ETV Bharat / entertainment

ଚିରଞ୍ଜୀବୀଙ୍କୁ ଫ୍ୟାନ୍ସଙ୍କ ଭେଟି, ଟାଇମ୍ସ ସ୍କୋୟାରରେ ଅଭିନେତାଙ୍କ ଫଟୋ - Fans Celebrate Chiranjeevi Honour

Chiranjeevi Pic Display In Times Square: ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମନୋନୀତ ହେବା ପରେ ଫ୍ୟାନ୍ସଙ୍କ ନିଆରା ଢଙ୍ଗରେ ଏହାକୁ ସେଲିବ୍ରେସନ କରିଛନ୍ତି । ପ୍ରଶଂସକମାନେ ଅଭିନେତାଙ୍କ ଫଟୋ ନ୍ୟୁୟର୍କର ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚିରଞ୍ଜୀବୀଙ୍କୁ ଫ୍ୟାନ୍ସଙ୍କ ଭେଟି, ଟାଇମ ସ୍କୋୟାରରେ ପ୍ରଦର୍ଶିତ କଲେ ଅଭିନେତାଙ୍କ ଫଟୋ

author img

By ETV Bharat Odisha Team

Published : Jan 31, 2024, 4:46 PM IST

ହାଇଦ୍ରାବାଦ: ଜାନୁଆରୀ ୨୫ ରେ ଭାରତ ସରକାର ପଦ୍ମ ପୁରସ୍କାର ସମ୍ମାନିତ ବ୍ୟକ୍ତିଙ୍କ ନାଁ ଘୋଷଣା କରିଛନ୍ତି । ଏଥିରେ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ୨୦୨୪ ସମ୍ମାନରେ ସମ୍ମାନିତ କରାଯିବ । ଏହି ତାଲିକାରେ ଭାରତୀୟ ସିନେମାରେ ଅବଦାନ ପାଇଁ ମେଗାଷ୍ଟର ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ତେବେ ଏହି ଘୋଷଣା ପରେ ଫ୍ୟାନ୍ସଙ୍କ ମହଲରେ ଖୁସି ଏବଂ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପ୍ରଶଂସକମାନେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତାଙ୍କ ଫଟୋ ନ୍ୟୁୟର୍କର ଟାଇମ ସ୍କୋୟାର ବିଲବୋର୍ଡରେ ପ୍ରଦର୍ଶିତ କରି ଏହି ସଫଳତା ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଚିରଞ୍ଜୀବୀଙ୍କ ଫ୍ୟାନ୍ସ କୁଣ୍ଡାଭରଫୁ ଶ୍ରୀନିବାସ ନାଇଡୁ ଏବଂ ଟିମି ଚିଡଲା ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଅଭିନେତାଙ୍କ ଫଟୋ ପ୍ରଦର୍ଶନ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏଥିରେ ଲେଖାଅଛି, 'ଭାରତର ସବୁଠାରୁ ସମ୍ମାନଜନକ ତଥା ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ହାସଲ କରିଥିବାରୁ ମେଗାଷ୍ଟାରଙ୍କୁ ଅଭିନନ୍ଦନ ।' ଟାଇମ୍ସ ସ୍କୋୟାରରେ ଚିରଞ୍ଜୀବୀଙ୍କ ଫଟୋ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଚିରଞ୍ଜୀବୀଙ୍କ ନିକଟକୁ ଶୁଭେଚ୍ଛା ଛୁଟୁଛି । ଜଣେ ଲେଖିଛନ୍ତି, ସୁପର । ଅନ୍ୟ ଜଣେ ଲେଖିଛନ୍ତି, ଚିରଞ୍ଜୀବୀ ସାର୍ ଆମକୁ ଗର୍ବିତ କରୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଆମେ ଆପଣଙ୍କୁ ଭଲପାଉ । ଅଭିନେତାଙ୍କ ଅନେକ ପ୍ରଶଂସକ ବ୍ୟତୀତ ମହେଶ ବାବୁ, ତାଙ୍କ ପରିବାର ସଦସ୍ୟ ରାମ ଚରଣ, ଉପସାନା କୋନିଡେଲା, ବରୁଣ ତେଜ, ଅଲ୍ଲୁ ଅର୍ଜୁନ, ସନ୍ଦୀପ ଭଙ୍ଗା ରେଡ୍ଡୀ ଭଳି ସେଲିବ୍ରିଟି ଚିରଞ୍ଜୀବୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନ୍ୟ କେତେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ 'ମୋ ପାଖରେ ଶଦ୍ଦ ନାହିଁ'

ସୂଚନା ଥାଉ କି, ଚିରଞ୍ଜୀବୀ ହିନ୍ଦୀ ଭାଷା ସମେତ ତେଲୁଗୁ, ତାମିଲ ଏବଂ କନ୍ନଡ ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି । ୧୯୭୮ ମସିହାରେ 'ପୁନାଧିରଲୁ' ସହ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିବା ମେଗାଷ୍ଟାର ୧୫୫ରୁ ଅଧିକ ଦମଦାର ଚଳଚ୍ଚିତ୍ରରେ କାମ କରିଛନ୍ତି । ଚିରଞ୍ଜୀବୀଙ୍କୁ ୨୦୦୬ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପୁଣି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.