଆସିଛନ୍ତି। ଫଟୋରେ ତାଙ୍କ ସହ କିଛି ଅନ୍ୟ କଏଦୀ ମଧ୍ୟ ନଜର ଆସିଛନ୍ତି। ଭାଇରାଲ ଫଟୋ ଲିକ୍ ହେବାର ଗୋଟିଏ ଦିନ ପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଦର୍ଶନ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ । ଏହି ଭିଡିଓରେ ଦର୍ଶନ ହସୁଥିବା ସହ ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରୁଥିବାର ନଜର ଆସିଥିଲେ । ଯାହାକୁ ଦେଖି ଏବେ ସାଧାରଣରେ ପ୍ରଶ୍ନ ଉଠିଥିଲା ।

'ଦର୍ଶନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମୃତକଙ୍କ ବାପା'

ରିପୋର୍ଟ ଅନୁଯାୟୀ, ମୃତ ରେଣୁକାସ୍ୱାମୀଙ୍କ ବାପା ଶିବ ଗୋଡା ଦର୍ଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି, ''ଯେତେବେଳେ ଦର୍ଶନ ଘରେ ରନ୍ଧା ଖାଦ୍ୟ ମାଗିଥିଲେ, ଅନୁମତି ଦିଆଯାଇନଥିଲା। ହେଲେ ଏହା କିପରି ଘଟିଲା ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଉଛି । ଏହା ଏକ ଆଶ୍ଚର୍ଯ୍ୟଜନକ ଖବର । ଏହାର ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଆମର ପୋଲିସ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି ।''

ଏହା ମଧ୍ୟ ପଢନ୍ତୁ: ହତ୍ୟା ମାମଲାରେ ଫସିଲେ ଅଭିନେତା ଦର୍ଶନ ଥୁଗୁଦୀପ, ହେପାଜତକୁ ନେଲା ପୋଲିସ

ପୁରା ମାମଲା କ'ଣ ?

କିଛି ଦିନ ପୂର୍ବରୁ ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରାଯାଇଥିଲା। ଜୁନ୍ 9 ରେ ବେଙ୍ଗାଲୁରୁର ଏକ ଫ୍ଲାଏ ଓଭର ନିକଟରେ 33 ବର୍ଷିୟ ଅଟୋ ଡ୍ରାଇଭର ତଥା ଅଭିନେତାଙ୍କ ଫ୍ୟାନ୍ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା । ପୋଲିସର ସୂଚନାନୁସାରେ, ଦର୍ଶନଙ୍କ ନିର୍ଦ୍ଦେଶରେ ରେଣୁକାସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । କୁହାଯାଇଥିଲା ଯେ ରେଣୁକାସ୍ୱାମୀ ସୋସିଆଲ ମିଡିଆରେ ପବିତ୍ର ଗୌଡା ନାମରେ ତାଙ୍କୁ ଆପତ୍ତିଜନକ ବାର୍ତ୍ତା ପଠାଇଥିଲେ, ଯେଉଁଥିପାଇଁ ଦର୍ଶନ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.