ETV Bharat / entertainment

ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ 'ମୋ ପାଖରେ ଶଦ୍ଦ ନାହିଁ'

author img

By ETV Bharat Odisha Team

Published : Jan 26, 2024, 10:57 AM IST

Updated : Jan 26, 2024, 11:26 AM IST

Chiranjeevi Honored With Padma Vibhushan: ପଦ୍ମ ବିଭୂଷଣ ପୁରସ୍କାରରେ ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ସମ୍ମାନିତ କରାଯିବ । ଏହି ଘୋଷଣା ପରେ ମେଗାଷ୍ଟାର ନିଜ ଖୁସିବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ପ୍ରଶଂସକ ତଥା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ- 'ମୋ ପାଖରେ ଶଦ୍ଦ ନାହିଁ...'

ହାଇଦ୍ରାବାଦ: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାର ପଦ୍ମ ପୁରସ୍କାର ସମ୍ମାନିତ ବ୍ୟକ୍ତିଙ୍କ ନାଁ ଘୋଷଣା କରିଛନ୍ତି । ଏଥିରେ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ୨୦୨୪ ସମ୍ମାନରେ ସମ୍ମାନିତ କରାଯିବ । ଏହି ତାଲିକାରେ ସାଉଥ ମେଗାଷ୍ଟାର କୋନିଡେଲା ଚିରଞ୍ଜୀବୀ ଏବଂ ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ପଦ୍ମ ଭୂଷଣରେ ମିଥୁନ ଚକ୍ରବର୍ତ୍ତୀ, ସ୍ବର୍ଗତା ସାଉଥ ଅଭିନେତା ବିଜୟକାନ୍ତ, ସଙ୍ଗୀତ ନିର୍ଦ୍ଦେଶକ ପ୍ୟାରେ ଲାଲ ଶର୍ମା ଏବଂ ପ୍ଲେବ୍ୟାକ୍ ଗାୟକ ଉଷା ଉଥୁପଙ୍କୁ ସମ୍ମାନିତ କରାଯିବ । ତେବେ ଏହି ଘୋଷଣା ପରେ ମେଗାଷ୍ଟାର ଚିରଞ୍ଜୀବୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ଏବଂ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଚିରଞ୍ଜୀବୀ ୨୦୦୬ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପୁଣି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ ।ତେବେ ଚିରଞ୍ଜୀବୀ ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚିରଞ୍ଜୀବୀ କହିଛନ୍ତି ଯେ ମୁଁ ବହୁତ ଖୁସି ଏବଂ ଏହି ଖବର ଉପରେ କିପରି ପ୍ରତିକ୍ରିୟା ପ୍ରକାଶ କରିବି ମୁଁ ଜାଣିପାରୁନାହିଁ । ଯଦିଓ ଆମେ ଆପଣଙ୍କ ରକ୍ତ ସମ୍ପର୍କିତ ନାହୁଁ ତଥାପି ଆପଣମାନେ ସମସ୍ତେ ମୋତେ ସର୍ବଦା ଭଲପାଇବା ଦେଇଆସିଛନ୍ତି । ମୋତେ ଆପଣମାନେ ଭାଇ ବୋଲି ମାନୁଛନ୍ତି ଏବଂ ମୋତେ ପରିବାରର ସଦସ୍ୟ କରିଛନ୍ତି । ସମସ୍ତ ଫ୍ୟାନ୍ସଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋତେ ଏତେ ବର୍ଷ ଧରି ସମର୍ଥନ କରିବା ସହ ଭଲପାଇବା ଦେଇଆସିଛନ୍ତି ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଦ୍ବିତୀୟ ସମ୍ମାନଜନକ ପୁରସ୍କାର ପାଇ ମୁଁ ବହୁତ କୃତଜ୍ଞ । 45 ବର୍ଷର ମୋର ଦୀର୍ଘ କ୍ୟାରିଅରରେ, ମୁଁ ତୁମ ସମସ୍ତଙ୍କୁ ମନୋରଞ୍ଜନ କରିବା ପାଇଁ ଚଳଚ୍ଚିତ୍ରରେ ଅନେକ ଭୂମିକା ଗ୍ରହଣ କରିଛି ଏବଂ ମୋ ଆଖପାଖର ଲୋକଙ୍କ ଭଲ କରିବାକୁ ଚେଷ୍ଟା କରିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ।'

ଏହା ମଧ୍ୟ ପଢନ୍ତୁ: 132 ଜଣ ପାଇବେ ପଦ୍ମ ପୁରସ୍କାର: 5 ଜଣଙ୍କୁ ପଦ୍ମ ବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ

ସୂଚନା ଥାଉ କି, ଚିରଞ୍ଜୀବୀ ହିନ୍ଦୀ ଭାଷା ସମେତ ତେଲୁଗୁ, ତାମିଲ ଏବଂ କନ୍ନଡ ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି । ୧୯୭୮ ମସିହାରେ 'ପୁନାଧିରଲୁ' ସହ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିବା ମେଗାଷ୍ଟାର ୧୫୫ରୁ ଅଧିକ ଦମଦାର ଚଳଚ୍ଚିତ୍ରରେ କାମ କରିଛନ୍ତି । ନିଜର ଚମତ୍କାର ଅଭିନୟରେ ଦର୍ଶକଙ୍କ ମନରେ ରାଜ କରିଆସିଛନ୍ତି ୬୭ ବର୍ଷୀୟ ସାଉଥ ଭାରତୀୟ ମେଗାଷ୍ଟାର ଚିରଞ୍ଜୀବୀ । ଏହି ଅଭିନେତା ସମ୍ମାନଜନକ ରଘୁପତି ଭେଙ୍କୟା ପୁରସ୍କାର, ତିନୋଟି ନନ୍ଦୀ ପୁରସ୍କାର ଏବଂ ନଅଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।

Last Updated : Jan 26, 2024, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.