ETV Bharat / entertainment

ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ - Fir Against Malayalam Actors

author img

By ETV Bharat Odisha Team

Published : Aug 28, 2024, 1:07 PM IST

Fir Against Actor Siddique and Jayasurya: ହେମା କମିଟି ରିପୋର୍ଟ ମାଧ୍ୟମରେ ମାଲାୟାଲମ ଇଣ୍ଡଷ୍ଟ୍ରିର ପରଦା ପଛର ସତ ସାମ୍ନାକୁ ଆସିଛି । ଏଥିରେ ଜଣାଶୁଣା ତାରକାଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଯୌନ ନିର୍ଯାତନା ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି । ଯାହା ସାରା ଦେଶକୁ ଦୋହଲାଇଦେଇଛି । ତେବେ ଏହି ଅଭିଯୋଗ ତାଲିକାରେ ମାଲାୟାଲାମ ଅଭିନେତା ସିଦ୍ଦିକି ଏବଂ ଜୟସୂର୍ଯ୍ୟାଙ୍କ ନାଁ ରହିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ,

ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ
ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ (ANI)

ହାଇଦ୍ରାବାଦ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ସହ ଯୌନ ଶୋଷଣ କରାଯାଉଥିବା ଦାବି ସମସ୍ତଙ୍କୁ ଚକିତ କରିଛି। ପ୍ରସିଦ୍ଧ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ବିରୋଧରେ ଅଭିନେତ୍ରୀମାନେ ଯୌନ ନିର୍ଯାତନାର ଶିକାର ହୋଇଥିବା ଖୁଲାସା କରିଛନ୍ତି । ତେବେ ଏହି ଅଭିଯୋଗ ତାଲିକାରେ ମାଲାୟାଲାମ ଅଭିନେତା ସିଦ୍ଦିକି ଏବଂ ଜୟସୂର୍ଯ୍ୟାଙ୍କ ନାଁ ରହିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେପଟେ ଯୌନ ଶୋଷଣ ଅଭିଯୋଗର ସମ୍ମୁଖୀନ ହେବା ପରେ ଅଭିନେତା ତଥା ରାଜନେତା ମୁକେଶ ଫିଲ୍ମ ପଲିସି କମିଟିରୁ ଇସ୍ତଫା ଦେଇଛନ୍ତି ।

ମାଲାୟାଲାମ ଅଭିନେତା ସିଦ୍ଦିକି ନାଁରେ ମାମଲା ରୁଜୁ

ଅଭିନେତା ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିନେତାଙ୍କ ନାଁରେ ଥିରୁବନନ୍ତପୁରମର ମ୍ୟୁଜିୟମ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ ସିଦ୍ଦିକି ଜାନୁଆରୀ 2016 ରେ ମସ୍କାଟ ହୋଟେଲରେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ବୁଧବାର ପୋଲିସ ଏହି ସୂଚନା ଦେଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମ୍ୟୁଜିୟମ ପୋଲିସ ଷ୍ଟେସନରେ ଧାରା 376 (ଦୁଷ୍କର୍ମ) ଏବଂ 506 (ଅପରାଧିକ ଧମକ) ଅଧୀନରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଅପରାଧ 2016 ରେ ଘଟିଥିବାରୁ ଆଇପିସି ଅଧୀନରେ ଏହି ମାମଲା ପଞ୍ଜିକୃତ ହୋଇଛି।

ଇସ୍ତଫା ଦେଇଥିଲେ ସିଦ୍ଦିକି

ହେମା କମିଟି ରିପୋର୍ଟରୁ ଅଭିନେତ୍ରୀ ସିଦ୍ଦିକିଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଖୁଲାସା କରିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ସିଦ୍ଦିକ ଏହାକୁ ମିଥ୍ୟା ବୋଲି କହିଥିଲେ । ଯାହା ପରେ ଅଭିନେତ୍ରୀ ସିଦ୍ଦିକିଙ୍କ ବିରୋଧରେ ଗଣମାଧ୍ୟମକୁ ବୟାନ ଦେଇଥିଲେ । ଏହି ଘଟଣା ପରେ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ (AMMAର ଜେନେରାଲ ସେକ୍ରେଟାରୀ) ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦିକି । ଅଗଷ୍ଟ 25 ରେ ସିଦ୍ଦିକି ଏହି ପଦ ଛାଡିଥିଲେ। ବର୍ତ୍ତମାନ ଏହି ମାମଲାରେ ଅଭିନେତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ସିଦ୍ଦିକିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଅଭିନେତ୍ରୀଙ୍କ କହିବା ଅନୁସାରେ, 'ସିଦ୍ଦିକି ମୋତେ ତାଙ୍କ ପୁଅଙ୍କ ସହ କାମ କରିବା ନେଇ ତାଙ୍କ ହୋଟେଲକୁ ଡାକିଥିଲେ। ସେ ମୋତେ ଝିଅ ବୋଲି ସମ୍ୱୋଧନ କରିଥିଲେ, ତେଣୁ ମୋତେ ତାଙ୍କର ଉପରେ ସନ୍ଦେହ ହୋଇନଥିଲା । କିନ୍ତୁ ପରେ ଜାଣିବାକୁ ପାଇଲି ଯେ ସେପରି କୌଣସି ଫିଲ୍ମ ନଥିଲା । ଏହା ଏକ ଜାଲ ଥିଲା । ସେ ମୋତେ ଯୌନ ଶୋଷଣ କରିଥିଲେ ।

ଅଭିନେତା ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ

ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ଖବର ଅନୁଯାୟୀ, 2013 ରେ ଥୋଡୁପୁଜାଠାରେ ହୋଇଥିବା ସୁଟିଂରେ ଜୟସୂର୍ଯ୍ୟା ଅଭିନେତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୋଲିସ ଗ୍ରହଣ କରିଥିବା 18 ଟି ଅଭିଯୋଗ ମଧ୍ୟରୁ ଅନ୍ୟତମ। ଏଥିରେ ଅଭିନେତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । କହିରଖୁଛୁ କି, ଜୟସୂର୍ଯ୍ୟାଙ୍କ ନାଁରେ ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ମଧ୍ୟ ଅନ୍ୟ ଜଣେ ଅଭିନେତ୍ରୀ 2008 ସୁଟିଂ ସମୟରେ ତାଙ୍କ ନାଁ ଅଭିଯୋଗ ଆଣିଥିଲେ, ଯେଉଁଠାରେ ସେ ତାଙ୍କ ଫ୍ଲାଟକୁ ଡାକି ତାଙ୍କୁ ହଗ୍ କରି କିସ୍ ଦେଇଥିବାର ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଅଭିଯୋଗ: କଳାକାର ସଂଘ ଓ ଚଳଚିତ୍ର ଏକାଡେମୀରୁ ଇସ୍ତଫା ଦେଲେ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ

ଅଭିନେତା ମୁକେଶ ଦେଲେ ଇସ୍ତଫା

ଦିନକୁ ଦିନ ଏହି ମାମଲା ଉଗ୍ର ରୂପ ଧାରଣା କରୁଥିବା ବେଳେ ବର୍ତ୍ତମାନ ମାଲାୟାଲମ କଳାକାର ସଂଘର ଗୋଟିଏ ପରେ ଗୋଟିଏ ପଦରୁ ଇସ୍ତଫା ଦେଉଛନ୍ତି ଅଭିନେତା । ପୂର୍ବରୁ ସିଦ୍ଦିକ, ନିର୍ଦ୍ଦେଶକ ରଞ୍ଜିତ ଓ ଅଭିନେତା ମୋହନଲାଲଙ୍କ ଇସ୍ତଫା ପରେ ଏହି ତାଲିକାରେ ଅଭିନେତା ମୁକେଶଙ୍କ ନାଁ ମଧ୍ୟ ସାମିଲ ହୋଇଛି । ଫିଲ୍ମ ପଲିସି କମିଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ । ବିରୋଧୀ ଦଳର ଚାପ ଏବଂ ତାଙ୍କ ଦଳର ସିପିଆଇଏମ୍‌ର ନିର୍ଦ୍ଦେଶ ପରେ ଅଭିନେତା ତଥା ବିଧାୟକ ମୁକେଶ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ମୁକେଶ ଜଣେ ବିଧାୟକ ଭାବରେ କାର୍ଯ୍ୟ ଜାରି ରଖିବେ। ହେମା କମିଟି ରିପୋର୍ଟ ଆଧାରରେ ଗଠିତ ଚଳଚ୍ଚିତ୍ର ନୀତି ନିର୍ଦ୍ଧାରଣ କମିଟି ବର୍ତ୍ତମାନ ଶାଜି ଏନ କରଣଙ୍କ ଦ୍ୱାରା ପରିଚାଳିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.